ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଦିଲ୍ଲୀରେ ପ୍ରଦୂଷଣ କାରଣରୁ ୧୪ କାମରେ ଲାଗିଲା ରୋକ୍‌ , ଜାଣନ୍ତୁ କେଉଁ ସବୁ ଜିନିଷ ଉପରେ ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ - ଦିଲ୍ଲୀରେ ସାଙ୍ଘାତିକ ରୂପ ନେଇଛି ବାୟୁ ପ୍ରଦୂଷଣ। ବିଷାକ୍ତ ବାୟୁ ଦିଲ୍ଲୀ ପରିବେଶକୁ ଦୂଷିତ କରି ଦେଇଛି। ଏକ୍ୟୁଆଇ ୪୫୦ର ଉପରେ ରେକର୍ଡ କରାଯାଇଛି। ପ୍ରଦୂଷଣ ବୃଦ୍ଧିକୁ ଦେଖି ଦିଲ୍ଲୀ ସରକାର ୧୪ଟି କାମ ଉପରେ ରୋକ୍‌ ଲଗେଇଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି , ଯେଉଁ ପ୍ରତିବନ୍ଧକ ପୂର୍ବରୁ ଚାଲିଛି , ତାହାକୁ ଜାରି ରଖିବା ସହ ନୂଆ ବ୍ୟାନ୍‌ ଲଗା ଯାଉଛି। ଏହିସବୁ ନିୟମ ଗୁଡ଼ିକୁ ସ୍ଥଳ ଭାଗରେ ଲାଗୁ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କ ସହ ବୈଠକ କରାଯାଇଛି। ଆମ ପାଖକୁ ଅଭିଯୋଗ ଆସୁଥିଲା କି, ନିର୍ଦ୍ଦେଶ ତ ଜାରି କରାଯାଉଛି , କିନ୍ତୁ ତାହା ସ୍ଥଳ ବିଶେଷରେ ଲାଗୁ ହେଉ ନାହିଁ।  

ଦିଲ୍ଲୀ–ମୁମ୍ୱାଇ ବ୍ୟତୀତ ଦେଶର ଏହି ସହର ବି ପାଲଟିଛି ଗ୍ୟାସ ଚାମ୍ୱର , ପ୍ରଦୂଷଣ ଦ୍ୱିଗୁଣିତ

କଣ-କଣ ହୋଇଛି ବ୍ୟାନ୍‌

- ବୋରିଂ-ଡ୍ରିଲିଂ କାର୍ଯ୍ୟ ସହ ଖୋଦେଇ ଓ ଫିଲିଂ ପାଇଁ ମାଟି କାମ ଉପରେ ରୋକ୍‌ ।

- ନିର୍ମାଣ ଓ ବିଲ୍ଡିଂ ସଞ୍ଚାଳନ ସହ ସବୁ ନିର୍ମାଣ କାର୍ଯ୍ୟ ଉପରେ ରୋକ୍‌ ।

- ଭଙ୍ଗାରୁଜା ଭଳି କାର୍ଯ୍ୟ ଉପରେ ରୋକ୍‌ ।

- ପ୍ରକଳ୍ପ ସ୍ଥଳର ଭିତରେ ଓ ବାହାରେ କେଉଁଠାରେ ବି ନିର୍ମାଣ ସମ୍ୱନ୍ଧୀୟ ସାମଗ୍ରୀର ଲୋଡିଂ ବା ଅନଲୋଡିଂ ଉପରେ ରୋକ୍‌ ।

- କଞ୍ଚା ମାଲ୍‌କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ରୋକ୍‌।

- ଖରାପ ସଡ଼କ ଉପରେ ଗାଡ଼ିର ଯାତାୟତ ଉପରେ ରୋକ୍‌ ।

- ପୋଚିଂ ପ୍ଲାଣ୍ଟର ସଞ୍ଚାଳନ ଉପରେ ରୋକ୍‌ । 

- ଓପନ ଟ୍ରେଚ୍‌ ପ୍ରଣାଳୀ ଦ୍ୱାରା ସିଭର ଲାଇନ୍‌,ୱାଟର ଲାଇନ୍‌ , ଡ୍ରେନେଜ୍‌ କାର୍ଯ୍ୟ ଏବଂ ବିଦ୍ୟୁତ୍‌ କେବୁଲ ବିଛେଇବା ଉପରେ ରୋକ୍‌। 

-ଟାଇଲ୍ସ , ପଥର ଓ ଅନ୍ୟ ଫର୍ସ ସାମଗ୍ରୀକୁ କାଟିବା ଓ ଠିକ୍‌ କରିବା ଉପରେ ରୋକ୍‌।

- ପାଇଲିଂ କାର୍ଯ୍ୟ ଉପରେ ରୋକ୍ ।

-ୱାଟର ପ୍ରୁଫିଂ କାର୍ଯ୍ୟ ଉପରେ ରୋକ୍‌ ।

-ପେଣ୍ଟିଂ ଓ ପଲିସିଂ କାର୍ଯ୍ୟ ଉପରେ ରୋକ୍‌ ।

- ସଡ଼କ ନିର୍ମାଣ , ମରାମତି କାର୍ଯ୍ୟ ଯେଉଁଥିରେ ଫୁଟପାଥ ଓ ରାସ୍ତା ଥାଏ , ଏହାକୁ ପକ୍କା କରିବାରେ ରୋକ୍‌ ।

ଉଲ୍ଲେଖନୀୟ ଯେ, ଦିଲ୍ଲୀରେ ୧୪ଟି କାମ ଉପରେ ରୋକ୍‌ ଲଗାଇ ଗୋପାଳ ରାୟ କହିଛନ୍ତି , ଏହି ୧୪ଟି କାମ ଯାହା ଉପରେ ରୋକ୍‌ ଲଗାଯାଇଛି , ଏଥିରେ କିଏ ଯଦି ଅଧା ସଡ଼କ ତିଆରି କରିଛି ଏବଂ ଏହାକୁ ରୋକା ଯାଉଛି ତ ସେଠାରେ ଧୂଳିକୁ କଣ୍ଟ୍ରୋଲ କରିବାର ଦାୟିତ୍ୱ ସେହି ଏଜେନ୍ସିର ରହିବ , ଯିଏ ସେହି ସଡ଼କ ତିଆରି କରୁଛି । କାମ ଉପରେ ରୋକ୍‌ ଲଗାଇବାରେ ଏଜେନ୍ସିର କାମ ଶେଷ ହୋଇ ଯିବ ନାହିଁ। 

ଏହି କାମ ଉପରେ କୌଣସି ରୋକ୍‌ ନାହିଁ – 

ଗୋପାଳ ରାୟ କହିଛନ୍ତି , ଦିଲ୍ଲୀ ଭିତରେ ଯେଉଁ ଧୂଳି ସୃଷ୍ଟି କରୁଥିବା କାର୍ଯ୍ୟକଳାପ ରହିଛି , ଯେମିତି କି ପ୍ଲବିଂ, ବିଦ୍ୟୁତ୍‌ , ବଢେଇ , ଆଭ୍ୟନ୍ତରୀଣ ସାଜସଜା ସହ ଜଡ଼ିତ କାମ , ଏସବୁ ଜାରି ରଖିବାର ଅନୁମତି ହେବ , ଯାହା ଘର ଭିତରର କାମ।

ସ୍କୁଲ ନେଇ କଣ ଆଦେଶ ରହିଛି ?

ଦିଲ୍ଲୀର ପରିବେଶ ମନ୍ତ୍ରୀ କହିଛନ୍ତି , ଦିଲ୍ଲୀରେ ସ୍କୁଲକୁ ଆଜି ଓ କାଲି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାପରେ ଆଗାମୀ ଦିନ ରବିବାର। ସୋମବାରକୁ ଯେଭଳି ପ୍ରଦୂଷଣ ସ୍ଥିତି ରହିବ , ଏହାକୁ ଦେଖି ସ୍କୁଲ ସମ୍ୱନ୍ଧରେ ନିଷ୍ପତ୍ତି ନିଆଯିବ। 

  • prameyanews
  • PrameyaOdia
  • prameya
  • delhi
  • Copyright © 2022 - Summa Real Media Private Limited. All Rights Reserved.