ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

କୋଲକାତା କାଣ୍ଡରେ ପ୍ରମାଣ ନଷ୍ଟ କରିବାକୁ ଚାହୁଁ ଥିଲେ କି ସନ୍ଦୀପ ଘୋଷ ? ୧୦ ଅଗଷ୍ଟରେ ଜାରି କରିଥିଲେ ଏହି ଅର୍ଡର

ନୂଆଦିଲ୍ଲୀ : କୋଲକାତାର ମହିଳା ରେସିଡେଣ୍ଟ ଡାକ୍ତରଙ୍କର ଦୁଷ୍କର୍ମ –ହତ୍ୟା କେସ୍‌ରେ ବଡ଼ ଖୁଲାସା ହୋଇଛି। ତତ୍କାଳୀନ ପ୍ରିନ୍ସିପାଲ ଡା.ସନ୍ଦୀପ ଘୋଷଙ୍କର ଏକ ଚିଠି ସାମନାକୁ ଆସିଛି, ଯେଉଁଥିରେ ଘୋଷ ପିଡବ୍ଲ୍ୟୁଡି ସହ ସବୁ ବିଭାଗର ଡାକ୍ତରଙ୍କ ରୁମ୍‌ର ମରାମତି ଓ ପୁନଃନିର୍ମାଣ କରିବାକୁ କହିଥିଲେ। 

ସାମନାକୁ ଆସିଥିବା ସନ୍ଦୀପ ଘୋଷଙ୍କ ଚିଠିରେ ଅନେକ କଥା ଜଣା ପଡ଼ିଛି। କହି ରଖୁଛୁ କି , କୋଲକାତାର ଆରଜି କର୍ ମେଡିକାଲ କଲେଜର ସେମିନାର ହଲ୍‌ରେ ୮ ଅଗଷ୍ଟର ବିଳମ୍ୱିତ ରାତି ଓ ୯ ଅଗଷ୍ଟର ଭୋର୍‌ ସମୟରେ ରେସିଡେଣ୍ଟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରି ଦିଆ ଯାଇ ଥିଲା। ଚିଠି ମୁତାବିକ , ସନ୍ଦୀପ ଘୋଷ ଘଟଣାର ଦୁଇ ଦିନ ପରେ ଅର୍ଥାତ୍‌ ୧୦ ଅଗଷ୍ଟରେ ପିଡବ୍ଲ୍ୟୁଡିକୁ ଏହି ଚିଠି ଲେଖି ଥିଲେ। ଚିଠିରେ ଘୋଷ ପିଡବ୍ଲ୍ୟୁଡିକୁ କହିଥିଲେ ଯେ, ସେ ଆରଜି କର ହସ୍ପିଟାଲର ସବୁ ବିଭାଗରେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ରୁମ୍‌ର ମରାମତି କରନ୍ତୁ। ତାଙ୍କୁ ନବୀକରଣ ଓ ପୁନଃନିର୍ମାଣ କରିବାକୁ ମଧ୍ୟ କୁହାଯାଇ ଥିଲା।

କହି ରଖୁଛୁ କି , ପୂରା ଦେଶକୁ ଦୋହଲାଇ ଦେଇଥିବା ଏହି ଘଟଣା ଘଟିବା ପରେ ପରେ , ଆରଜି କର ହସ୍ପିଟାଲର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେମିନାର ହଲ୍‌ ପାଖ ଏକ ରୁମ୍‌ର ରିପାୟରିଂ କରାଯାଉ ଥିଲା। ହେଲେ ପରେ ହଙ୍ଗାମା ହେବା ପରେ ଏହି କାମ ରୋକି ଦିଆ ଯାଇ ଥିଲା। ଉକ୍ତ ମାମଲାରେ ହସ୍ପିଟାଲର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇ ଯାଇ ଥିଲା। 

୯ ଅଗଷ୍ଟ ଭୋର ସମୟରେ କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ରେସିଡେଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ ସହ ତାଙ୍କର ହତ୍ୟା କରି ଦିଆ ଯାଇଥିଲା।ଏହି ଘଟଣା ଘଟାଇବା ପରେ ମଦ୍ୟପ ସଞ୍ଜୟ ରାୟ ସେହି ବିଲ୍ଡିଂରେ ଶୋଇ ପଡ଼ିଥିଲା, ଯାହାକୁ ପରେ ପୁଲିସ ଗିରଫ କରିଥିଲା। ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.