ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର, ହତ୍ୟାକାରୀ ଅଟକ...

କାଶୀପୁର: କାଶୀପୁର ଥାନା ପୁଲିସ ଆଜି ମହତପୁଟ ଗ୍ରାମର ବିଶ୍ୱେଶ୍ୱର ମାଝୀଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାଶ କରିଛି । ଗତ ଅକ୍ଟୋବର ମାସ ୨୨ ତାରିଖରୁ ନିଖୋଜ ଥିବା ବିଶ୍ୱେଶ୍ୱର ମାଝୀଙ୍କ ଗଳିତ ଶବକୁ ଗୋରଖପୁର ପଞ୍ଚାୟତ ଚାରଯୋଡ଼ି ଗ୍ରାମ ମଶାଣି ନିକଟସ୍ଥ ଖୁରି ଜାନିଭଟାରୁ ଉଦ୍ଧାର କରିଛି । ଯୁବକକୁ ମାରି ଏଠାରେ ପୋତି ଦିଆଯାଇଥିବା ବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୋତାସ୍ଥାନକୁ ଖୋଳି ଶବକୁ ବାହାର କରାଯାଇଛି । ପରିବାର ଲୋକେ ଶବକୁ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ କାଶୀପୁର ସିଏଚସିକୁ ପଠାଯାଇଛି । ସେହିପରି ହତ୍ୟା ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଟିକିରି ପଞ୍ଚାୟତ ମହତପୁଟ ଗ୍ରାମର ସୁନା ମାଝୀଙ୍କ ପୁଅ ବିଶ୍ୱେଶ୍ୱର ମାଝୀ ଗତ 22 ତାରିଖରେ ତାଙ୍କ ଭିଣୋଇଙ୍କ ଘରକୁ ହାଡ଼ିଗୁଡ଼ା ପଞ୍ଚାୟତ ପୁଟୁଯୋଡି ଗ୍ରାମକୁ ଯାଇଥିଲା । ପରେ ଭିଣୋଇଙ୍କ ସହିତ ଗୋରଖପୁର ପଞ୍ଚାୟତ ଡାଲିଗୁଡ଼ା ଗ୍ରାମକୁ ଭଲିବଲ ଖେଳିବାକୁ ଯାଇଥିଲେ । ଭଲି ଖେଳିବା ସରିବା ପରେ ମୁଁ ଯିବି କହି ଭିଣୋଇଙ୍କୁ  ଘରକୁ ପଠାଇ ଦେଇଥିଲେ ବିଶ୍ୱେଶ୍ୱର । ଭିଣୋଇଙ୍କ ଘରକୁ କିମ୍ବା ନିଜ ଘରକୁ ଫେରି ନଥିବାର ପରିବାର ଲୋକେ ଵ୍ୟସ୍ତ ହୋଇ ଖୋଜାଖୋଜି କରିବା ପରେ ମଧ୍ୟ ବିଶ୍ୱେଶ୍ୱରଙ୍କ ପତ୍ତା ନମିଳିବାରୁ ନିଖୋଜ ନେଇ ଟିକିରି ଥାନାରେ ଜଣାଇଥିଲେ ପରିବାର । କିନ୍ତୁ ଯୁବକଜଣକ ନିଖୋଜ ହୋଇ ଥିବା  ସ୍ଥାନଟି କାଶୀପୁର ଥାନାଡାଲି ଗୁଡ଼ା ଅଞ୍ଚଳରେ  ଥିବାରୁ ଟିକିରି ପୁଲିସର ପରାମର୍ଶରେ କାଶୀପୁର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ମାତ୍ରେ ପୁଲିସ ତତ୍ପରତା ପ୍ରକାଶ କରି ଏହାର ତଦନ୍ତ ଆରମ୍ଭ କରିବା ସହ ଘଟଣାର ଛାନଭିନ କରିଥିଲା । ଡାଲିଗୁଡ଼ା ଗ୍ରାମର ଆଖ ପାଖ ଅଞ୍ଚଳରେ ବିଦ୍ୟୁତ ସକରେ ବାରହା ଶିକାର କରାଯାଉ ଥିବାର ପୁଲିସକୁ ଖବର ମିଳିଥିଲା । ପୁଲିସର ତଦନ୍ତ ବେଳେ ବାରହା ଫାଶ ପାଇଁ ବ୍ୟବହୃତ ବିଦ୍ୟୁତ ତାର ଏବଂ ରକ୍ତଛିଟା ମିଳିଥିଲା । ତେବେ ଏହାର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇ ଥିଲା । ଘଟଣାରେ ସଂପୃକ୍ତ କିଛି ଜଣକୁ ଥାନାକୁ ନେଇ ପଚରାଉଚରା କରିବା ପରେ ଘଟଣା ଦିନ ବିଶ୍ୱେଶ୍ୱର ପାଦ ଚଲା ବାଟରେ ଫେରୁଥିବା ସମୟରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ଫାଶରେ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇ ଥିଲା । କିନ୍ତୁ ଶିକାର ଅପେକ୍ଷାରେ ଥିବା ଲୋକେ ଏହି ବେଆଇନ କାର୍ଯ୍ୟରେ ଧରା ପଡିଯିବା ଭୟରେ ବିଶ୍ୱେଶ୍ୱରଙ୍କ ଶବକୁ ଗାଏବ କରିବାର ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ପ୍ରାୟ ଦୁଇ କିଲୋମିଟର ବାଟ ଶବକୁ ବୋହି ନେଇ ଏକ ଶୁନଶାନ ସ୍ଥାନରେ ପୋତି ଦେଇ ଥିବାର ପୁଲିସ ଆଗରେ  ସ୍ୱିକାରୋକ୍ତି ପ୍ରକାଶ କରିଥିଲେ  ଅଭିଯୁକ୍ତ । ଅଭିଯୁକ୍ତ କହିବା ଅନୁସାରେ ପୁଲିସ ଆଜି  ପୋତାହୋଇ ଥିବା ସ୍ଥାନକୁ ଖୋଳି ଶବକୁ ଉଦ୍ଧାର କରାଯାଇ ଥିଲା । ଏଥିରେ କାଶୀପୁର ଅତିରିକ୍ତ ତହସିଲଦାର ,ବି ମୁର୍ମୁ, ଏସ ଡ଼ି ପିଓ, ଆର ଏନ ସେନାପତି,ଟିକିରି ଆଇ ଆଇ ସି, ବିବି ବାଗ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶବକୁ ବ୍ୟବଚ୍ଛେଦ ପାଇଁ କାଶୀପୁର ପଠାଯାଇ ଥିଲା  । ଏହି ଘଟଣାର କାଶୀପୁର ଥାନା ପୁଲିସ 159/23 ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବାର କାଶୀପୁର ଥାନା ଅଧିକାରୀ ଏସ ନାୟକ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.