ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ନବ ଦାସଙ୍କ ପୁଅ, ଝିଅ ସକ୍ରିୟ; ଭାଇ ଭଉଣୀ ଲେଖିବେ ନୂଆ କାହାଣୀ !

ଝାରସୁଗୁଡ଼ା, ୩।୧୧: ଭାଇ ଭଉଣୀ ଦୁହେଁ ଏବେ ଫୁଲ୍‌ ଫର୍ମରେ । ସ୍ୱର୍ଗତ ନବ ଦାସଙ୍କ ପରଲୋକ ପରେ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ବିଧାୟିକା ହେବା ସହ ଝାରସୁଗୁଡ଼ା ବିଜେଡ଼ିକୁ ନେତୃତ୍ୱ ପ୍ରଦାନ କରୁଛନ୍ତି । ଅନ୍ୟପଟେ ଭାଇ ଯୁବନେତା ବିଶାଳ ଦାସ ଉଭୟ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଭାଇ ଭଉଣୀ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ଏହି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଙ୍କି ମାରିଛି । ଭାଇ ଭଉଣୀଙ୍କ ମଧ୍ୟରୁ ଜଣକୁ ଟିକଟ ମିଳିବ ନା ଉଭୟଙ୍କୁ ବିଜେଡି ସୁପ୍ରିମୋ ନିର୍ବାଚନ ଲଢିବାର ସୁଯୋଗ ଦେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ୮ଟି ସ୍ଥାନରେ ରେଡ୍

ସ୍ୱର୍ଗତ ନବ ଦାସ ନିଜର ରାଜନୈତିକ କ୍ୟାରିୟର ସମ୍ବଲପୁରରୁ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଝାରସୁଗୁଡ଼ାରୁ ନିର୍ବାଚନ ଲଢି ବେଶ ସଫଳତା ଅର୍ଜି ଥିଲେ । ସେ ଝାରସୁଗୁଡ଼ା ସମେତ ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲ୍ଲା ରାଜନୀତିରେ ବି ବେଶ ପ୍ରଭାବ ଦେଖାଇ ଆସିଥିଲେ । ତାଙ୍କ ସୁପାରିଶରେ ଗତ ୨୦୧୯ ନିର୍ବାଚନରେ ଅନେକ ଟିକଟ ମଧ୍ୟ ପାଇଥିବାର କୁହାଯାଏ । ହେଲେ ନବ ବାବୁଙ୍କ ପ୍ରଭାବ ତାଙ୍କର ଅବର୍ତ୍ତମାନରେ ଝିଅ ଦୀପାଳି ଏବଂ ପୁଅ ବିଶାଳ ବଜାୟ ରଖି ପାରିବେ ନାଁ ନାହିଁ ତାହା ଏବେଠୁ କହିବା ମୁସ୍କିଲ । ମାତ୍ର ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ଦୁଇ ଭାଇ ଭଉଣୀ ନିଜର ପ୍ରଭାବ ବିସ୍ତାର ପ୍ରୟାସ ଜାରି ରଖିଛନ୍ତି । 

ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ, ଲଭ, ସେକ୍ସ ଓ ଧୋକା ଅଭିଯୋଗ

ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଏକ ସୁବିଧାଜନକ ସ୍ଥିତିରେ ଥିବାରୁ ବିଜେଡ଼ିରୁ ଦୁଇ ସିଟିଂ ଏମ୍‌ଏଲ୍‌ଏ ଟିକଟ ପାଇବା ନେଇ ଦ୍ୱନ୍ଦ୍ୱ ନାହିଁ । କୌଣସି ପରିସ୍ଥିତିରେ ଯଦି ଦଳ ରଣନୀତି ପରିବର୍ତ୍ତନ କରି ଦୁଇ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀତ୍ୱକୁ ନେଇ ଅଲଗା କିଛି ଚିନ୍ତା କରେ ତାହେଲେ ସେଭଳି କ୍ଷେତ୍ରରେ ଦୀପାଳି ଓ ବିଶାଳଙ୍କୁ ଅଣଦେଖା କରିବା କଷ୍ଟକର ହେବ । କାରଣ ଉଭୟ ନିର୍ବାଚନ ମଣ୍ଡଳୀରେ ନବ ବାବୁ ଥିବା ସମୟରୁ ଏକ ଶକ୍ତିଶାଳୀ ସଂଗଠନକୁ ଇନ୍ଧନ ଯୋଗାଇ ଆସିଛନ୍ତି । ଅନ୍ୟ ପକ୍ଷରେ ଗତ କିଛି ମାସର ରାଜନୈତିକ ଗତିବିଧିକୁ ନିରୀକ୍ଷଣ କଲେ ବିଶାଳ ସମ୍ବଲପୁର ଅଞ୍ଚଳରେ ବେଶ ସକ୍ରିୟ ରହିଛନ୍ତି । ଝାରସୁଗୁଡ଼ାରେ ବିଧାୟିକାଙ୍କ ଗଡ଼ ସମ୍ଭାଳିବା ସହ ସମ୍ବଲପୁର ରାଜନୀତିରେ ନିଜର ପତିଆରା ସୃଷ୍ଟି ଲକ୍ଷ୍ୟରେ ବିଶାଳ ଥିବାରୁ ଆଗକୁ ଦୁଇ ଭାଇ ଭଉଣୀଙ୍କ ମଧ୍ୟରୁ କାହାକୁ କେଉଁଠି ଦଳ କିଭଳି ଉପାୟରେ ଥଇଥାନ କରିବ ତାହା ଏକ ବଡ଼ ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.