ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କ୍ୟାବିନ୍‌ ପଛରେ ଲୁଚିଯିବ ସିଂହଦ୍ୱାର, ୬୫ ଲକ୍ଷ ଖର୍ଚ୍ଚରେ ଚାଲିଛି ଏସି କୋଠରୀ ନିର୍ମାଣ

ପୁରୀ, ୧୪/୦୮ : ଶ୍ରୀମନ୍ଦିର ସିଂହଦ୍ୱାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି ଶ୍ରୀମନ୍ଦିର ପ୍ରଶାସନ । ବିନା ଏନ୍‌ଏମ୍‌ଏ ଅନୁମତିରେ ସିଂହଦ୍ୱାର ଆଗରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ନିର୍ମାଣ ତିଆରି କରାଯାଉଛି । ଯାହା ସିଂହଦ୍ୱାର ସୁନ୍ଦର ଦୃଶ୍ୟ ଆଗରେ ଅବରୋଧ ସୃଷ୍ଟି କରୁଛି । ପ୍ରାୟ ୬୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ସୂଚନା କେନ୍ଦ୍ର କରାଯାଉଛି । ଏହି ସୂଚନା କେନ୍ଦ୍ର ନିର୍ମାଣରେ କଂକ୍ରିଟ ନିର୍ମାଣ ହେବା ସାଙ୍ଗକୁ ଲୁହା ଫ୍ରେମ୍‌, ଖଣ୍ଡୋଲାଇଟ୍‌ ଓ ଗ୍ରାନାଇଟ୍‌ ପଥର ବ୍ୟବହାର କରାଯାଉଛି । ଶୀତତାପ ନିୟନ୍ତ୍ରିତ ଏହି ଏସି ସୂଚନା କେନ୍ଦ୍ର ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ତରବରିଆ ପଦକ୍ଷେପ ଆଲୋଚନାର ବିଷୟ ହୋଇଛି । 

ଚଳିତ ମାସ ୧ ତାରିଖରେ ଏନେଇ ଟେଣ୍ଡର ଡକାଯିବା ସହ ୧୨ ତାରିଖରେ ଟେଣ୍ଡର ଅବଧି ରହିଥିଲା । ମାତ୍ର ଏହାର ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିର୍ମାଣ କାମ ନିମନ୍ତେ ପଦକ୍ଷେପ ଆରମ୍ଭ ହେବା ବିଭାଗୀୟ ଅବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି । ସେପଟେ ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱ ୧୦୦ ମିଟର ନିର୍ମାଣ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ବିନା ଅନୁମତିରେ କୋଠାବାଡ଼ି ନିର୍ମାଣ କରାଯିବା ଚର୍ଚ୍ଚାର ବିଷୟ ହୋଇଛି । ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ଏହି ନିର୍ମାଣ ଘଟଣାରେ ନିରବ ରହି ସମର୍ଥନ ଦେଉଛି । ଏନେଇ ଏନ୍‌ଏମ୍‌ଏ ଅନୁମତି ଦେଇଛି ନା ନାହିଁ ସେବାବଦରେ ଜଣାନଥିବା ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡିବି ଗଡ଼ନାୟକ କହିଛନ୍ତି । 

ଏହି ସୂଚନା କେନ୍ଦ୍ର ନିର୍ମାଣ ହେଲେ ଶ୍ରୀମନ୍ଦିର ସିଂହଦ୍ୱାର ସୌନ୍ଦର୍ଯ୍ୟ ହାନି ହେବା ସାଙ୍ଗକୁ ନିତିଦିନିଆ ଗହଳି ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହେବ । ମହାପ୍ରଭୁଙ୍କ ରଥଯାତ୍ରା ବେଳେ ଠାକୁରଙ୍କ ପହଣ୍ଡିରେ ମଧ୍ୟ ସମସ୍ୟା ସୃଷ୍ଟି ହେବ । ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ମାତ୍ର ୭୪ ମିଟର ଦୂର ବାଗେଡ଼ିଆ ଧର୍ମଶାଳା ତଳ ମହଲରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥାୟୀ ସୂଚନା କେନ୍ଦ୍ର କରାଯାଇଛି । ଏହା ସତ୍ତ୍ଵେ ସିଂହଦ୍ୱାରକୁ ଆଢ଼ୁଆଳ କରି ଏକ ସୂଚନା କେନ୍ଦ୍ର ନିର୍ମାଣ ନିମନ୍ତେ ପ୍ରଶାସନିକ ତରବରିଆ ପଦକ୍ଷେପ ସମାଲୋଚନାର ବିଷୟ ହୋଇଛି । ପରିକ୍ରମା ମାର୍ଗ ନିର୍ମାଣ ସହ ସିଂହଦ୍ୱାର ଓ ଅନ୍ୟଦ୍ୱାର ସମେତ ମେଘନାଦ ପାଚେରିକୁ ଆଢ଼ୁଆଳ କରି ରହିଥିବା ସମସ୍ତ ପ୍ରକାର ସ୍ଥାୟୀ ଅସ୍ଥାୟୀ ନିର୍ମାଣକୁ ହଟାଇ ଦିଆଯାଇଥିଲା । ଫଳରେ ପ୍ରଚୀନ ମଠ, ମନ୍ଦିରଗୁଡ଼ିକ ସମସ୍ତଙ୍କ ଦୃଷ୍ଟିକୁ ଆସିପାରିଥିଲା । ଏବେ ପୁନଶ୍ଚ ସିଂହଦ୍ୱାର ଓ ପାର୍ଶ୍ୱରେ ଥିବା ଛାଉଁଣୀ ମଠକୁ ଆଢ଼ୁଆଳ କରି ସୂଚନା କେନ୍ଦ୍ର ନିର୍ମାଣ କରାଯିବା ସମାଲୋଚନାର ବିଷୟ ହୋଇଛି । ଏପରି ଚାଲିଲେ ପୁନଶ୍ଚ ପୂରା ଶ୍ରୀମନ୍ଦିର ଚାରିପାଶ୍ୱର୍ରେ କ୍ୟାବିନ ଓ କୋଠାବାଡ଼ି ଗଢ଼ି ଉଠିବ । ଯାହା ପ୍ରାୟ ହଜାର କୋଟି ଟଙ୍କା ଖର୍ଚ୍ଚରେ ହେଉଥିବା ପରିକ୍ରମା ମାର୍ଗ ନିର୍ମାଣକୁ ନିରର୍ଥକ କରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.