ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

୮ ସପ୍ତାହ ମଧ୍ୟରେ ଔଷଧର ଅନଲାଇନ୍ ବିକ୍ରିକୁ ନେଇ ନୀତି ପ୍ରସ୍ତୁତ କରନ୍ତୁ କେନ୍ଦ୍ର ସରକାର : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ୮ ସପ୍ତାହ ମଧ୍ୟରେ ଔଷଧର ଅନଲାଇନ୍ ବିକ୍ରିକୁ ନେଇ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ ମିନି ପୁଷ୍କରଣାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲା ପାଞ୍ଚ ବର୍ଷ ଧରି କୋର୍ଟରେ ବିଚାରାଧୀନ ଅଛି । ତେଣୁ ଏହି ପ୍ରସଙ୍ଗରେ ନୀତି ଆଣିବାକୁ କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ ଦିଆଯାଉଛି।

କୋର୍ଟ କହିଛନ୍ତି ଯେ, ଯଦି ଏହି ଆଦେଶକୁ ଅନୁପାଳନ କରନଯାଏ, ତେବେ ଏହି ମାମଲାର ସଂପୃକ୍ତ ଯୁଗ୍ମ ସଚିବଙ୍କୁ ପରବର୍ତ୍ତୀ ଶୁଣାଣି ଦିନ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡ଼ିବ । ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କିର୍ତ୍ତମାନ ସିଂ କହିଛନ୍ତି ଯେ, ଔଷଧର ଅନଲାଇନ୍ ବିକ୍ରୟ ସମ୍ପର୍କରେ ୨୮ ଅଗଷ୍ଟ ୨୦୧୮ ତାରିଖର ବିଜ୍ଞପ୍ତି ଉପରେ ଏବେ ପରାମର୍ଶ ଏବଂ ବିଚାରବିମର୍ଶ ଜାରି ରହିଛି । 

ଅଦାଲତ ଏହି ଆଦେଶରେ କହିଛନ୍ତି ଯେ " ଅଦାଲତଙ୍କ କହିବା କଥା ଏଥିପାଇଁ ପାଞ୍ଚ ବର୍ଷରୁ ଅଧିକ ସମୟ ବିତିସାରିଛି  । କେନ୍ଦ୍ର ନୀତି ପ୍ରସ୍ତୁତ କରିବା ପାଇଁ ଏହା ପର୍ଯ୍ୟାପ୍ତ ସମୟ ଅଟେ । ତା’ପରେ ଆଠ ସପ୍ତାହ ମଧ୍ୟରେ ଏହି ନୀତି ପ୍ରସ୍ତୁତ କରିବାକୁ କୋର୍ଟ ଶେଷ ସୁଯୋଗ ଦେଉଛନ୍ତି ।  ଯଦି ଔଷଧର ଅନଲାଇନ୍ ବିକ୍ରୟ ସମ୍ବନ୍ଧରେ କୌଣସି ନୀତି ପ୍ରସ୍ତୁତ କରା ନ ଯାଏ, ତେବେ ପରବର୍ତ୍ତୀ ଶୁଣାଣିରେ ଯୁଗ୍ମ ସଚିବଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡ଼ିବ। "

ବାର ଏବଂ ବ୍ରାଞ୍ଚ୍ ଅନୁଯାୟୀ, ଅନଲାଇନରେ ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିବା ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନ ଗୁଡିକରେ ଡ୍ରଗ୍ ଏବଂ କସମେଟିକ୍ସ ନିୟମ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଡ୍ରାଫ୍ଟକୁ ଆହୁରି ସଂଶୋଧନ କରିବାକୁ ଚ୍ୟାଲେଞ୍ଜ କରାଯାଇଛି । 

 

 



Copyright © 2022 - Summa Real Media Private Limited. All Rights Reserved.