ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

ଆଠଗଡ଼, ୦୩।୦୪ : ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ। ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପାରିଜାତ ହୋଟେଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଦୁର୍ଘଟଣା ଘଟିଛି। ମୃତ ଦମ୍ପତିଙ୍କର ଘର ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। 

ଘଟଣାରୁ ପ୍ରକାଶ ଯେ, ବୁଧବାର ଭୋର ୫ଟାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ଚଣିଆ ବାରିକ ଓ ସ୍ତ୍ରୀ କନ୍ତୋଲି ବାରିକ ନାତିର ଦେହ ଖରାପ ଶୁଣି ମୋଟର ସାଇକେଲରେ ନିଜ ଘରକୁ ଫେରୁଥିଲେ। ଏତିକି ବେଳେ ପାରିଜାତ ହୋଟେଲ ନିକଟରେ ଏକ ଟ୍ରକ୍ ପଛପଟୁ ତାଙ୍କ ଉପରେ ଚଢିଯିବାରୁ ସ୍ତ୍ରୀ ଛଟିକି ପଡ଼ି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ସ୍ଵାମୀ ଚଣିଆ ବାରିକକୁ ଟ୍ରକ୍ ପାଖାପାଖି ୧୦୦ ମିଟର ଘୋଷାଡି ନେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟର ସାଇକେଲକୁ ଜବତ କରି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକ୍‌କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.