ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଗଣା ବିଜୁଳୀ, ଚୀନ୍‌ରୁ ଛଡ଼ାଇ ଆଣିବୁ ଜାଗା: ଦେଶବାସୀଙ୍କୁ କେଜ୍ରିଓ୍ବାଲଙ୍କ ୧୦ ଗ୍ୟାରେଣ୍ଟି

AAP guarantee

ନୂଆଦିଲ୍ଲୀ,୧୨/୦୫: ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ଦିଳ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି ଯେ,'ଯଦି ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ କ୍ଷମତାକୁ ଆସେ, ତେବେ ଦେଶବାସୀଙ୍କୁ ୧୦ ଟି ଗ୍ୟାରେଣ୍ଟି ଭେଟିଦିଆଯିବ। ଇଣ୍ଡି ମେଣ୍ଟ କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳୀ ସେବା ଯୋଗାଇ ଦିଆଯିବା ସହିତ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦିଆଯିବ ବୋଲି କହିଛନ୍ତି କେଜ୍ରିଓ୍ବାଲ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୀମାବର୍ତ୍ତି ଯେଉଁ ଅଞ୍ଚଳଗୁଡ଼ିକୁ ଚୀନ୍‌ କବ୍‌ଜା କରିଛି, ସେଗୁଡ଼ିକ ଛଡ଼ାଇ ଅଣାଯିବ। ତେବେ ଅନ୍ୟ କେଉଁ ସବୁ ଗ୍ୟାରେଣ୍ଟିର ପ୍ରତିଶୃତି ଦେଇଛନ୍ତି କେଜ୍ରିଓ୍ବାଲ ଆସନ୍ତୁ ଜାଣିବା...

  • ବିଦ୍ୟୁତର ଗ୍ୟାରେଣ୍ଟି: ଦେଶରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ସହିତ ପ୍ରଥମ ୨୦୦ ୟୁନିଟ୍ ବିଦ୍ୟୁତ୍ ମୁକ୍ତ 
  • ଗ୍ୟାରେଣ୍ଟି ଶିକ୍ଷା: ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା ପାଇଁ ବ୍ୟବସ୍ଥା କରିବା ଏବଂ ଘରୋଇ ବିଦ୍ୟାଳୟ ଅପେକ୍ଷା ସରକାରୀ ବିଦ୍ୟାଳୟଗୁଡ଼ିକୁ ଉନ୍ନତ କରିବା ପାଇଁ ପ୍ରତିଶୃତି
  • ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି: ବେସରକାରୀ ଡାକ୍ତରଖାନା ସହିତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଭିତ୍ତିଭୂମି ଏବଂ ସୁବିଧା ନିର୍ମାଣର ପ୍ରତିଶୃତି
  • ଚୀନ୍‌ ଅଧିକୃତ ଭାରତୀୟ ଜମିକୁ ପୁନରୁଦ୍ଧାରର ଗ୍ୟାରେଣ୍ଟି
  • ଅଗ୍ନିବୀର ଯୋଜନା ଶେଷ କରିବାର ଗ୍ୟାରେଣ୍ଟି: ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଅଗ୍ନିବୀର ଯୋଜନାକୁ ବର୍ଜନ କରାଯିବ
  • ଏମ୍‌ଏସ୍‌ପିର ଗ୍ୟାରେଣ୍ଟି: କୃଷକମାନେ ସେମାନଙ୍କର ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇବେ।
  • ରାଜ୍ୟସ୍ତରର ଗ୍ୟାରେଣ୍ଟି: ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ନିଶ୍ଚିତ ଦିଆଯିବ
  • ରୋଜଗାରର ଗ୍ୟାରେଣ୍ଟି: ପ୍ରତିବର୍ଷ ଦୁଇ କୋଟି ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶୃତି
  • ଦୁର୍ନୀତି ବିରୋଧରେ ଗ୍ୟାରେଣ୍ଟି: ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସୁରକ୍ଷିତ ଆକାଶରୁ ମୁକ୍ତ କରି ଅନ୍ଧାରୀ କୋଠରୀ ଭିତରକୁ ଠେଲି ଦିଆଯିବ।
  • ଜିଏସ୍‌ଟି ଉପରେ ଗ୍ୟାରେଣ୍ଟି: ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) କୁ ସରଳ କରିବାକୁ ଯୋଜନା, ଚୀନ୍‌ର ବାଣିଜ୍ୟ କ୍ଷମତାକୁ ଅତିକ୍ରମ କରିବା ଉପରେ ଦୃଷ୍ଟି ରଖିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.