ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଶୀତର ବେଳ କାଳ ସରିନି... ମାଡ଼ି ଆସିଲାଣି ଖରା, ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୦୭/୦୨ : ଫେବୃଆରୀ ନା ମାର୍ଚ୍ଚ ମାସ! ଏବେଠାରୁ ଏତେ ଗରମ? ଆଗକୁ ତା’ହେଲେ ନିଆଁ ବର୍ଷିବ। ଶୀତର ବେଳ କାଳ ସରିନି। ମାଡ଼ି ଆସିଲାଣି ଟାଏଁ ଟାଏଁ ଖରା । ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । ଟିଟିଲାଗଡ଼, ମାଲକାନଗିରି ତାପମାତ୍ରା ୩୪.୫ ଡିଗ୍ରୀ । ଭୁବନେଶ୍ୱର ତାପମାତ୍ରା ବି ପ୍ରାୟ ସେତିକି (୩୪.୪ ଡିଗ୍ରୀ) । ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ । ରାଜ୍ୟର ୧୩ ସହରରେ ମଙ୍ଗଳବାର ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲିସିୟସ୍‌ ଡେଇଁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା । ଶୀତ କୁଆଡ଼େ ହଜିଯାଇଛି । 

ଉପକୂଳରେ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୨ରୁ ୫ ଡିଗ୍ରୀ ଅଧିକ ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ଅଛି । ସ୍ଥିତି ଏମିତି ଯେ ଫେବ୍ରୁଆରୀ ଆରମ୍ଭରୁ ହିଁ ଏସି, ପଙ୍ଖା ବିନା ରହି ହେଉନି । ବାହାରେ ଖରା ବାଧିଲାଣି, ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା । ସାଧାରଣତଃ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧୀରେ ଧୀରେ ବଢ଼ିଥାଏ । ମାତ୍ର ଏଥର ପ୍ରଥମ ସପ୍ତାହରୁ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ନାକେଦମ୍‌ କଲାଣି । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୧୦ ତାରିଖବେଳକୁ ପାଗ ବଦଳିବ । ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ହୋଇପାରେ । ଏଥିରେ ଦିନ ତାପମାତ୍ରା କମିବ । ପାଗ କୋହଲା ବା କୁହୁଡ଼ିଆ ରହିପାରେ । ଏହାସହ ଆସନ୍ତା ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । 

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁନାହିଁ । ଅସ୍ୱାଭାବିକ ଭାବେ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହିଛି । ସମଗ୍ର ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି । ୧୦ରୁ ପାଗ ବଦଳିବା ସମ୍ଭାବନା ଅଛି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ପାଣିପାଗରେ ଅଚାନକ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ମାଟି ପୂରା ଶୁଖିଲା । ଉତ୍ତର-ପଶ୍ଚିମରୁ ପବନ ନାହିଁ । ଦକ୍ଷିଣ-ପଶ୍ଚିମ ଦିଗରୁ ଦିଗରୁ ପବନ ଆସୁଛି । ତେଣୁ ଦକ୍ଷିଣ ଓଡ଼ିଶାରେ ଉତ୍ତର ତୁଳନାରେ ଗରମ ଅଧିକ ଅନୁଭୂତ ହୋଇପାରେ । 

ଆସନ୍ତା ୯/୧୦ରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ପବନ ପ୍ରବାହ ବଢ଼ିବ । ଜଳୀୟବାଷ୍ପ ଆସିବ ଓ ପାଗ କୁହୁଡ଼ିଆ ରହିପାରେ । କେବଳ ଏହି ବର୍ଷ ନୁହେଁ, ପୂର୍ବରୁ ମଧ୍ୟ ଫେବ୍ରୁଆରୀରେ ଏମିତି ଅସ୍ୱାଭାବିକ ଗରମ ଅନୁଭୂତ ହୋଇଛି । ୨୦୧୨, ୨୦୧୩, ୨୦୧୪ରେ ମଧ୍ୟ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏଭଳି ଗରମ ହୋଇଥିଲା । ୨୦୧୬ରେ ଫେବ୍ରୁଆରୀ ୨୦ରେ ପାରଦ ୪୦ ଟପିଥିଲା । ୨୦୧୯ରେ ମଧ୍ୟ ଏଭଳି ଗରମ ହୋଇଥିଲା । ରାତିର ତାପମାତ୍ରା ପୁରୀରେ ୨୪ ଡିଗ୍ରୀ ଥିବାବେଳେ ପାରାଦୀପରେ ୨୩.୬, କେନ୍ଦ୍ରାପଡ଼ାରେ ୨୨.୪, ଗୋପାଳପୁରରେ ୨୧.୯, ଚାନ୍ଦବାଲିରେ ୨୧.୯, ବାଲେଶ୍ୱରରେ ୨୧.୭, ଭୁବନେଶ୍ୱରରେ ୨୧.୭, ଟିଟିଲାଗଡ଼ରେ ୨୧, ଢେଙ୍କାନାଳରେ ୨୧, ଭଦ୍ରକରେ ୨୧, ଯାଜପୁରରେ ୨୧, ମାଲକାନଗିରିରେ ୨୦.୫, ତାଳଚେର ଓ କଟକରେ ୨୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.