ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଫଳାଫଳ ପରେ କଂଗ୍ରେସରେ ଉତ୍ସାହ , ଆଗାମୀ ରଣନୀତି ପାଇଁ ୮ ଜୁନରେ ଡାକିଲେ ବୈଠକ

ନୂଆଦିଲ୍ଲୀ – ଲୋକସଭା ନିର୍ବାଚନର ଫଳାଫଳରେ କଂଗ୍ରେସକୁ ମିଳିଛି ୯୯ଟି ସିଟ୍‌। ୨୦୧୪ରେ ୫୨ ଓ ପୁଣି ୨୦୧୯ର ସାଧାରଣ ନିର୍ବାଚନରେ ୫୨ ଆସନ ଥିବା କଂଗ୍ରେସ ଏହାକୁ ବଡ଼ ସଫଳତା ଭାବେ ମନେକରିଛି। ଏଥିରେ ଦଳ ଖୁବ୍‌ ଉତ୍ସାହିତ ଓ ସରକାର ଗଠନ କରିବାର ସ୍ୱପ୍ନ ଦେଖୁଛି । କଂଗ୍ରେସ ଏବେ ୮ଜୁନର କାର୍ଯ୍ୟସମିତିର ମିଟିଂ ଡାକିଛି। ଏଥିରେ ଫଳାଫଳ ଉପରେ ଚର୍ଚ୍ଚା ହେବ ଏବଂ ସରକାର ଗଠନ ପାଇଁ ଚେଷ୍ଟା କରିବା ଉଚିତ୍‌ ନା ନାହିଁ। ଏହା ଉପରେ ମଧ୍ୟ ଆଲୋଚନା ହେବ। ଏହି ମଧ୍ୟରେ ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟା ୫ଟାରେ ପ୍ରେସ୍‌ କନଫରେନ୍ସ ଡାକିଛନ୍ତି । ଏଥିରେ ସେ ଫଳାଫଳ ବ୍ୟତୀତ ସରକାର ଗଠନର ସମ୍ଭାବନା ଉପରେ ଆଲୋଚନା କରିବେ। 

ସୂତ୍ରାନୁସାରେ , ବୈଠକରେ ଲୋକସଭାରେ ପାର୍ଟିର ସନ୍ତୋଷଜନକ ପ୍ରଦର୍ଶନ ପାଇଁ ନେତୃତ୍ୱର ପ୍ରଶଂସା କରି ପ୍ରସ୍ତାବ ପାରିତ କରାଯାଇ ପାରେ। କଂଗ୍ରେସ ଏହି ଫଳାଫଳକୁ ନେଇ ଖୁବ୍‌ ଉତ୍ସାହିତ ଏବଂ ବିଶେଷକରି ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ କ୍ରେଡିଟ୍‌ ଦିଆଯାଉଛି। ନିର୍ବାଚନ ଫଳାଫଳର ତୁରନ୍ତ ପରେ କରାଯାଇ ଥିବା ପ୍ରେସ୍‌ କନଫରେନ୍ସରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ କି, ରାହୁଲ ଗାନ୍ଧୀ ସାରା ଦେଶରେ ଦୁଇଟି ଯାତ୍ରାରେ ବାହାରି ଥିଲେ। ଏଥିରେ ଲକ୍ଷ ଲକ୍ଷ ଲୋକେ ଦଳ ସାମିଲ ଥିଲେ। ସେ ପୂରା ଦେଶରେ ବୁଲୁ ଥିଲେ। ଏହାର ଫାଇଦା ମଧ୍ୟ କଂଗ୍ରେସକୁ ନିର୍ବାଚନରେ ଭଲ ଫଳାଫଳ ସହ ମିଳିଛି। 

କହି ରଖୁଛୁ କି , ଯଦିଓ ଏନଡିଏକୁ ମିଳିଥିବା ସ୍ପଷ୍ଟ ବହୁମତ ମିଳି ଯାଇଛି, କିନ୍ତୁ ବିଜେପିର ୨୭୨ ସିଟ୍‌ର ଆକଳନ ଠାରୁ (୩୨ସିଟ୍‌) ଦୂରରେ ରହି ଯିବାରୁ କଂଗ୍ରେସ୍‌ ଉତ୍ସାହିତ। କଂଗ୍ରେସର ପବନ ଖେଡା ଓ ଆରଜେଡିର ତେଜସ୍ୱୀ ଯାଦବ ଏହା ମଧ୍ୟ କହିଥିଲେ କି ଆମେ ସରକାର ଗଠନ ପାଇଁ ଯଥା ସମ୍ଭବ ଚେଷ୍ଟା କରିବୁ। ଏବେ ଆପଣମାନେ ଅପେକ୍ଷା କରିବା ଉଚିତ୍‌। ଉଲ୍ଲେଖନୀୟ ଯେ, ୧୦ ବର୍ଷ ପରେ ପ୍ରଥମ ଥର କଂଗ୍ରେସ ସମେତ ପୂରା ବିରୋଧିଙ୍କୁ ନେଇ ପ୍ରଥମ ଥର ଏତେ ସଂଖ୍ୟକ ସିଟ୍‌ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.