ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲବି ନୁହେଁ ଯୋଗ୍ୟତା, ଲୋକପ୍ରିୟତା ଆଧାରରେ ପ୍ରାର୍ଥୀ ଚୟନ: କଂଗ୍ରେସ ଟିକଟ ପାଇଁ ୧୧ ତାରିଖ ଯାଏ ଚାଲିବ ଆବେଦନ

ଭୁବନେଶ୍ୱର ୦୫/୦୨: କଂଗ୍ରେସ ଟିକଟ ପାଇଁ ଏଥର କାହା  ଲବି କାଟୁ କରିବନି । ଯାହାର ଯୋଗ୍ୟତା ଓ ଲୋକପ୍ରିୟତା ଅଛି,  ତାଙ୍କୁ ହିଁ ଦଳ ପ୍ରାର୍ଥୀ କରିବ । କଂଗ୍ରେସ ଏଥର ଅନଲାଇନରେ ଟିକଟ ଆବେଦନ ବ୍ୟବସ୍ଥା ଆରମ୍ଭ କରିଛି । ପ୍ରଗମନ ଡଟ୍‌  ଇନ୍‌ (www.pragaman.in) ୱେବସାଇଟରେ  ଆଶାୟୀମାନେ ନିଜ ଦାବିଦାରୀ ପାଇଁ ଆବେଦନ କରିପାରିବେ ।  ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଟିକଟ ଆଶାୟୀମାନେ ଆବେଦନ କରିପାରିବେ ।   

ଏହି ବ୍ୟବସ୍ଥାକୁ ଆଜି ଶୁଭାରମ୍ଭ କରିଛନ୍ତି ପ୍ରଭାରୀ ଡ. ଅଜୟ  କୁମାର । ଏଆଇସିସି ପ୍ରଥମ କରି ଏଭଳି ବ୍ୟବସ୍ଥା ଓଡ଼ିଶାରୁ  ଆରମ୍ଭ କରିଛି । କୌଣସି ଦଳ ଏଯାଏଁ ଏଭଳି ସ୍ୱଚ୍ଛ ଟିକଟ ବଣ୍ଟନ  ବ୍ୟବସ୍ଥା ଆରମ୍ଭ କରିନଥିବା କହିଛନ୍ତି ଅଜୟ । ପୂର୍ବତନ ପିସିସି  ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଉଭୟ ଲୋକସଭା ଓ  ବିଧାନସଭା ପାଇଁ ଆଶାୟୀମାନେ ଟିକଟ ପାଇଁ ଏହି ବ୍ୟବସ୍ଥାର  ସୁଯୋଗ ନେବେ । କଂଗ୍ରେସ ପ୍ରାର୍ଥୀଙ୍କୁ ଲୋକେ ବାଛିବେ ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ  ମଧ୍ୟ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି । ଅଜୟ  କହିଛନ୍ତି, ବିଜେଡି-ବିଜେପି ସମ୍ପର୍କ ଅତି ନିବିଡ଼ । 

ପ୍ରଧାନମନ୍ତ୍ରୀ  ମୋଦି ତାଙ୍କ ଭାଷଣରେ ପଦୁଟିଏ ବିଜେଡି ସରକାର ବିରୋଧରେ  କହିନାହାନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ତାଙ୍କର ମିତ୍ର ବୋଲି ମୋଦି ସମ୍ବୋଧନ କରିଛନ୍ତି । ପୂର୍ବରୁ ମୋଦି  ଅନ୍ୟ କୌଣସି ଦଳର ମୁଖ୍ୟମନ୍ତ୍ରୀଙ୍କୁ ସେ ଏଭଳି ସମ୍ବୋଧନ  କରିନାହାନ୍ତି । ଏଥିରୁ ପ୍ରମାଣିତ ହେଉଛି- କଂଗ୍ରେସ ଯାହା କହୁଛି,  ପୂରା ସତ । ବିଜେଡି-ବିଜେପି ଟିକଟ ନିଷ୍ପତ୍ତି ଦିଲ୍ଲୀରେ ବସି  ଅମିତ ଶାହ ନେଉଛନ୍ତି । କଟକ ଲୋକସଭାରେ ବିଜେପିରୁ କିଏ  ଲଢ଼ିବେ, ସେ ନେଇ ବିଜେଡି ଯୋଜନା କରୁଛି ବୋଲି ଅଜୟ  ଅଭିଯୋଗ କରିଛନ୍ତି ।  

ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ  ବିଶ୍ୱରଂଜନ ମହାନ୍ତି, ପ୍ରୋଜେକ୍ଟ ପ୍ରଗମନର ଅଧ୍ୟକ୍ଷ ପ୍ରବୀଣ  ପାଠକ, କଂଗ୍ରେସ ସହପ୍ରଭାରୀ ଖ୍ରୀଷ୍ଟଫର ତିଲକ, ଗଣମାଧ୍ୟମ  ସଂଯୋଜକ ବବିତା ଶର୍ମା, ସୁମିତ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ । 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.