ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନୀଳଗିରି ,୩୦/୫(ଆ.ପ୍ର): ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ତେବେ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣକ ହେଲେ ନୀଳଗିରି ଥାନା କାଂଶ ପଞ୍ଚାୟତ ନିମପାଳ ଗ୍ରାମର ଶଶଧର ଆଚାର୍ଯ୍ୟଙ୍କ ପୁଅ ସ୍ନେହାଶିଷ ଆଚାର୍ଯ୍ୟ ।

ନୀଳଗିରି ଥାନା କାଂଶ ପଞ୍ଚାୟତ ନିମପାଳ ଗ୍ରାମର ଶଶଧର ଆଚାର୍ଯ୍ୟଙ୍କ ପୁଅ ସ୍ନେହାଶିଷ ଆଚାର୍ଯ୍ୟ ଗତ ୨୮ତାରିଖ ସନ୍ଧ୍ୟାରେ ଶଶୁରଘର ବାଲେଶ୍ୱର ଯାଇ ରାତ୍ରୀ ଯାପନ କରିଥିଲେ। ପରଦିନ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ ଘରକୁ ଫେରିଥିଲେ । କିନ୍ତୁ  ସନ୍ଧ୍ୟାରେ ସ୍ନେହାଶିଷଙ୍କ ବଡ଼ଭାଇ ଶୁଭାଶିଷ ଖବର ପାଇଥିଲେ ଯେ ମୟୂରଭଞ୍ଜ ବଡ଼ସାହି ଥାନା ସିଂଟିଆ ବଳଭଦ୍ରପୁର ରାସ୍ତାର ଶିବମନ୍ଦିର ନିକଟସ୍ଥ ଏକ ଘରେ ସ୍ନେହାଶିଷଙ୍କ  ମୃତ୍ୟୁ ଘଟିଛି।ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଘରେ ଜଣେ ମହିଳା ସମେତ ଦୁଇ ଶିଶୁପୁତ୍ର ଭଡାରେ ରହୁଥିବା ଜାଣିବାକୁ ପାଇଥିବା ବେଳେ ସ୍ନେହାଶିଷକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିବା ବଡ଼ଭାଇ ଶୁଭାଶିଷ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଯୁବକଙ୍କ ମୃତଦେହକୁ ଗୁରବାର ବ୍ୟବଚ୍ଛେଦ ପରେ ଗାଁ କୁ ଅଣାଯାଇ ଶବସତ୍କାର କରାଯାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.