ଭୁବନେଶ୍ୱର,୨୪/୦୮: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪ ଶହ ଟପିଲା । ତେବେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ରାଉରକେଲା ଓ ଭୁବନେଶ୍ୱର । ତେବେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତ ବର୍ଷଠୁ କମ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଡାକ୍ତର ମିଶ୍ର କହିଛନ୍ତି, ଗତକାଲି ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମୋଟ ୨ ହଜାର ୪୭୧ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ରୋଗୀ ଚିହ୍ନଟ ହୋଇଛନ୍ତି । କଟକ, ବଲାଙ୍ଗୀର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ନିରୀକ୍ଷଣ ଜାରି ରଖିଛି । ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସରକାର ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛନ୍ତି । ପରୀକ୍ଷାକୁ ମଧ୍ୟ ବଢ଼ାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି
ଭଙ୍ଗ ହୋଇପାରେ ହରିଆଣା ବିଧାନସଭା, ଜରୁରି କ୍ୟାବିନେଟ...