ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୯ରୁ ଧଉଳି-କଳିଙ୍ଗ ମହୋତ୍ସବ, ବୁଦ୍ଧ ସମ୍ମାନରେ ସମ୍ମାନିତ ହେବେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲ

ଭୁବନେଶ୍ୱର,୦୫/୦୨: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗ ଓଡ଼ିଶା ଏବଂ ଓଡ଼ିଶା ଡ୍ୟାନ୍ସ  ଏକାଡେମୀ ପକ୍ଷରୁ ଫେବ୍ରୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ  ଯାଉଛି ବିଂଶତମ ଧଉଳି- କଳିଙ୍ଗ  ମହୋତ୍ସବ । ଏଥିରେ ଓଡ଼ିଶା ସଙ୍ଗୀତ  ନାଟକ ଏକାଡେମୀ ଓ ଆର୍ଟ ଭିଜନ  ସହଯୋଗ କରିବ । ଓଡ଼ିଆ ଭାଷା ଓ  ଅସ୍ମିତାର ପରିଚୟକୁ ଆଧାର କରି  ମହୋତ୍ସବରେ ପ୍ରତିଫଳିତ ହେବ  ନୃତ୍ୟ ସଙ୍ଗୀତ ।

ଚଳିତ ବର୍ଷ ବୁଦ୍ଧ ସମ୍ମାନରେ ସମ୍ମାନିତ ହେବେ ପ୍ରଖ୍ୟାତ ଓଡ଼ିଶୀ  ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ମାଧବୀ ମୁଦଗଲ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ  ୨ ଲକ୍ଷ ଟଙ୍କା ମାନପତ୍ର ଏବଂ ଅଙ୍ଗବସ୍ତ୍ର ପ୍ରଦାନ  କରାଯିବ । ସେହିପରି ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି  ସମ୍ମାନରେ ସମ୍ମାନିତ ହେବେ ସୀମାଞ୍ଚଳ ପାତ୍ର, ବିଶିଷ୍ଟ  ପ୍ରହଲ୍ଲାଦ ନାଟକ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ,  ଖ୍ୟାତି ସମ୍ପନ୍ନ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ରତିକାନ୍ତ  ମହାପାତ୍ର, ଓଡ଼ିଶୀ ନୃତ୍ୟଗୁରୁ  ଡ. ସିଦ୍ଧାର୍ଥ ମହାନ୍ତି । ଏହି  ପୁରସ୍କାର ସହ ପ୍ରତ୍ୟେକଙ୍କୁ  ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା  ମାନପତ୍ର ପ୍ରଦାନ କରାଯିବ ବୋଲି ଓଡ଼ିଶା  ଡ୍ୟାନ୍ସ ଏକାଡେମୀରେ ଆୟୋଜିତ ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦିଆଯାଇଛି । ଏଥିରେ  ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସଚିବ  ସୁଜାତା କାର୍ତ୍ତିକେୟନ, ଓଡ଼ିଶା ଭାଷା, ସାହିତ୍ୟ,  ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ,  ପଦ୍ମଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.