ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରିଆଲିଟି ସୋ ‘ଡ୍ୟାନ୍ସ ଦିୱାନେ’ରେ ବ୍ରହ୍ମପୁରର ଆଦର୍ଶ, ଏକ୍ସପ୍ରେସନ୍‌କୁ ପ୍ରଶଂସା କଲେ ମାଧୁରୀ

ବ୍ରହ୍ମପୁର ୨୦/୦୨: କିଏ କହୁଛି ଡ୍ୟାନ୍ସ ଓସ୍ତାଦ,  ତ କିଏ କହୁଛି ଏକ୍ସପ୍ରେସନ୍‌ ମାଷ୍ଟର୍‌ । ମାତ୍ର ୮ ବର୍ଷ  ବୟସରେ ଜାତୀୟସ୍ତରର ରିଆଲିଟି ସୋ’ରେ ଭାଗନେଇ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବ୍ରହ୍ମପୁରର ଆଦର୍ଶ  ପାତ୍ର ଏବେ ଚର୍ଚ୍ଚାରେ । ‘ଡ୍ୟାନ୍ସ ଦିୱାନେ’ରେ ଭାଗ ନେଇ ମାଧୁରୀ ଦିକ୍ଷୀତ ଓ ସୁନିଲ୍‌ ସେଟ୍ଟୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ  ହୋଇଛନ୍ତି ଆଦର୍ଶ । ତାଙ୍କ ଏକ୍ସପ୍ରେସନ୍‌ ଉଭୟ ବିଚାରକଙ୍କ  ପସନ୍ଦ ଆସିଥିବା ଆଦର୍ଶଙ୍କ ବାପା କହିଛନ୍ତି । 

ବ୍ରହ୍ମପୁର  ନୀଳାଦ୍ରି ବିହାର ତ୍ରିନାଥ ନଗର ବାସିନ୍ଦା ସମ୍ପୂର୍ଣ୍ଣ କୁମାର ପାତ୍ର ଓ ରଶ୍ମିତାରାଣୀଙ୍କ ପୁଅ ଆଦର୍ଶ । ଡିଏଭି ସ୍କୁଲ୍‌ର  ତୃତୀୟ ଶ୍ରେଣୀରେ ପଢ଼ନ୍ତି । ୪ ବର୍ଷରୁ ଆଦର୍ଶ ଡ୍ୟାନ୍ସ ପ୍ରତି ଆକର୍ଷିତ ହୋଇଥିଲେ । ଟିଭି ଦେଖି ନୃତ୍ୟ କରୁଥିବା  ଆଦର୍ଶଙ୍କୁ ୱାଓ ଡ୍ୟାନ୍ସ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ଭର୍ତ୍ତି  କରିଥିଲେ । ଡ୍ୟାନ୍ସ ମାଷ୍ଟର୍‌ ଗଣେଶ ମିସ୍ତ୍ରୀଙ୍କ ଠାରୁ ଆଦର୍ଶ  ନୃତ୍ୟଶିକ୍ଷା ହାସଲ କରି ଆଗକୁ ବଢ଼ି ଚାଲିଛନ୍ତି । ପ୍ରଥମେ  ସ୍ଥାନୀୟ ମଞ୍ଚରେ ନୃତ୍ୟ କରୁଥିବା ଆଦର୍ଶ ଜିଲ୍ଲା ଓ ରାଜ୍ୟ  ମଞ୍ଚରେ ଉତ୍ତମ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ ।  ପରେ ଓଡ଼ିଆ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ପ୍ରସାରିତ ନାଚ୍‌  ଓଡ଼ିଶା, ଟିକେ ଡାନ୍ସ-ଟିକେ ଆକ୍ଟିଂ, ବିବି ନମ୍ବର ୱାନ୍‌ ଆଦି  ରିଆଲିଟି ସୋ’ରେ ଭାଗନେଇ ଚମତ୍କାର ନୃତ୍ୟ କରିଥିଲେ ।  କିଛି ସୋ’ରେ ୱିନର୍‌ ହେବା ପରେ ଡ୍ୟାନ୍ସ ଦିୱାନେ  ଜାତୀୟ ନୃତ୍ୟ ସୋ’ରୁ ନିମନ୍ତ୍ରଣ ମିଳିଥିଲା । ଏଥିପାଇଁ  ଭୁବନେଶ୍ୱରରେ ଦୁଇ ରାଉଣ୍ଡ, କୋଲକାତାରେ ଦୁଇଟି  ଅଡିସନ୍‌ରେ ସଫଳତା ହାସଲ କରି ମୁମ୍ବାଇ୍‌ ଅଡିସନ୍‌ ପାଇଁ  ବିବେଚିତ ହୋଇଥିଲେ ଓ ତାପରେ ଟିଭି ରାଉଣ୍ଡକୁ ଉନ୍ନୀତ  ହୋଇଥିଲେ ଆଦର୍ଶ । ସାରା ଦେଶରୁ ଟପ୍‌ ୧୦୦ଙ୍କୁ ନେଇ  ମେଗା ରାଉଣ୍ଡ ହୋଇଥିଲା । ଯେଉଁଥିରେ ଆଦର୍ଶ ଟପ୍‌ ୧୮  ସ୍ଥାନ ପାଇଥିଲେ । ଡ୍ୟାନ୍ସ ଦିୱାନେ ମଞ୍ଚରେ ତାଙ୍କ ପ୍ରଦର୍ଶନକୁ  ନେଇ ବିଚାରକମାନେ ବେଶ ଆକର୍ଷିତ ହୋଇଥିଲେ ।  ବର୍ତ୍ତମାନ ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.