ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ୍‌ ନା ଜେଲ୍‌ ? ଆସିବ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଆଜିର ଦିନ ବହୁ ଗୁରୁତ୍ବପୂର୍ଣ୍ଣ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଦାଏର ଆବେଦନର ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ । ଆଉ ଏହି ରାୟ କେଜ୍ରିଓ୍ବାଲଙ୍କ ବିପକ୍ଷରେ ନା ସପକ୍ଷରେ ଯିବ ତା ଉପରେ ନଜର  । ଅବକାରୀ ଦୁର୍ନୀତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ ଦେଇଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ହାଇକୋର୍ଟ ଯାଇଥିଲା ଇଡି ।

ସେପଟେ ରାୟ ନଆସିବା ଯାଏଁ ତଳ କୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଭାବହୀନ କରିଥିଲେ ହାଇକୋର୍ଟ । ଫଳରେ ଜେଲ୍‌ରେ ରହିବାକୁ ବାଧ୍ୟ ହୋଇଥିଲେ କେଜ୍ରିଓ୍ବାଲ । କିନ୍ତୁ ଆଜି ହାଇକୋର୍ଟଙ୍କ ରାୟ ଆସିବା ପରେ କେଜ୍ରିଓ୍ବାଲ ପୁଣି ଜେଲ୍‌ ଯିବେ ନା ବେଲ୍‌ ପାଇବେ, ତାହା ସ୍ପଷ୍ଟ ହୋଇଯିବ ।  ଜୁନ୍‌ ୨୦ରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଥିଲା ଏବଂ ଏହା ବିରୋଧ‌ରେ ଜୁନ୍‌ ୨୧ରେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା ଇଡି ।  ଇଡି ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । 

ବେଲକୁ ହାଇକୋର୍ଟ ସ୍ଥଗିତ ରଖିଦେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିଓ୍ବାଲ । ଏହା ଉପରେ ସୋମବାର ଶୁଣାଣି କରିଥିଲେ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ । ପରବର୍ତ୍ତୀ ଶୁଣାଣିକୁ ଜୁନ ୨୪ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ  । ସେପଟେ ଇଡି ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ୨୯ ପୃଷ୍ଠାର ଜବାବ ଦାଖଲ କରାଯାଇଛି । ସେହିଭଳି କେଜ୍ରିଓ୍ବାଲଙ୍କ ପକ୍ଷରୁ ଦିଲ୍ଳୀ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି ।  

ଗୋଆ ନିର୍ବାଚନରେ ଆପ୍‌ ଟଙ୍କା ଖର୍ଚ୍ଚ କରିଥିବା ନେଇ ଇଡି ପାଖରେ କୌଣସି ପ୍ରମାଣ ନାହିଁ ବୋଲି କୋର୍ଟଙ୍କୁ ଜଣାଇଛନ୍ତି କେଜ୍ରିଓ୍ବାଲଙ୍କ ଓକିଲ ।  ଜାମିନ୍‌ର ଲୋଭ ଦେଖାଇ ସାକ୍ଷିଙ୍କୁ କେଜ୍ରିଓ୍ବାଲଙ୍କ ବିପକ୍ଷରେ ଛିଡ଼ା କରିବାକୁ ଇଡି ଚକ୍ରାନ୍ତ କରୁଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ସେପଟେ ହାଇକୋର୍ଟଙ୍କ ରାୟ ଆସିବାକୁ ଥିବାରୁ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି ସ୍ଥଗିତ ରଖିଛନ୍ତି । 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.