ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଝିଅକୁ ଦୁଷ୍କର୍ମରେ ବିଫଳ ହେବାରୁ ହତ୍ୟା ଉଦ୍ୟମ କଲା ନୃଶଂସ ବାପା, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର,୦୬/୦୬: ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା । ବିଫଳ ହେବାରୁ କଟୁରୀ ବେଣ୍ଟରେ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କଲା । ଏଭଳି ଜଣେ କାମାନ୍ଧ ତଥା ନୃଶଂସ ବାପାକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୁଲିସ । ତା ନାମ ଅରୁଣ କୁମାର  ଜେନା(୬୫) । ସେ ସୁନ୍ଦରପଦା  ଅଞ୍ଚଳରେ ରହୁଥିଲା ।  

ପୁଲିସ ସୂଚନା ଅନୁଯାୟୀ, ଅରୁଣ ଜଣେ ଗାଡ଼ି ଚାଳକ । ଘରେ ପୁଅ, ବୋହୂ ସମେତ ୨୭ ବର୍ଷର ଝିଅ ସ୍ୱପ୍ନା(ଛଦ୍ମନାମ)ଙ୍କ ସହ ରହୁଥିଲା । ଅରୁଣ ସବୁବେଳେ ନିଶାସକ୍ତ ଅବସ୍ଥାରେ ଆସି ସ୍ୱପ୍ନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରେ । ଗତ ୨ ତାରିଖ ବିଳମ୍ବିତ ରାତିରେ ଅରୁଣ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା । ସ୍ୱପ୍ନା ଶୋଇଥିବା ବେଳେ ଅରୁଣ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ବହୁ କଷ୍ଟରେ ସ୍ୱପ୍ନା  ବାପାକୁ ଠେଲି ତା କବଳରୁ ମୁକୁଳି  ଆସିଥିଲା । ଦୁଷ୍କର୍ମରରେ ଅକୃତକାର୍ଯ୍ୟ  ହେବାରୁ ଅରୁଣ ସ୍ୱପ୍ନାଙ୍କୁ ଝାଡ଼ୁ ଏବଂ  କଟୁରୀ ବେଣ୍ଟରେ ନିସ୍ତୁକ ପିଟିଥିଲା । ଏଥିସହ ତାଙ୍କ ତଣ୍ଟିକୁ ଚିପି ହତ୍ୟା  ଉଦ୍ୟମ କରିଥିସା । ସ୍ୱପ୍ନାଙ୍କ ପାଟିଶୁଣି  ଭାଇ-ଭାଉଜ ଚାଲି ଆସି ତାଙ୍କୁ ଉଦ୍ଧାର  କରିଥିଲେ । ଖଣ୍ଡିଆଖାବରା ହୋଇଥିବା  ସ୍ୱପ୍ନାଙ୍କୁ ପ୍ରଥମେ ସେମାନେ ହସ୍ପିଟାଲ  ନେଇ ଚିକିତ୍ସା କରାଇଥିଲେ । ପରଦିନ  ଏନେଇ ସ୍ୱପ୍ନା ଏୟାରଫିଲ୍ଡ ଥାନାରେ  ଅଭିଯୋଗ କରିଥିଲେ । ପୁଲିସ ଏକ  ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ବୁଧବାର ପୁଲିସ ଅରୁଣକୁ ଗିରଫ କରି  କୋର୍ଟ ଚାଲାଣ କରିଥିଲା । ଜାମିନ  ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌  ହାଜତକୁ ପଠାଇ ଦିଆଯାଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.