ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା, AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଲେ ଇସ୍ତଫାପତ୍ର

ଭୁବନେଶ୍ୱର ୧୦/୦୬ : ୨୦୨୪  ନିର୍ବାଚନ ପରାଜୟ ପରେ ପଦ ଛାଡୁଛନ୍ତି ହେଭିଓ୍ୱେଟ୍ । ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି ବରିଷ୍ଠ ନେତା ଭକ୍ତ ଦାସ । ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଲେ ନିଜର ଇସ୍ତଫା ପତ୍ର । 

ସୂଚନା ମୁତାବିକ, ସରିଛି ୨୦୨୪ ସାଧାରଣ ନିର୍ବାଚନ । ଓଡିଶାରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ । ୨୦୨୪ ନିର୍ବାଚନରେ ମାତ୍ର ଜଣେ ସାଂସଦ ଏବଂ ୧୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଦଳ ଅଧିକରୁ ଅଧିକ ସିଟ୍ ଜିତିବ ବୋଲି ଦାବି କରୁଆସୁଥିଲା । ହେଲେ ଏହି ପ୍ରଚାରରେ ସଫଳ ହୋଇନଥିଲା କଂଗ୍ରେସ । ପୂର୍ବ ନିର୍ବାଚନ ଅପେକ୍ଷା ବିଧାନସଭାରେ ଦଳର ସିଟ୍ ସଂଖ୍ୟା ବଢିଛି  ଏବଂ ନିର୍ବାଚନରେ ଭୋଟ ପ୍ରତିଶତ ବଢିଛି  ହେଲେ ଅଧିକ ସିଟ୍ ଜିତିବାରେ ସକ୍ଷମ ହୋଇନଥିଲା ଦଳ । ତେବେ ନିର୍ବାଚନ ପରେ ଆରମ୍ଭ ହୋଇଛି ପଦ ପଦବୀ ଛାଡିବା ନୀତି । ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି ବରିଷ୍ଠ ନେତା ଭକ୍ତ ଦାସ । ଏନେଇ ସେ ଏକ ଚିଠି ଜରିଆରେ ଏଆଇସିସି ସଭାପତିଙ୍କୁ ଜଣାଇଛି । ୨୨ ମାର୍ଚ୍ଚ ୨୦୨୪ରେ ଦଳ ଦେଇଥିବା ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ଭକ୍ତ ଦାସ ।

  • PrameyaOdia
  • prameya
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.