ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

କୋପା ଆମେରିକା କପ୍‌ : କାନାଡ଼ାକୁ ହରାଇ ଫାଇନାଲ୍‌ରେ ଏଣ୍ଟ୍ରି ମାରିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା

ନ୍ୟୁ ୟର୍କ, ୧୧/୦୭: ୪୮ତମ କୋପା ଆମେରିକା କପ୍‌ ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା ବିଜୟ ଜାରି ରଖି ଫାଇନାଲ୍‌ରେ ପ୍ରବେଶ କରିଛି । ବୁଧବାର ମେଟ୍‌ ଲାଇଫ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ  ପ୍ରଥମ ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ କାନାଡ଼ାକୁ ପରାସ୍ତ  କରିଥିଲା । ଏହି ବିଜୟ ସହ ଆର୍ଜେଣ୍ଟିନା  ୩୦ତମ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ  କରିଛି । ଆର୍ଜେଣ୍ଟିନା  ପୂର୍ବରୁ ୧୫ଥର ଚାମ୍ପିଅନ୍‌  ଓ ୧୪ଥର ରନର୍ସ ଅପ୍‌  ହୋଇସାରିଛି ।  

ମ୍ୟାଚ୍‌ ଆରମ୍ଭରୁ  ଆର୍ଜେଣ୍ଟିନା ପ୍ରଭାବ  ବିସ୍ତାର କରି ଖେଳିଥିଲା । ୨୨ତମ  ମିନିଟ୍‌ରେ ଜୁଲିଆନ ଆଲଭାରେଜ  ପ୍ରଥମ ଗୋଲ୍‌ ସ୍କୋର କରିଥିଲେ ।  ରୋଡ୍ରିଗୋ ଡି ପଲ୍‌ ତାଙ୍କୁ ଗୋଲ୍‌ରେ  ସହାୟତା କରିଥିଲେ । ସେହିପରି  ୫୧ତମ ମିନିଟ୍‌ରେ ଷ୍ଟାର୍‌ ଖେଳାଳି  ଲିଓନେଲ ମେସି ଦ୍ୱିତୀୟ ଗୋଲ  କରି ଦଳକୁ ବିଜୟୀ କରାଇଥିଲେ । ସେ ଏଞ୍ଜୋ ଫର୍ଣ୍ଣାଣ୍ଡେଜଙ୍କ  ପାସ୍‌କୁ ଗୋଲରେ ପରିଣତ  କରିଥିଲେ ।  

ସୂଚନାଯୋଗ୍ୟ, ୨୦୨୧  ସଂସ୍କରଣରେ ଆର୍ଜେଣ୍ଟିନା  ୧-୦ ଗୋଲ୍‌ରେ ବ୍ରାଜିଲ୍‌କୁ  ହରାଇ ଚାମ୍ପିଅନ୍‌ ହୋଇଥିଲା । ଏହା  ପୂର୍ବରୁ ୨୦୧୫ ଓ ୨୦୧୬ ସଂସ୍କରଣରେ  ଚିଲି ଠାରୁ ହାରି ଆର୍ଜେଣ୍ଟିନା ରନର୍ସ  ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ୨୦୨୧  କୋପା ଆମେରିକା କପ୍‌ ବିଜୟ ପରଠୁ  ଆର୍ଜେଣ୍ଟିନା ଆଧିପତ୍ୟ ଜାରି ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.