ଭୁବନେଶ୍ୱର ,୨୬।୯ : ଓଡିଶା ନର୍ସିଂ କର୍ମଚାରୀ ସଂଘ (ONEA) ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ଫଳରେ ସ୍ବାସ୍ଥ୍ୟ ସେବା ଉପରେ ପ୍ରଭାବ ପାଇଛି। ସଂଘର ବିଭିନ୍ନ ଦାବି ଉପରେ ଆଜି ଆଲୋଚନା କରାଯାଇଥିଲା। ସରକାର ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସ୍ୱାସ୍ଥ୍ୟସେବାରେ ଆବଶ୍ୟକତାକୁ ହୃଦୟଙ୍ଗମ କରି ନର୍ସିଂ ଅଫିସରମାନେ ଆନ୍ଦୋଳନ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ନିବେଦନ କରିଛନ୍ତି।