ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେ. କବିତାଙ୍କ ଜାମିନ ଆବେଦନ ଖାରଜ, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଇଲେ କୋର୍ଟ

Image Courtesy: indiatv

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କୁ  ଆଶ୍ବସ୍ତି ମିଳିନାହିଁ । ଆଜି ରିମାଣ୍ଡର ଶେଷ ଦିନ ହୋଇଥିବା ବେଳେ କୋର୍ଟରେ ହାଜର ହୋଇଥିଲେ କବିତା । ସେ ଜାମିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ୧୪ ଦିନ ପାଇଁ ପୁଣି ଜେଲକୁ ପଠାଇ ଦେଇଛନ୍ତି । ଏପ୍ରିଲ ୯ ତାରିଖ ଯାଏଁ ଜେଲରେ ରହିବେ କେ. କବିତା । 

ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ କବିତା ତେବେ ଆସନ୍ତା ଏପ୍ରିଲ ୧ ତାରିଖ ଦିନ କବିତାଙ୍କର ଅନ୍ତରୀଣ ଜାମିନ ଉପରେ ଶୁଣାଣି ହେବ । ପୂର୍ବରୁ ଇଡି କବିତାକୁ ନ୍ୟାୟିକ ହେପାଜତକୁ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା  । ଇଡି ପକ୍ଷରୁ କୁହାଯାଇଥିଲା ଯେ, କେ. କବିତା ଅତ୍ୟନ୍ତ ପ୍ରଭାବଶାଳୀ । ତେଣୁ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି । ଯଦି ତାଙ୍କୁ ଜାମିନ ପ୍ରଦାନ କରାନଯାଏ, ତାହେଲେ ସେ ପ୍ରମାଣ ନଷ୍ଟ କରିବାର ସମ୍ଭାବନା ରହିଛି ଏବଂ ଚାଲିଥିବା ଅନୁସନ୍ଧାନକୁ ମଧ୍ୟ ପ୍ରଭାବିତ କରିପାରନ୍ତି ।

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୫ ତାରିଖରେ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ତାଙ୍କ ବାସଭବନରେ ରେଡ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମାର୍ଚ୍ଚ ୧୬ ତାରିଖରେ କେ.କବିତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି । ମାମଲାକୁ ଅତି ଗମ୍ଭୀର ଦର୍ଶାଇ କେନ୍ଦ୍ରୀୟ ସଂସ୍ଥା ଅଧିକ ଜେରା ପାଇଁ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ ୭ ଦିନିଆ ରିମାଣ୍ଡରେ କବିତାଙ୍କୁ ପଠାଇଥିଲେ । ତେବେ ୨୩ ତାରିଖରେ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଏହାକୁ ଆଉ ୩ ଦିନ ବୃଦ୍ଧି କରାଯାଇଥିଲା । ଆଜି ରିମାଣ୍ଡ ଅବଧି ଶେଷ ହେବାରୁ କୋର୍ଟରେ ତାଙ୍କୁ ହାଜର କରାଯାଇଥିବା ବେଳେ କବିତାଙ୍କ ଜାମିନ ଆବଦେନକୁ ଖାରଜ କରିଛନ୍ତି କୋର୍ଟ ।

 

  • telengana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.