ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଡରନି, ପଳାଅନି...’, ରାଏବରେଲୀରୁ ରାହୁଲ ନିର୍ବାଚନ ଲଢିବା ନେଇ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୩।୫: ଆମେଠି ଓ ରାଏବରେଲୀ ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ। ଅନ୍ତିମ ପର୍ଯାୟରେ ଆମେଠି ପାଇଁ କେଏଲ ଶର୍ମା ଓ ରାଏବରେଲୀରୁ ରାହୁଲ ଗାନ୍ଧିଙ୍କୁ ଟିକେଟ୍ ଦେଇଛି ଦଳ। ଏହି ଟିକେଟ୍ ଘୋଷଣା ସହ କଂଗ୍ରେସ ୨୫ ବର୍ଷ ରାଜନୈତିକ ସମୀକରଣରେ ପରିବର୍ତ୍ତନ ହୋଇଛି।  ଆମେଠି ଛାଡିବା ପରେ ବିଜେପି ଏବେ ରାହୁଲଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, ମୁଁ ପୂର୍ବରୁ ହିଁ କହିଥିଲି ଶେହଜାଦେ(ରାଜକୁମାର)ଓ୍ବାଇନାଡରୁ ହାରିବା ଭୟରେ ନିଜ ପାଇଁ ଦ୍ବିତୀୟ ଆସନ ଖୋଜି ନେଲେ। ଏବେ ତାଙ୍କୁ ଆମେଠିରୁ ପଳାଇ ରାୟବରେଲି ଆସନ ଚୟନ କରିବାକୁ ପଡିଲା। ଏହି ଲୋକ ବୁଲି ବୁଲି ସମସ୍ତଙ୍କୁ କହୁଛନ୍ତି, ଡରନି, ମୁଁ ମଧ୍ୟ ତାଙ୍କୁ ଏହା କହିବି ଡରନି ! ପଳାଅନି !

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କଂଗ୍ରେସକୁ ଏଥର ପୂର୍ବ ଅପେକ୍ଷା କମ୍ ଆସନ ମିଳିବ। ଏବେ ଦେଶ ମଧ୍ୟ ବୁଝିସାରିଛି ଏହି ଲୋକ ନିର୍ବାଚନ ଜିତିବାକୁ ଲଢୁନାହାନ୍ତି, ଏମାନେ ଦେଶ ଭାଗ ଭାଗ କରିବାକୁ ନିର୍ବାଚନ ମୈଦାନକୁ ବ୍ୟବହାର କରୁଛନ୍ତି।’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କଂଗ୍ରେସକୁ ଏଥର ପୂର୍ବ ଅପେକ୍ଷା କମ୍ ଆସନ ମିଳିବ। ଏବେ ଦେଶ ମଧ୍ୟ ବୁଝିସାରିଛି ଏହି ଲୋକ ନିର୍ବାଚନ ଜିତିବାକୁ ଲଢୁନାହାନ୍ତି, ଏମାନେ ଦେଶ ଭାଗ ଭାଗ କରିବାକୁ ନିର୍ବାଚନ ମୈଦାନକୁ ବ୍ୟବହାର କରୁଛନ୍ତି।’ 

ପଶ୍ଚିମବଙ୍ଗର ବର୍ଦ୍ଧମାନ-ଦୁର୍ଗାପୁରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏମାନେ କିଭଳି ଲୋକ ଯେ, ତାଙ୍କୁ ଜୟ ଶ୍ରୀରାମ କହିବାକୁ ଖରାପ ଲାଗୁଛି। ମୁଁ ଟିଏମ୍‌ସି ସରକାରକୁ ପଚାରିବାକୁ ଚାହେଁ ସନ୍ଦେଶଖାଲିରେ ଆମର ଦଳିତ ଭଉଣୀଙ୍କ ସହିତ ଏତେ ବଡ ଅପରାଧ କାହିଁକି ହୋଇଛି ? ପୁରା ଦେଶ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।ଉଲ୍ଲେଖନୀୟ ଯେ, ୨୫ ବର୍ଷ  ଅର୍ଥାତ  ୧୯୯୮ ପରେ ଆମେଠି ଆସନରୁ ଗାନ୍ଧି ପରିବାର ନିର୍ବାଚନ ଲଢୁନାହାନ୍ତି। ୧୯୯୯ରେ ସୋନିଆ ଗାନ୍ଧି କଂଗ୍ରେସରୁ ଆମେଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ସଞ୍ଜୟ ସିଂହଙ୍କୁ ପରାସ୍ତ କରି ସାଂସଦ ହୋଇଥିଲେ। ଏହାପରେ ପୁଅ ରାହୁଲ ଲଢିଥିଲେ । ୨୦୦୪ରେ ରାହୁଲ ଗାନ୍ଧି ପ୍ରଥମ ଥର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେ ବିଏସପି ପ୍ରାର୍ଥୀ ଚନ୍ଦ୍ରପ୍ରକାଶ ମିଶ୍ରାଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ରାହୁଲ ଗାନ୍ଧି ଆମେଠି ଆସନରୁ ବିଜୟୀ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.