ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିର୍ବାଚନ ପାଇଁ ଘୁଞ୍ଚିପାରେ ସିୟୁଇଟି-ୟୁଜି ପରୀକ୍ଷା, ନିର୍ବାଚନ ସୂଚୀକୁ ଦେଖି ପୁନଃ ପ୍ରକାଶ ପାଇବ ପରୀକ୍ଷା ତାରିଖ: ୟୁଜିସ

ଭୁବନେଶ୍ୱର,୦୪/୦୩: ସ୍ନାତକ (ଯୁକ୍ତ ୩) ନାମଲେଖା ପାଇଁ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)- ୟୁଜି ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଛି । । ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଶିକ୍ଷାର୍ଥୀ । ଚଳିତବର୍ଷ ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ହେବ । ଉଭୟ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ଓ ପେନ୍‌ ପେପର ମୋଡ୍‌ରେ  କରାଯିବ । ତେବେ ମେ ୧୫ରୁ ୩୧ ମଧ୍ୟରେ ପରୀକ୍ଷା କରାଯିବ । ଜୁନ୍‌ ୩୦ରେ  ରେଜଲ୍ଟ ପ୍ରକାଶ ପାଇବା ନେଇ ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର  ଲୋକସଭା ସାଧାରଣ ନିର୍ବାଚନକୁ ଆଖିରେ  ରଖି ଏହି ତାରିଖରେ  ପରିବର୍ତ୍ତନ ହେବାର  ସମ୍ଭାବନା ରହିଛି ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ  କୁହାଯାଇଛି । 

ୟୁଜିସି ପକ୍ଷରୁ କୁହାଯାଇଛି । ୧୮ତମ ଲୋକସଭା ନିର୍ବାଚନକୁ  ଦୃଷ୍ଟିରେ ରଖି ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଜାତୀୟ ନିର୍ବାଚନର ସୂଚୀକୁ ତେବେ ଏନେଇ ସମସ୍ତ ସୂଚନା ୟୁଜିସି ଏବଂ  ଏନ୍‌ଟିଏ ୱେବ୍‌ସାଇଟ୍‌ www.nta.ac.inରେ ଦିଆଯିବ । ଚଳିତବର୍ଷ  ଏହି ପରୀକ୍ଷା ପାଇଁ ପେନ୍‌ ଓ ପେପର ତଥା ଓଏମ୍‌ଆର୍‌ ସିଟ୍‌ରେ ଦେବା ପାଇଁ  ଅଧିକ ଆବେଦନ କରିବା ପାଇଁ ଆବେଦନ ହୋଇଛି । ଗତ ବର୍ଷ ସିୟୁଇଟି ୟୁଜି  ପରୀକ୍ଷା ପାଇଁ ୧୪.୯ ଲକ୍ଷ ଶିକ୍ଷାର୍ଥୀ ପଞ୍ଜିକରଣ କରିଥିଲେ । 

ସୂଚନାଯୋଗ୍ୟ,  ଇଂରାଜୀ, ହିନ୍ଦୀ, ଓଡ଼ିଆ, ବଙ୍ଗାଳୀ, ଆସାମୀ, ଗୁଜୁରାଟି, କନ୍ନଡ଼, ମାଲାୟମ୍‌,  ମରାଠୀ, ପଞ୍ଚାବୀ, ତାମିଲ୍‌ ପ୍ରମୁଖ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.