ପ୍ରମୁଖ ଖବର
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

‘ପାକିସ୍ତାନ ପାଖରେ ପରମାଣୁ ବମ୍ ଅଛି, ଭାରତ ସମ୍ମାନ ଦେବା ଦରକାର’, ପିଟ୍ରୋଡାଙ୍କ ପରେ ମଣିଶଙ୍କରଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୦।୫: ନିର୍ବାଚନ ସମୟରେ ଏବେ କଂଗ୍ରେସର ପିଛା ଛାଡୁନି ବିବାଦ।  ପ୍ରଥମେ ସାମ୍ ପିଟ୍ରୋଡ ଓ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟର କଂଗ୍ରେସ ପାଇଁ ସୃଷ୍ଟି କରିଛନ୍ତି ଅଡୁଆ। ନିକଟରେ ତାଙ୍କର ଏଭ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ପାକିସ୍ତାନ ସହିତ ସମସ୍ୟା ଦୂର କରିବା ପାଇଁ ଭାରତ ଚେଷ୍ଟା କରୁ ନାହିଁ। ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି। ତେଣୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା କଥା। ଭାରତ ନିଜ ପଡ଼ୋଶୀ ଦେଶକୁ ସମ୍ମାନ ନ ଦେଲେ ଅପର ପାର୍ଶ୍ୱରୁ ପରମାଣୁ ବୋମା ହମଲା ହେବାର ଭୟ ରହିଛି। ଆମେ ତାକୁ ସମ୍ମାନ ଦେଲେ ସେ ଏ ବିଷୟରେ ଭାବିବନି।’

ମଣିଶଙ୍କର କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଆମେ ତାଙ୍କ ସହ କୌଣସି ପ୍ରକାର ବାର୍ତ୍ତାଳାପ କରିବୁନି ବୋଲି ବିଜେପି ସରକାର କହୁଛି। ହେଲେ ଏହା ଭୁଲିଯିବା ଉଚିତ ନୁହେଁ ଯେ ଆତଙ୍କବାଦକୁ ନିପାତ କରିବାକୁ ହେଲେ ଆଲୋଚନା ନିହାତି ଜରୁରୀ। ଆମେ ସେମାନଙ୍କୁ ସମକକ୍ଷ ଭାବିଲେ ସେମାନଙ୍କ ସମ୍ମାନ କଲେ ଓ ଆଲୋଚନା ପାଇଁ ପ୍ରସ୍ତୁତ ହେଲେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବିବାଦର ସମାଧାନ ହୋଇପାରି। ନଚେତ ପାକିସ୍ତାନ ଭାବିବ ଭାରତ ଅହଙ୍କାରରେ ଅନ୍ଧ ହୋଇ ଆଲୋଚନା ପାଇଁ ରାଜି ହେଉନି।  ଏହାର ପରିଣାମ କିଛି ବି ହୋଇପାରେ। କାରଣ ବନ୍ଧୁକ ଧରି ଆପଣ ସ୍ଥିତିରେ ସୁଧାର ଆଣି ପାରିବେନି। 

ସେମାନଙ୍କ ପାଖରେ ପରମାଣୁ ବୋମା ଅଛି। ଆମ ପାଖରେ ମଧ୍ୟ ଅଛି, କିନ୍ତୁ ଯଦି ଜଣେ ‘ପାଗଳ’ ଲାହୋର ଉପରେ ବୋମା ପକାଇବାକୁ ନିଷ୍ପତ୍ତି ନିଏ, ତେବେ ଅମୃତସରରେ ବିକିରଣ ପାଇଁ ୮ ସେକେଣ୍ଡ ସମୟ ଲାଗିବ ନାହିଁ। ପୂର୍ବେ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଶାନ୍ତିର ବାଟ ଖୋଜି ବାହାର କରିଥିଲେ। ଏବେ ପାକିସ୍ତାନ ସହ ଆଲୋଚନା ପାଇଁ ସ୍ଥିତି ଠିକ୍ ଥିଲେ ମଧ୍ୟ ମୋଦି କିନ୍ତୁ ଯୁଦ୍ଧର ରାସ୍ତା ଖୋଜୁଛନ୍ତି ବୋଲି କହିଛନ୍ତି ଆୟର।

ଉଲ୍ଳେଖନୀୟ ଯେ,  ବର୍ଣ୍ଣ ବୈଷମ୍ୟ ଉପରେ ବିବାଦୀୟ ବୟାନ ଦେଇ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ ଦେଖା ଦେଇଛି। ସାମ୍ କହିଥିଲେ, ପୂର୍ବୋତ୍ତର ଲୋକମାନେ ଚାଇନିଜ୍ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଆନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ବିବାଦ ପରେ ସେ କଂଗ୍ରେସର ଇଣ୍ଡିଆନ ଓଭରସିଜ୍ ଚେୟାରମ୍ୟାନ ପଦ ଛାଡ଼ି ଦେଇଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.