ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦିଲ୍ଲୀରେ ପୋଲିସ ASI ଙ୍କୁ ଗୁଳିକରି ହତ୍ୟା, ପରେ ନିଜକୁ ନିଜେ ଗୁଳିକରି ଅଭିଯୁକ୍ତର ଆତ୍ମହତ୍ୟା...

ନୂଆଦିଲ୍ଲୀ: ଦିଲ୍ଲୀର ନନ୍ଦ ନଗରି ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଦିଲ୍ଲୀ ପୋଲିସର ଜଣେ ଏଏସଆଇ ଏବଂ ଅନ୍ୟ ଜଣେ ଲୋକକୁ ଗୁଳିମାଡ କରିଛି। ମିତ ନଗର ଫ୍ଲାଏ ଓଭର ଦେଇ ଯାଉଥିବା ବେଳେ ଗୁଳିମାଡର ଶିକାର ହୋଇଛନ୍ତି ଉଭୟ । ଗୁଳିମାଡରେ ASI ଦୀନେଶଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୋଲିସର ସୂଚନାନୁସାରେମଙ୍ଗଳବାର ସକାଳ ସାଢେ ୧୧ ଟା ସମୟରେ ଏହି ଘଟଣା ଘଟିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ବ୍ରାଞ୍ଚରେ ନିଯୁକ୍ତ ହୋଇଥିବା ଏଏସ୍ଆଇ ଦୀନେଶ ଶର୍ମା ତାଙ୍କ ବାଇକରେ ମିନଗର ଫ୍ଲାଏ ଓଭର ଦେଇ ଯାଉଥିବା ବେଳେ ଅମିତ୍ ନାମକ ଅନ୍ୟ ବ୍ୟକ୍ତି ଜଣକ ସ୍କୁଟି ନେଇ ଯାଉଥିଲେ । ଏହି ସମୟରେ ମୁକେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗୁଳି କରିଥିଲେ । ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ମାନେ ଦୀନେଶଙ୍କୁ ମୃତ ଘୋଷଣା କରିଥିଲେ । ଅମିତଙ୍କ ଅଣ୍ଟାରେ ଗୁଳି ବାଜିଥିବାରୁ ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପୋଲିସର ସୂଚନାନୁସାରେଅପରାଧ ଘଟାଇବା ପରେ ଅଭିଯୁକ୍ତ ମୁକେଶ ଖସିଯିବା ପାଇଁ ଏକ ଅଟୋରେ ବସିଥିଲେ ଏବଂ ଯେତେବେଳେ ଅଟୋ ଡ୍ରାଇଭର ତାଙ୍କୁ ବିରୋଧ କରିଥିଲେସେତେବେଳେ ମୁକେଶ ଅଟୋ ଡ୍ରାଇଭରଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ । ସୌଭାଗ୍ୟବଶତ ଅଟୋ ଡ୍ରାଇଭର ଗୁଳିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ଅଟୋ ଭିତରେ ନିଜକୁ ନିଜେ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ । ବର୍ତ୍ତମାନ ପୋଲିସ ଅଟୋ ପଛପଟ ସିଟରୁ ପିସ୍ତଲ ଜବତ କରିଛି।

ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀସୁଟର ମୁକେଶ ଏବଂ ଏଏସଆଇ ଦୀନେଶ ପରସ୍ପରକୁ ଜାଣିଥିଲେ । ମୁକେଶ ବୃତ୍ତି ଅନୁଯାୟୀ ସଫେଇ କର୍ମଚାରୀ ଥିଲେ । ମୁକେଶ କାହିଁକି ଏହି ଅପରାଧ କରିଛନ୍ତି ତାହା ଅନୁସନ୍ଧାନ କରାଯାଉଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.