ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇ ମୁଣ୍ଡ ଥିବା ମହିଳାଙ୍କ ବିବାହ, ନର୍ସ ଜୋଶ୍‌ ବାଉଲିଂଙ୍କୁ କଲେ ନିଜ ଜୀବନସାଥୀ

ନୂଆଦିଲ୍ଲୀ ୦୧/୦୪: ଦୁଇ ମୁଣ୍ଡ କିନ୍ତୁ ଶରୀର ଗୋଟିଏ । ଜନ୍ମରୁ ପରସ୍ପର ଶରୀର ସହ ଯୋଡ଼ି ହୋଇଥିବା ଯାଆଁଳା ଭଉଣୀଙ୍କ ମଧ୍ୟରୁ ଜଣେ ବିବାହ କରିଛନ୍ତି । ଦୁଇ ଭଉଣୀ ଏବି ହେଁସଲ ଏବଂ ବ୍ରିଟନି ହେଁସଲଙ୍କ ମଧ୍ୟରୁ ଏବି ପୂର୍ବତନ ସୈନିକ ତଥା ନର୍ସ ଜୋଶ୍‌ ବାଉଲିଂଙ୍କୁ ନିଜ ଜୀବନସାଥୀ ବାଛିଛନ୍ତି । ଉଭୟଙ୍କ ବିବାହ ୨୦୨୧ରେ ହୋଇଥିଲେ ହେଁ  ଏବେ ତାହା ସାମ୍ନାକୁ ଆସିଛି । 

୧୯୯୬ରେ ଓପ୍ରା  ୱିନ୍‌ଫ୍ରେ ଶୋ’ରେ ଆସିବା ପରେ ୩୪ ବର୍ଷୀୟା ଏହି ଦୁଇ ଭଉଣୀ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ।  ପରେ ତାଙ୍କର ନିଜର ଟିଏଲ୍‌ସି ସିରିଜ  ଆସିଥିଲା । ଏଥିରେ ଉଭୟେ ନିଜ ଦୈନନ୍ଦିନ  ଜୀବନ କିପରି କାଟୁଛନ୍ତି ତାହା ଦେଖାଇଥିଲେ ।  ଏବି ହେଁସଲ ନିଜ ପ୍ରୋଫାଇଲ ଫଟୋ  ବଦଳାଇ ଦେଇଛନ୍ତି । ସେ ତାଙ୍କ ଆକାଉଣ୍ଟ ଭଉଣୀ  ବ୍ରିଟନିଙ୍କ ସହ ସେୟାର କରନ୍ତି । ଅପ୍‌ଲୋଡ କରିଥିବା ଫଟୋ ବିବାହ ସମୟର । ଏକ ଭିଡିଓରେ ଦମ୍ପତି ଡ୍ୟାନ୍ସ କରୁଥିବାର ଦେଖିବାକୁ  ମିଳିଛି । 

ଏକ ରିପୋର୍ଟ ଅନୁସାରେ, ଦୁଇ ଭଉଣୀ  ଆମେରିକାର ମିନୋସୋଟାରେ ପିଲାଙ୍କୁ ପାଠ  ପଢ଼ାନ୍ତି । ସେଠାରେ ହିଁ ଉଭୟେ ବଢ଼ିଛନ୍ତି ।  ଅଣ୍ଟା ତଳକୁ ଉଭୟଙ୍କ ଶରୀର ଗୋଟିଏ । ଏବି  ନିଜ ଡାହାଣ ହାତ ଏବଂ ଗୋଡ଼କୁ  ନିୟନ୍ତ୍ରଣ କରୁଥିବାବେଳେ  ବ୍ରିଟନି ବାମ ହାତ ଏବଂ  ଗୋଡ଼କୁ ନିୟନ୍ତ୍ରଣ କରିଥାନ୍ତି।୧୯୯୦ରେ ଉଭୟଙ୍କ ଜନ୍ମ  ପରେ ତାଙ୍କ ମାତାପିତା ତାଙ୍କ ସର୍ଜରୀ ପାଇଁ ମନାକରିଥିଲେ । କାରଣ  ସର୍ଜରୀ ପରେ ସେମାନଙ୍କ ଜୀବିତ ରହିବା ଆଶା କ୍ଷୀଣ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.