ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଣି ପରେ ଦିଲ୍ଲୀର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସମସ୍ୟା , ପାୱାରକଟ୍‌ର କାରଣ କହିଲେ ଆତିଶୀ

ନୂଆଦିଲ୍ଲୀ – ଦିଲ୍ଲୀରେ ଏବେ ବିଦ୍ୟୁତ୍ ସଙ୍କଟ ସାଙ୍ଘାତିକ ସ୍ଥିତିରେ। ଦିଲ୍ଲୀ ସରକାରଙ୍କର ମନ୍ତ୍ରୀ ଆତିଶୀ ଏହି ସୂଚନା ଦେଇଛନ୍ତି। ଆତିଶୀ କହିଛନ୍ତି , ୟୁପିର ମଣ୍ଡୋଲାରେ ପିଜିସିଆଇଏଲ୍‌ର ଏକ ସବ୍‌-ଷ୍ଟେସନରେ ନିଆଁ ଲାଗିଛି। ଏହି ସବ୍‌-ଷ୍ଟେସନରୁ ଦିଲ୍ଲୀକୁ ୧୫୦୦ ମେଗାୱାଟ୍‌ ବିଦ୍ୟୁତ୍‌ ମିଳିଥାଏ। ଆତିଶୀ କହିଛନ୍ତି କି, ମଣ୍ଡୋଲା ସବ୍‌ – ଷ୍ଟେସନରେ ନିଆଁ ଲାଗିବା ଯୋଗୁଁ ଦିଲ୍ଲୀର ଅନେକ ସ୍ଥାନରେ ପାୱାର୍‌ କଟ୍‌ ହୋଇଛି। 

ଏହା ଖୁବ୍‌ ଗୁରୁତର ମାମଲା ପାଲଟିଛି। ଏହା ବହୁତ ଚିନ୍ତାର ବିଷୟ କି ବର୍ତ୍ତମାନ ସମୟରେ ଦେଶର ଇଲେକ୍ଟ୍ରୋନିକ ଇନଫ୍ରାଷ୍ଟ୍ରକଚର ଫେଲ୍‌ ହୋଇ ସାରିଛି। ଆତିଶୀ କହିଛନ୍ତି କି, ୨ ଟା ୧୧ ମିନିଟ୍‌ରେ ଦିଲ୍ଲୀର ଅନେକ ଅଞ୍ଚଳରେ ପାୱାର କଟ୍‌ ହୋଇଛି। ଏଥିରେ ପୂର୍ବୀୟ ଦିଲ୍ଲୀର ଅନେକ ଅଞ୍ଚଳ , ଆଇଟିଓର ଅଞ୍ଚଳ , ଦକ୍ଷିଣୀ ଦିଲ୍ଲୀରେ ସୁଖଦେବ ବିହାର , ଆଶ୍ରମ , ସରିତା ବିହାର ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି।

ମନ୍ତ୍ରୀ ଆତିଶୀ କହିଛନ୍ତି , ବର୍ତ୍ତମାନ ଦିଲ୍ଲୀ ସରକାର ରାଷ୍ଟ୍ରୀୟ ରାଜଧାନୀର ବିଦ୍ୟୁତ୍ କମ୍ପାନୀଙ୍କୁ ଏହି ମାମଲାରେ ଆଲୋଚନା କରୁଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଦିଲ୍ଲୀର ଅନ୍ୟ ପାୱାର ଉତ୍ସ (ଯେମିତି ଏନ-୧)ସହ ଲିଙ୍କ୍‌ କରାଯାଉଛି।

ଆତିଶୀ ଏହାକୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ମାମଲା କହିଛନ୍ତି। ସେ କହିଛନ୍ତି –ମୁଁ ଆଜି କେନ୍ଦ୍ର ସରକାରଙ୍କ ନୂଆ ବିଦ୍ୟୁତ୍ ମନ୍ତ୍ରୀ ହୋଇଥିବା ମନୋହର ଲାଲ ଜୀଙ୍କୁ ସମୟ ମାଗିବି। ଦେଶର ସମସ୍ତ ପାୱାର ଟ୍ରାନ୍ସମିଶନ ସିଷ୍ଟମକୁ କେନ୍ଦ୍ର ସରକାର ଚଲାଇ ଥାନ୍ତି। ପାୱାର ଗ୍ରିଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ , ଏନଟିପିସି ଏହାର ଏକ ପୂରା ନ୍ୟାସନାଲ ପାୱାର ଗ୍ରିଡ୍‌। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.