ନୂଆଦିଲ୍ଲୀ,୨୨/୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଗଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କେଜ୍ରିୱାଲଙ୍କ ଆବେଦନ ଓ ରିମାଣ୍ଡ ମଧ୍ୟରେ ବିବାଦୀୟ ସ୍ଥିତି ରହିଛି। ସେଥିପାଇଁ ସୁପ୍ରିମକୋର୍ଟଙ୍କ ପାଖରେ କରିଥିବା ଆବେଦନ ସେ ପ୍ରତ୍ୟାହାର କରୁଛନ୍ତି।
କେଜ୍ରିୱାଲଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଗଭି କୋର୍ଟଙ୍କୁ କହିଛନ୍ତି ଯେ ଆପ୍ ସୁପ୍ରିମୋ କେଜ୍ରିଓ୍ବାଲ୍ ଆବେଦନ ପ୍ରତ୍ୟାହାର କରୁଛନ୍ତି କାରଣ ରିମାଣ୍ଡ ଏବଂ ତାଙ୍କର ଆବେଦନ ବିବାଦୀୟ ଥିଲା। ମାର୍ଚ୍ଚ ୨୧ ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ସହିତ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି ଗିରଫ କରିଥିଲା। ଲଗାତାର ନଅ ଥର ଡାକରା ପରେ ଗୁରୁବାର ବିଳମ୍ବିତ ରାତିରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଟଙ୍କା ହେରଫେର ମାମଲାରେ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ରିଲିଫ ପ୍ରଦାନ କରିବାକୁ ମନା କରିବା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ।
ଆପ୍ ନେତା ଓ କର୍ମୀଙ୍କ ହଙ୍ଗାମା:
ସିଏମ୍ ଗିରଫ ହେବା ପରେ ଦିଲ୍ଲୀରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଇଡି କାର୍ଯ୍ୟାଳୟ ଅଞ୍ଜଳରେ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦର୍ଶାଇ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଆମ୍ ଆଦମୀ ଦଳର ନେତା ଓ କର୍ମୀମାନେ ରାସ୍ତାରେ ଯାଇ ଏହାକୁ ବିରୋଧ କରିଛନ୍ତି। କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଥିବା ଦଳର ନେତା ଆତୀଶୀ ଏବଂ ସୌରଭ ଭରଦ୍ୱାଜଙ୍କୁ ଗିରଫ କରାଯାଇଥିଲା। ପ୍ରଦର୍ଶନ ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ଏକ ବସ୍ରେ ଅଟକ ରଖିଥିଲା। ସୌରଭ ଭରଦ୍ୱାଜ କହିଛନ୍ତି ଯେ ଦମନ ସହିତ ବିପ୍ଳବ ବନ୍ଦ ହୁଏ ନାହିଁ, କେଜ୍ରିୱାଲଙ୍କ ପୁରା ପରିବାରକୁ ନଜରବନ୍ଦୀ କରି ରଖାଯାଇଛି।
କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହେବା ପରେ ଦିଲ୍ଲୀର ପରବର୍ତ୍ତୀ ସିଏମ୍ କିଏ ହେବ ସେନେଇ ପ୍ରଶ୍ନ ଉଠିଛି। ଯଦିଓ ଦଳର ନେତାମାନେ କହିଛନ୍ତି ଯେ କେଜ୍ରିୱାଲ ନିଜେ ଜେଲରୁ ସରକାର ଚଳାଇବେ, ତଥାପି ତମାମ କଳ୍ପନାଜଳ୍ପନାକୁ ନେଇ ଢ଼େର ଚର୍ଚ୍ଚା। କିନ୍ତୁ ଇତି ମଧ୍ୟରେ, ଯଦି ସିଏମ କେଜ୍ରିୱାଲଙ୍କୁ ଇସ୍ତଫା ଦିଅନ୍ତି ତେବେ ଆତିଶି ମାର୍ଲେନା କିମ୍ବା ଗୋପାଳ ରାୟ ସିଏମ ପଦ ଗ୍ରହଣ କରିପାରନ୍ତି ବୋଲି ସମ୍ଭାବନା ରହିଛି।