ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମେଧା ପାଟକର

ନୂଆଦିଲ୍ଲୀ : ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତା ମେଧା ପାଟକର ଦୋଷୀ ସାବ୍ୟସ୍ତ। ତାଙ୍କୁ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର କୋର୍ଟ। ଉକ୍ତ ମାମଲା ଦିଲ୍ଲୀର ବର୍ତ୍ତମାନର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ସହ ଜଡ଼ିତ। ଉଲ୍ଲେଖନୀୟ ଯେ ଭି.କେ. ସକ୍ସେନା ହିଁ ମେଧା ପାଟକରଙ୍କ ଉପରେ ମାନହାନି କେସ୍‌ ରୁଜୁ କରାଇ ଥିଲେ। ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍‌ ରାଘବ ଶର୍ମା , ପାଟକରଙ୍କୁ ଅପରାଧିକ ମାନହାନିରେ ଦୋଷୀ କରାଇଛନ୍ତି। ଏଥିପାଇଁ ମେଟା ପାଟକରଙ୍କୁ ସଜା ଭାବେ ଦୁଇ ବର୍ଷର ଜେଲ୍‌ ଦଣ୍ଡ ବା ଜୋରିମନା, ଅଥବା ଉଭୟ ମିଳିପାରେ। 

କହି ରଖୁଛୁ , ୨୦୦୦ମସିହାରେ ମେଧା ପାଟକର ଭିକେ ସକ୍ସେନାଙ୍କ ବିରୋଧରେ ତାଙ୍କର ଓ ନର୍ମଦା ବଞ୍ଚାଓ  ଆନ୍ଦୋଳନ (ଏନବିଏ)ର ବିରୋଧରେ ବିଜ୍ଞାପନ ଛାପିବାର ଅଭିଯୋଗରେ କେସ୍‌ ରୁଜୁ କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ଆଇନଗତ ଲଢେଇ ଚାଲୁ ରହିଥିଲା।

ଏହି ସମୟରେ ଭିକେ ସକ୍ସେନା ଅହମ୍ମଦାବାଦ ସ୍ଥିତ ଏନଜିଓ ନ୍ୟାସନାଲ କାଉନ୍ସିଲ ଫର୍‌ ସିଭିଲ ଲିବର୍ଟିଜ୍‌ର ପ୍ରମୁଖ ଥିଲେ। ଏହାପରେ ଭିକେ ସକ୍ସେନା ମଧ୍ୟ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲେ , ଯେଉଁଥିରେ ଗୋଟିଏ ଟିଭି ଚ୍ୟାନେଲରେ ତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଓ ଅପମାନଜନକ ପ୍ରେସ୍ ବୟାନ ଜାରି କରିବାର ଅଭିଯୋଗ ଲଗାଯାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.