ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟରେ ଖୁଲାସା; ପ୍ରଦୁଷିତ ସହର ମଧ୍ୟରେ ଦିଲ୍ଲୀ ପ୍ରଥମ

ନୂଆଦିଲ୍ଲୀ,୧୯/୦୩: ଏକ ରିପୋର୍ଟ ଅନୁଯାୟୀ, ବିହାରର ବେଗୁସରାଇ ଦୁନିଆର ସବୁଠାରୁ ପ୍ରଦୂଷିତ ସହରାଞ୍ଚଳ ଭାବରେ ଉଭା ହୋଇଥିବାବେଳେ ଦିଲ୍ଲୀ ସବୁଠାରୁ ଖରାପ ବାୟୁ ଗୁଣବତ୍ତା ରାଜଧାନୀ ଭାବରେ ତାଲିକାଭୁକ୍ତ ହୋଇଛି। ସ୍ୱିସ୍ ସଂଗଠନ IQAir ଦ୍ବାରା ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ ଅନୁଯାୟୀ ହାରାହାରି ବାର୍ଷିକ ପିଏମ୍‌୨.୫ ଘନତ୍ୱରେ ୫୪.୪ ମାଇକ୍ରୋଗ୍ରାମ୍ ଘନ ମିଟର ସହିତ ଭାରତ ୨୦୨୩ ରେ ବାଂଲାଦେଶ (୭୯.୯ ମାଇକ୍ରୋଗ୍ରାମ୍ ଘନ ମିଟର) ଏବଂ ପାକିସ୍ତାନ (୭୩.୭ ମାଇକ୍ରୋଗ୍ରାମ୍ ଘନ ମିଟର) ପରେ ୧୩୪ ଟି ଦେଶ ମଧ୍ୟରେ ଭାରତ ତୃତୀୟ ସବୁଠାରୁ ଖରାପ ବାୟୁ ଗୁଣବତ୍ତା ରାଷ୍ଟ୍ର ରହିଛି।

ଏହାପୂର୍ବରୁ ୨୦୨୨ରେ ଭାରତ ଅଷ୍ଟମ ସର୍ବାଧିକ ପ୍ରଦୂଷିତ ଦେଶ ଭାବରେ ସ୍ଥାନ ପାଇଥିଲା ଯାହାକି ହାରାହାରି ପିଏମ୍‌୨.୫ ଘନତ୍ବ ପ୍ରତି ୫୩.୩ ମାଇକ୍ରୋଗ୍ରାମ ଘନ ମିଟର ଥିଲା। ସେହିପରି ୧୧୮.୯ ଘନମିଟର ପିଛା ହାରାହାରି ପିଏମ୍୨.୫ ସହିତ ବେଗୁସରାଇ ସର୍ବଭାରତୀୟ ସ୍ତରରେ ସବୁଠାରୁ ପ୍ରଦୂଷିତ ସହରାଞ୍ଚଳ ଭାବରେ ଉଭା ହୋଇଛି। କିନ୍ତୁ ୨୦୨୨ ର଼୍ୟାଙ୍କିଙ୍ଗରେ ଏହି ସହରର ନାମକରଣ କରାଯାଇ ନାହିଁ। 

ଏଥି ସହିତ, ଦିଲ୍ଲୀର ପିଏମ୍‌ ୨.୫ ସ୍ତର ୨୦୨୨ ମସିହାରେ ୮୯.୧ ଘନ ମିଟରରୁ ବୃଦ୍ଧିହୋଇ ୨୦୨୩ ରେ ୯୨.୭ ମାଇକ୍ରୋଗ୍ରାମ୍ ରହିଛି। ୨୦୧୮ ଠାରୁ କ୍ରମାଗତ ଚାରିଥର ଜାତୀୟ ରାଜଧାନୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଭାବରେ ସ୍ଥାନିତ ହୋଇଛି। 

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୧.୩୬ ବିଲିୟନ ଲୋକ ପିଏମ୍‌୨.୫ ଘନତ୍ବ ଅନୁଭବ କରନ୍ତି ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସୁପାରିଶ ବାର୍ଷିକ ମାର୍ଗଦର୍ଶିକା ସ୍ତର ୫ ମାଇକ୍ରୋଗ୍ରାମ୍ ସ୍ତରରୁ ଅଧିକ ହୋଇଥାଏ। ଏଥି ସହିତ,୧.୩୩ ବିଲିୟନ ଲୋକ, କିମ୍ବା ଭାରତୀୟ ଜନସଂଖ୍ୟାର ପ୍ରାୟ ୯୬ ପ୍ରତିଶତ, ପିଏମ୍‌୨.୫ ସ୍ତରକୁ ହୁ'ର ବାର୍ଷିକ ବାର୍ଷିକ ପିଏମ୍‌୨.୫ ଗାଇଡଲାଇନ ଠାରୁ ସାତ ଗୁଣ ଅଧିକ ଅନୁଭବ କରନ୍ତି। ଏହି ଧାରା ସହର ସ୍ତରୀୟ ତଥ୍ୟରେ ଦୃଶ୍ୟମାନ ହେଉଛି, ଦେଶର ୬୬ ପ୍ରତିଶତରୁ ଅଧିକ ସହରରେ ପିଏମ ଘନତ୍ବ ମିଟର ପିଛା ବାର୍ଷିକ ହାରାହାରି ୩୫ ମାଇକ୍ରୋଗ୍ରାମ୍ ଅତିକ୍ରମ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.