ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶିଙ୍କ ଅଭିଯୋଗ: କେଜ୍ରିଓ୍ବାଲ ଅସୁସ୍ଥ, କମି ଗଲାଣି ଓଜନ... ଖଣ୍ଡନ କଲେ ତିହାର ଜେଲ୍‌ କର୍ତ୍ତୁପକ୍ଷ

ନୂଆଦିଲ୍ଲୀ,୩।୪:  ଜେଲ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅସୁସ୍ଥ। ୨୧ ମାର୍ଚ୍ଚରେ ତାଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କର ଓଜନ ଖୁବ୍ କମି ଯାଇଛି। ଏ ସମ୍ପର୍କରେ ଆମ୍ ଆଦମୀ ପାର୍ଟି ନେତ୍ରୀ ତଥା ଶିକ୍ଷାମନ୍ତ୍ରୀ ଆତିଶି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗିରଫ ହେବା ପରେ ତାଙ୍କ ଓଜନ ୪-୫ କେଜି ହ୍ରାସ ପାଇଛି। ତେବେ ତିହାର ଜେଲ୍ ଅଧିକାରୀଙ୍କ କହିବା ଅନୁସାରେ, କେଜ୍ରିଓ୍ବାଲ ଏବେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି।

ଆତିଶି ବୁଧବାର ଏକ ସମ୍ବାଦିକ ସମ୍ମିଳନୀରେ କହିଥିଲେ, କେଜ୍ରିଓ୍ବାଲ ଜଣେ ମଧୁମେହ ରୋଗୀ। ଏହି ରୋଗରେ ବିଭିନ୍ନ ପ୍ରକାର ସମସ୍ୟା ରହିଥାଏ।ଏହାର ପ୍ରଭାବ ତାଙ୍କର ଆଖି ଓ ନର୍ଭ ସିଷ୍ଟମ ଏବଂ ସୁଗାର ଲେବଲ ଉପରେ ପଡିଥାଏ। ଯଦି ଏହା ୫୦ ତଳକୁ ଖସିଯାଏ ତେବେ ଜୀବନ ପ୍ରତି ବିପଦ ରହିଛି। ଏତେ ରୋଗ ଥିବା ପରେ ବି କେଜ୍ରିଓ୍ବାଲ ନିଜର ସ୍ବାସ୍ଥ୍ୟକୁ ଦେଶ ସେବାରେ କେବେ  ପ୍ରତିବଦ୍ଧକ ହେବାକୁ ଦେଇ ନାହାନ୍ତି। ସେ ଦୁଇଥର ଅନଶନ କରିଛନ୍ତି। କିନ୍ତୁ ଯେବେଠୁ ବିଜେପି ଶାସିତ କେନ୍ଦ୍ର ତାଙ୍କୁ ଗିରଫ କରିଛି, ତାଙ୍କ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ବିପଦ ରହିଛି। 

ଆତିଶି କହିଛନ୍ତି, ଇଡି କଷ୍ଟଡିରେ ରହି କେଜ୍ରିଓ୍ବାଲଙ୍କ ସୁଗାର ଲେବଲ ୩ ଥର ହ୍ରାସ ପାଇଛି। ଏପରିକି ଥରେ ୪୬ରେ ପହଁଞ୍ଚି ଯାଇଥିଲା। ଏହି କାରଣରୁ ତାଙ୍କର ଓଜନର ସାଢେ ୪ କେଜି ହ୍ରାସ ପାଇଛି। ଆଜି ପୁରା ଦେଶ ଦେଖୁଛି କିଭଳି ବିଜେପି ମିଛ କେସ୍‌ରେ ତାଙ୍କୁ ଜେଲ୍‌ରେ ପକାଇଛି। କିଭଳି ଜଣେ ନର୍ମାଲ ବ୍ୟକ୍ତିଙ୍କ ପାଇଁ ମଧ୍ୟ ୧୨ ଦିନରେ ସାଢେ ୪ କିଲୋ ଓଜନ ହ୍ରାସ ପାଇଛି। ବିଜେପି କେଜ୍ରିଓ୍ବାଲ ଓ ଆପ୍‌କ ଦବାଇବାକୁ ଯେ କୌଣସି ସ୍ତରକୁ ଖସିପାରେ। ଯଦି କଷ୍ଟଡିରେ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୁଏ, ତେବେ, ଭଗବାନ ଓ ଦେଶ ଆପଣଙ୍କୁ କେବେ କ୍ଷମା କରିବେନି।

ତିହାର ଜେଲ୍‌ ସୁତ୍ରର ସୂଚନା ଅନୁସାରେ, କେଜ୍ରିଓ୍ବାଲ ଯେତେବେଳେ ତିହାର ଜେଲ୍ ପହଁଞ୍ଚିଥିଲେ ତାଙ୍କ ଓଜନ ପ୍ରାୟ ୬୫ କେଜି ଥିଲା ଓ ଏବେ ବି ତାଙ୍କ ଓଜନ ୬୫ କେଜି ରହିଛି। ଜେଲ୍‌ରେ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ଠିକ୍ ଅଛି। ସୁଗାର ଲେବଲ ରାଣ୍ଡମ ୧୭୦ ରେ ରହିଛି। ଘଣ୍ଟାକ ପୂର୍ବରୁ ଚେକ୍ କରାଯାଇଥିଲା, ଯାହାକି ୧୪୦ ରହିଛି,ଅର୍ଥାତ ନର୍ମାଲ। ସେଭଳି ତାଙ୍କର ବ୍ଲଡ ପ୍ରେସର ଲେବଲ ୧୧୬/୮୦ ରହିଛି। ସେ ଆଜି ମଧ୍ୟ ସକାଳୁ ଉଡି ଯୋଗ ଓ ଧ୍ୟାନ କରିଛନ୍ତି। ସେ ନିଜ ବାରେକ୍‌ରେ ଓ୍ବାକ୍ କରିଛନ୍ତି। ଉଲ୍ଲେଖନୀୟ ଯେ, କେଜ୍ରିଓ୍ବାଲ ବର୍ତ୍ତମାନ ନିହାର ଜେଲ୍‌ ନମ୍ବର-୨ରେ ୧୪/୮ ଫୁଟର ଏକ ସେଲ୍‌ରେ ଅଛନ୍ତି। ରିପୋର୍ଟ ଅନୁସାରେ, ଗତ କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁଗାର ଲେବଲ ବଢୁଛି ଓ କମୁଛି।  ଗୋଟିଏ ସମୟରେ ଏହା ୫୦କୁ ଖସି ଆସିଥିଲା। ଏହାକୁ ନର୍ମାଲ ରଖିବାକୁ ତାଙ୍କୁ ଔଷଧ ଦିଆଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.