ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାକ୍ତର ଦାମୋଦର ରାଉତଙ୍କ ଦେହାବସାନ, ବିଜୁ ଲିଗାସୀର ଏକ ଅନନ୍ୟ ଅଧ୍ୟାୟର ଅନ୍ତ

ପୁରୀ, ୨୩/୦୩ : ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ନେତା ଦାମୋଦର ରାଉତ। ଦାମ ରାଉତ ଅମର ରହେ ଧ୍ୱନିରେ କମ୍ପିଲା ସ୍ଵର୍ଗଦ୍ଵାର। ପୁରୀ ସ୍ଵର୍ଗଦ୍ଵାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଦାମୋଦର ରାଉତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ସମ୍ବିତ ରାଉତ ମୁଖାଗ୍ନି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ। ପୁରୀ ଏସପି ପିନାକ ମିଶ୍ର , ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। 

ଓଡ଼ିଶା ରାଜନୀତିରେ ସେ ଜଣେ ବହୁଚର୍ଚ୍ଚିତ ବ୍ୟକ୍ତିତ୍ୱ । ଦୀର୍ଘ ପଚାଶ ବର୍ଷର ଈର୍ଷଣୀୟ ଲମ୍ବା ରାଜନୈତିକ କ୍ୟାରିୟର୍‌ ଯୋଗୁଁ ଅନେକ ତାଙ୍କୁ ‘ଅଣକଂଗ୍ରେସୀ ରାଜନୀତିର ପିତାମହ ଭୀଷ୍ମ’ ଆଖ୍ୟା ଦେଇଥାନ୍ତି । ନିର୍ବାଚନୀ ରାଜନୀତିରେ, ଦଳୀୟ ସଂଗଠନରେ, ସରକାରରେ, ଏପରିକି ସାଧାରଣ ଜନଜୀବନରେ, ସବୁଠି ତାଙ୍କ ଉପସ୍ଥିତି ବାରି ହୋଇପଡ଼ିଲା ଭଳି ମନେହୋଇଛି ସବୁବେଳେ, ସବୁ ପ୍ରସଙ୍ଗରେ । ଡାକ୍ତର ଦାମୋଦର ରାଉତଙ୍କ ଦେହାବସାନ ସହ ଶେଷ ହୋଇଛି ରାଜନୀତିର ଏକ ସ୍ୱର୍ଣ୍ଣିମ ଯୁଗର । ବିଜୁ ଲିଗାସୀର ଏକ ଅନନ୍ୟ ଅଧ୍ୟାୟର। 

ସ୍ୱର୍ଗତ ରାଉତ ଜଣେ ବିଚକ୍ଷଣ ଓ ସ୍ପଷ୍ଟବାଦି ନେତା ଭାବରେ ପରିଚିତ ଥିବାବେଳେ ୭ ଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ପୂର୍ବରୁ ତାଙ୍କୁ ୮୩ ବର୍ଷ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଜୀବନରେ ବାପା ଯେଉଁ ଲୋକପ୍ରିୟତା କମେଇଛନ୍ତି, ତାହା ହିଁ ସ୍ମରଣୀୟ ବୋଲି କହିଛନ୍ତି ତାଙ୍କ ଝିଅ ଓ ବୋହୂ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.