ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଭାରତ ମାତା କୀ ଜୟ’ କହିବାକୁ କଂଗ୍ରେସ ବିଧାୟକ ନେଲେ ଖଡଗେଙ୍କ ଅନୁମତି,

ନୂଆଦିଲ୍ଲୀ,୧୩।୪: କର୍ଣ୍ଣାଟକର କଲବୁର୍ଗୀରେ ଶୁକ୍ରବାର କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ରାଲି ଆୟୋଜିତ କରାଯାଇଥିଲା। ରାଲି ବେଳେ ଜଣେ କଂଗ୍ରେସ ବିଧାୟକ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେବା ପାଇଁ ଖଡଗେଙ୍କ ଅନୁମତି ମାଗିଥିଲେ। ଏହି ଘଟଣା ପରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଜେପି ବିଳମ୍ବ ନକରି କଂଗ୍ରେସ ଉପରେ ଆକ୍ରମଣ କରିଛି।

କାର୍ଯ୍ୟକ୍ରମ ସମୟରେ ଅଥାନିର କଂଗ୍ରେସ ବିଧାୟକ ଲକ୍ଷ୍ମଣ ସାଭଦି ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, ମୋତେ ଆଶା ରହିଛି ଖଡଗେ ସାହାବ ଏହି ଭୁଲ ବୁଝିବେନି। ମୁଁ ‘ଭାରତ ମାତା କୀ ଜୟ’କହିବି ଓ ଆପଣ ସବୁ ମଧ୍ୟ ମୋ ପଛରେ ଏହାକୁ ଦୋହରାଇବେ।’

କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଓ୍ବାଇ ବିଜୟେନ୍ଦ୍ର ଏହି ଘଟଣା ଉପରେ ନିରାଶ ବ୍ୟକ୍ତ କରିଛନ୍ତି। ସେ  ଏହି ଘଟଣାକୁ କଂଗ୍ରେସ ଭିତରେ ସାଂସ୍କୃତିକ ବିଭାଜନ ବୋଲି କହିଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଦେଶଭକ୍ତି ବ୍ୟକ୍ତ କରିବା ଓ ଭାରତ ମାତାଙ୍କ ପ୍ରଶଂସା କରିବାକୁ କଂଗ୍ରେସ ଭିତରେ ଅପରାଧବୋଧ ଓ ସ୍ପଷ୍ଟୀକରଣର ସାମନା କରିବାକୁ ପଡୁଛି। ବିଜେପିର ରାଷ୍ଟ୍ରବାଦୀ ଆଦର୍ଶ ପ୍ରତି ଅତୁଟ ବିଶ୍ବାସ ରହିଛି।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.