ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ମହାରାଷ୍ଟ୍ରର ଚର୍ଚ୍ଚିତ ଧୁଲେ ମବ୍ ଲିଞ୍ଚିଂ କେସ୍ : ୭ ଜଣଙ୍କୁ ଆଜୀବନ ସଜା , ପ୍ରମାଣ ଅଭାବରୁ ୨୮ ଦୋଷ ମୁକ୍ତ

ମୁମ୍ୱାଇ : ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ୬ ବର୍ଷ ପୂର୍ବେ ୫ ଜଣ ଲୋକଙ୍କୁ ପିଟି ପିଟି ହତ୍ୟା କରିବା ମାମଲାରେ ୭ଜଣ ଲୋକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହ ନିଷ୍ପତ୍ତି ସୋମବାର ଧୁଲେର ଏକ ସେସନ କୋର୍ଟ ଦେଇଛନ୍ତି। କୋର୍ଟ ୧୦-୧୦ ହଜାର ଟଙ୍କାର ଜୋରିମନା ମଧ୍ୟ ଲଗାଇଛନ୍ତି। ପିଲା ଅପହରଣ ନେଇ ୫ ଲୋକଙ୍କୁ ହତ୍ୟା କରାଯାଇ ଥିଲା। 

ପ୍ରମାଣ ଅଭାବରୁ ୨୮ ମୁକ୍ତ – 

ଉକ୍ତ ମାମଲାରେ ୩୫ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଥିଲା। ହେଲେ କୋର୍ଟ ପ୍ରମାଣ ଅଭାବରୁ ସେମାନଙ୍କ ମଧ୍ୟରୁ ୨୮ଜଣଙ୍କୁ ଖଲାସ କରି ଦିଆ ଯାଇଛି। ଅନ୍ୟ ୭ ଜଣ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୋଷୀ ସାବ୍ୟସ୍ତ କରାଯାଇ ଥିଲା ଲୋକଙ୍କ ମଧ୍ୟରେ ମହାରୁ ପୱାର, ଦଶରଥ ପିମ୍ପଲସେ, ହୀରାଲାଲ ଗଭଲି ,ଗୁଲାବ ପାଡଭି , ଯୁବରାଜ ଚୌରେ , ମୋତିଲାଲ ସାବଲେ ଓ କାଲୁ ଗାଭିତ ପ୍ରମୁଖ ସାମିଲ ଅଛନ୍ତି। 

ପୁଲିସ ମୁତାବିକ, ୱାଟ୍ସଆପ୍‌ରେ ପିଲାଙ୍କୁ ଅପହରଣର ଗୁଜବ ବ୍ୟାପି ଥିଲା। ଏଥିରେ ଲୋକଙ୍କ ମଧ୍ୟରେ କ୍ରୋଧ ବଢି ଯାଇଥିଲା, ଫଳରେ ଏମାନେ ୫ଜଣ ମାଇଗ୍ରାଣ୍ଟ (ପ୍ରବାସୀ) ବ୍ୟକ୍ତିଙ୍କୁ ପିଟିପିଟି ମାରି ଦେଇ ଥିଲେ। 

ଆସନ୍ତୁ ଜାଣିବା ଧୁଲେ ମବ୍‌ ଲିଞ୍ଚିଂ କଣ ? 

ଜୁଲାଇ ୨୦୧୮ରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ରେନପାଡା ଗାଁରେ ୫ଜଣ ମାଇଗ୍ରାଣ୍ଟ( ପ୍ରବାସୀ) ଲୋକଙ୍କ କ୍ରୋଧର ଶିକାର ହୋଇଥିଲେ। ପୁଲିସ୍‌ ମୁତାବିକ୍‌, ସଂପୃକ୍ତ ଅଞ୍ଚଳରେ ପିଲାଚୋରୀ ସକ୍ରିୟ ହେବାର ଗୁଜବ ବ୍ୟାପି ଥିଲା। କିଛି ପ୍ରବାସୀ ଲୋକଙ୍କୁ ପିଲା ଅପହରଣର ସନ୍ଦେହରେ ଧରି ଥିଲେ। ଆଉ ପଥର ଓ ଲାଠିରେ ଲୋକେ ମାଡ଼ ମାରି ଏକ ଘରେ ବନ୍ଦ କରି ଦେଇ ଥିଲେ। ଏହାପରେ ୫ଜଣ ଯାକ ମରି ଯାଇଥିଲେ। 

ଅଭିଯୋଗକାରୀ ପକ୍ଷର ଦାବି କି ପୀଡ଼ିତ(ପ୍ରବାସୀ)ଙ୍କୁ  ଲୁହାର ଛଡ଼ , ପଥର , ଇଟା ,ଲାଠିରେ ହମଲା କରାଯାଇ ଥିଲା। ସାଥି ମୃତକ ନାଥ ପନ୍ଥି ଦୱାରୀ ହୋସାଭି ଘୁମନ୍ତୁ ସଂପ୍ରଦାୟର ଲୋକ ଥିଲେ। ସେମାନେ ଯେବେ ବି କେଉଁ ଗାଁକୁ ଯାଉଥିଲେ ତ ସ୍ଥାନୀୟ ପୁଲିସ ଷ୍ଟେସନକୁ ରିପୋର୍ଟ କରୁଥିଲେ। କିନ୍ତୁ ସେମାନେ ରିପୋର୍ଟ କରି ନଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.