ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ମୁମ୍ୱାଇ ହୋର୍ଡିଂ ଭାଙ୍ଗିବା ଘଟଣା : କାର୍ ଭିତରୁ ମିଳିଲା ବୟସ୍କ ଦମ୍ପତିଙ୍କ ମୃତଦେହ , ଗାଡ଼ିରେ ପେଟ୍ରୋଲ ଭରିବାକୁ ଯାଇଥିଲେ

ମୁମ୍ୱାଇ : ମୁମ୍ୱାଇରେ ସୋମବାର ପେଟ୍ରୋଲ ପମ୍ପରେ ହୋଇଥିବା ହୋର୍ଡିଂ ଦୁର୍ଘଟଣାରେ ମୋଟ ୧୬ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଛି। ଶେଷରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତଦେହ ତାଙ୍କ କାରରୁ ମିଳିଛି। ଏହି ବୟସ୍କ ଦମ୍ପତି ତାଙ୍କ କାରରେ ପେଟ୍ରୋଲ ଭରିବାକୁ ଯାଇଥିଲେ , ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ବିଶେଷ କଥା ଏହାକି, ୨୫୦ ଟନ ଓଜନର ୧୦୦ଫୁଟର ହୋର୍ଡିଂ ତଳେ , ପାଖାପାଖି ୧୦୦ ଜଣ ଲୋକ ଚାପି ହୋଇ ଯାଇ ଥିଲେ। ଖବର ଅନୁସାରେ ଏନଡିଆରଏଫ୍ ପକ୍ଷରୁ ମଧ୍ୟ ଏବେ ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦିଆ ଯାଇଛି।

ବୁଧବାର ରାତିରେ କାର୍‌ ଭିତରୁ ୬୦ ବର୍ଷିୟ ମନୋଜ ଚନ୍ସୋରିଆ ଓ ୫୯ ବର୍ଷିୟା ଅନିତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ଚନ୍ସୋରିଆ ମୁମ୍ୱାଇ ଏଟିସିରୁ ମାର୍ଚ୍ଚରେ ହିଁ ଜେନେରାଲ ମ୍ୟାନେଜର ପଦରୁ ଅବସର ନେଇଥିଲେ ଏବଂ ଉଭୟ ଜବଲପୁର ଶିଫ୍ଟ ହୋଇଥିଲେ। ମିଡ଼ିଆ ରିପୋର୍ଟ ମୁତାବିକ ,ପୁଲିସର କହିବାନୁସାରେ , ଉଭୟ ଅନିତା ଚନ୍ସୋରିଆଙ୍କ ଭିସା ସଂପର୍କିତ କାମ ପାଇଁ କିଛି ଦିନ ପାଇଁ ମୁମ୍ୱାଇ ଆସି ଥିଲେ।

ବିଶେଷ କଥା ଏହା କି, କାମ ପୂରା କରିବା ପରେ ଉଭୟ ଜବଲପୁର ଫେରୁଥିଲେ ଏବଂ ପେଟ୍ରୋଲ ଭରିବା ପାଇଁ ରାସ୍ତାରେ ଘାଟକୋପର ପମ୍ପରେ ରହିଥିଲେ। ସେତେବେଳେ ଜୋରରେ ଏକ ଭୟଙ୍କର ଧୂଳି ଝଡ଼ ଆସିଲା ଏବଂ ଦୁର୍ଘଟଣା ଘଟିଲା। ଏବେ ଆମେରିକାରେ ରହୁଥିବା ତାଙ୍କର ପୁଅ ତାଙ୍କ ସହ କଥାବାର୍ତ୍ତା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ, ତାଙ୍କର ଫୋନ ସ୍ୱିଚ୍‌ ଅଫ୍ ଥିଲା। ସେ ତାପରେ ତାଙ୍କର ମୁମ୍ୱାଇରେ ଥିବା ଜଣେ ବନ୍ଧୁଙ୍କୁ ସଂପର୍କ କରି ଥିଲେ। ସେ ପୁଲିସରେ ଯାଇ ତାଙ୍କ ବନ୍ଧୁଙ୍କ ବାପା ମାଆ ନିଖୋଜ ଥିବାର ରିପୋର୍ଟ ରୁଜୁ କରାଇ ଥିଲେ। 

ଯେବେ ପୁଲିସ ଉଭୟଙ୍କର ମୋବାଇଲର ଲୋକେସନକୁ ଟ୍ରେସ୍‌ କଲା , ତ ଅନ୍ତିମ ଲୋକେସନ ଘାଟକୋପରରେ ପେଟ୍ରୋଲ ପମ୍ପ ପାଖରେ ମିଳିଲା। ଏହି ଘଟଣାରେ ମୋଟ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି ଏବଂ ୪୧ ଗୁରୁତର ରୂପେ ଆହତ ହୋଇଛନ୍ତି । ଚିକିତ୍ସା ପରେ ୩୪ ଜଣ ଲୋକ ନିଜ ଘରକୁ ଫେରି ସାରିଛନ୍ତି । ଏପଟେ ପୁଲିସ ସଂପୃକ୍ତ ହୋର୍ଡିଂ ମାଲିକକୁ ମଧ୍ୟ ତଲାସ କରୁଛି । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.