ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବିଧାନସଭା ନିର୍ବାଚନ ପରେ ରାହୁଲ ପୁଣି ଆରମ୍ଭ କରିବେ ‘ଭାରତ ଯୋଡୋ’ ଯାତ୍ରା

ଭୋପାଳ,୭।୧୧: ମଧ୍ୟ ପ୍ରଦେଶ, ଛତିଶଗଡ, ରାଜସ୍ତାନ, ତେଲେଙ୍ଗାନା ଓ ମିଜୋରାମ୍‌ରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ସବୁ ଦମ୍ ଲଗାଇ ଦେଇଛି। ତା ପରେ ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ। ଜିତିବା ପାଇଁ କଂଗ୍ରେସ ଜୋରଦାର ଚେଷ୍ଟା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏଥିପାଇଁ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଥିଲେ ଓ ଏହାର ଲାଭ କର୍ଣ୍ଣାଟକ ନିର୍ବାଚନରେ ଦଳକୁ ମିଳିଛି। ଏବେ ଖବର ରହିଛି ଯେ,ରାହୁଲ ଭାରତ ଯୋଡୋ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଖୁବ୍ ଶୀଘ୍ର ଆରମ୍ଭ କରିଦେଇଛନ୍ତି।

କଂଗ୍ରେସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଧାନସଭା ନିର୍ବାଚନ ପରେ ରାହୁଲ ନିଜର ଭାରତ ଯୋଡୋ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା କରିପାରନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡିସେମ୍ବରରୁ ଫେବୃଆରୀ ଭିତରେ ଭାରତ ଯୋଡୋ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଆୟୋଜିତ କରାଯାଇପାରେ।

ସେଭଳି ଏହା ପୂର୍ବରୁ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦେଖି ୧୩ ନଭେମ୍ବରରେ ଭୋପାଳରେ ରାହୁଲ ଗାନ୍ଧି ପଦଯାତ୍ରା କରିବେ। ବର୍ତ୍ତମାନ ରାହୁଲ ଗାନ୍ଧି ତିନି ଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଅଛନ୍ତି, ଯେଉଁଠି ସେ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି। ବିଧାନସଭା ନିର୍ବାଚନ ପ୍ରଚାରକୁ ନେଇ ରାହୁଲ ଗାନ୍ଧିଙ୍କ ଆଗାମୀ କାର୍ଯ୍ୟକ୍ରମର ଯଦି କଥା ହେବା ତବେ ବୁଧବାର ସେ ଛତିଶଗଡର ଅମ୍ବିକାପୁରରେ ଥିବେ। ଏହାପରେ ୯ ନଭେମ୍ବରରେ ମଧ୍ୟ ପ୍ରଦେଶର ଜବଲପୁର, ୧୦ରେ ସତନା ଓ ୧୩ ରେ ଭୋପାଳରେ କାର୍ଯ୍ୟକ୍ରମ ରହିଛି। 

ଏହା ପୂର୍ବରୁ ରାହୁଲ ଭାରତ ଯୋଡୋ ଯାତ୍ରାର ଆରମ୍ଭ ୭ ସେପ୍ଟେମ୍ବର ୨୦୨୨ ରେ କନ୍ୟାକୁମାରୀରୁ କରିଥିଲେ ଓ ୩୦ ଜାନୁଆରୀ ୨୦୨୩ରେ ଜମ୍ମୁ-କଶ୍ମୀରରୁ ଏହାକୁ ଶେଷ କରିଥିଲେ। ସେଭଳି ଭାରତ ଯୋଡୋ ଯାତ୍ରା ୨.୦ର ଆରମ୍ଭ ଚଳିତ ବର୍ଷ ଡିସେମ୍ବରରୁ ହୋଇପାରେ, ଯାହାକି ଆସନ୍ତା ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। କୁହାଯାଉଛି ଯେ, ଏହି ଯାତ୍ରା ଗତ ଯାତ୍ରାଠାରୁ ଅଲଗା ହେବ। ଗତ ଥର ରାହୁଲ ପଦଯାତ୍ରା କରିଥିଲେ, ସେଭଳି ଏଥର କେଉଁଠି ପଦଯାତ୍ରା ତ ଆଉ କେଉଁଠି ଗାଡିରେ ଏହି ଯାତ୍ରା ଶେଷ କରିବେ।

Copyright © 2022 - Summa Real Media Private Limited. All Rights Reserved.