ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରମିକଙ୍କ ଟଙ୍କା ନଦେଇ ଠିକାଦାର ଛୁ, ଚିନ୍ତାରେ ପରିବାର

ପାପଡାହାଣ୍ଡି, ୦୨/୦୪ : ୬ ମାସ କାଳ ପାଣି ଟାଙ୍କି ନିର୍ମାଣ ପାଇଁ କଲେ ଝାଳବୁହା ପରିଶ୍ରମ। ପାରିଶ୍ରମିକ ବାବଦକୁ ଟଙ୍କା ପାଇବେ ବୋଲି ଆଶା ବାନ୍ଧିଥିଲେ। ନିରୀହ ଶ୍ରମିକମାନଙ୍କ ସରଳତାର ସୁଯୋଗ ନେଇ କାମ କରାଇଦେଲା ଠିକାଦାର। ହେଲେ କାମଟିକୁ ଅଧାପନ୍ତରିଆ କରିଦେଇ ଶ୍ରମିକଙ୍କ ଟଙ୍କା ନେଇ ଛୁ ହୋଇଗଲା ଠିକାଦାର। ପାଣିରେ ପଡ଼ିଲା ଶ୍ରମିକଙ୍କ ୬ ମାସର ପରିଶ୍ରମ। 

ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ବାସନି ଗ୍ରାମରେ ଜିଭିପିଆର କମ୍ପାନୀ ତରଫରୁ ଏକ ପାଣି ଟାଙ୍କି ନିର୍ମାଣ ଲାଗି ଶ୍ରମିକମାନେ କାମ କରିଥିଲେ। ବ୍ରହ୍ମପୁରର ଜଣେ ଠିକାଦାର ଏହି କାମ ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଯୁବତୀମାନଙ୍କୁ ପ୍ରୋଲଭନ ଦେଖାଇ ଠିକାଦାର ଜଣଙ୍କ କାମ କରାଇଥିଲା। ଏକା ସାଥିରେ ଟଙ୍କା ଦିଆଯିବ କହିବାରୁ ଲୋକେ ଠିକାଦାରର କଥାରେ ପଡି ୬ ମାସ କାଳ କାମ କରିଥିଲେ। କିନ୍ତୁ ଯେତେବେଳେ ଶ୍ରମିକମାନେ ଟଙ୍କା ମାଗିଥିଲେ, ଠିକାଦାର ସେମାନଙ୍କୁ ଭୁଆଁ ବୁଲାଇ ଚାଲିଲା। ଶେଷରେ ରାତାରାତି ପ୍ରାୟ ୩ ଲକ୍ଷ ଟଙ୍କା ନଦେଇ ଛୁ ହୋଇଗଲା। ଫଳରେ ଗ୍ରାମର ଶ୍ରମିକମାନଙ୍କର ମୂଲ ପଇସା ସହ କିରାଣୀ ଦୋକାନି, ମାଂସ ଦୋକାନି, ଜଳଖିଆ ଦୋକାନୀ, ଟ୍ରାକ୍ଟର, କ୍ରସର ଟଙ୍କା ଆଦି ବାକି ରହିଛି। ବର୍ଷେ ହେଲାଣି ଶ୍ରମିକମାନେ ଟଙ୍କା ଫେରି ପାଇବା ନେଇ ଚାହିଁ ବସିଛନ୍ତି। ସେପଟେ କାମଟି ଅଧା ପନ୍ତରିଆ ହୋଇ ପଡ଼ିଥିବାରୁ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଭିପିଆର କମ୍ପାନୀ ବି କୌଣସି ତତ୍ପରତା ଦେଖାଉ ନାହିଁ। ନିରୀହ ଗରିବ ଶ୍ରମିକମାନେ ସ୍ଥାନୀୟ ଅଞ୍ଚଳରେ କାମ କରି ବି ଟଙ୍କା ପାଉନଥିବା ବେଳେ କମ୍ପାନୀ ଉକ୍ତ ଠିକାଦାର ବିରୋଧରେ କାହିଁକ ଏପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ କମ୍ପାନୀ ଗରିବ ଶ୍ରମିକଙ୍କ ଟଙ୍କା ଫେରାଇବ ବ୍ୟାବସ୍ଥା କରାଇ କାମ ଚାଲୁ କରୁନାହିଁ। ଜିଲ୍ଲାପାଳ ତଥା ଜିଲ୍ଲା ଶ୍ରମ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ନଚେତ୍ ଅଗାମୀ ଦିନରେ କମ୍ପାନୀ ଓ ଠିକାଦାର ବିରୋଧରେ ଆଇନର ଆଶ୍ରୟ ନେବୁ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.