ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

କିଏ ଦଖଲ କରିବ ସୂର୍ଯ୍ୟଙ୍କ ଗଡ଼ ? ବିପ୍ଲବଙ୍କ ପାଇଁ କଡ଼ା ଆହ୍ୱାନ , ବିପିନଙ୍କ ବାଟ ବି ସୁଗମ ହେଉନି

ବ୍ରହ୍ମପୁର,୨୩/୦୩: ଗଞ୍ଜାମ ଜିଲ୍ଲା ରାଜନୀତିରେ ଏବେ  ଦିଗପହଣ୍ଡି ବିଧାନସଭା ଆସନକୁ ନେଇ ବେଶ୍‌ ଚର୍ଚ୍ଚା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦିଗପହଣ୍ଡି ମଙ୍ଗ କିଏ ଧରିବ ତାକୁ ନେଇ ଆଲୋଚନା ଚାଲିଛି । ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଗଠନ ହେବା ପରଠୁ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଜେଡି ଦଖଲରେ ରହିଆସିଛି । ସୂର୍ଯ୍ୟଙ୍କ ପରଲୋକ ପରେ ତାଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ସଂଗଠନ ଦାୟିତ୍ୱ ମିଳିଛି । ବିପ୍ଲବଙ୍କୁ ପ୍ରଥମେ ଚ୍ୟାଲେଞ୍ଜ୍‌ କରିଥିଲେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ବିପିନ ପ୍ରଧାନ । ସେ ଦଳ ଛାଡ଼ିବା ପରେ  କଣ୍ଟା ଗଲା ବୋଲି କୁହାଯାଉଥିଲା । କିନ୍ତୁ ଏବେ  ଗୋପାଳ ସମାଜ ବି ବିପ୍ଲବଙ୍କୁ ବିରୋଧ କରୁଥିବା ବେଳେ ଅନେକ କର୍ଯ୍ୟକ୍ରମରେ ମତାନ୍ତର ଦେଖିବାକୁ ମିଳୁଛି । ଏଭଳିକି ସେମାନେ ନିଜ ସମାଜରୁ ପ୍ରାର୍ଥୀ ଦେବାକୁ ପୂର୍ବରୁ ଘୋଷଣା କରିସାରିଲେଣି ।   

ଦଳବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ହୋଇଥିଲେ  ବିପିନ ପ୍ରଧାନ । କିଛିଦିନ ତଳେ ସେ ବିଜେପିରେ ସାମିଲ  ହୋଇଛନ୍ତି । ସେ ବିଜେପିରେ ସାମିଲ ହେବା ପରେ କଡ଼ା  ଟକ୍କର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।  ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତାରେ ବିପ୍ଲବଙ୍କ ପ୍ରତି ଭାରି  ପଡ଼ିପାରନ୍ତି ବୋଲି କୁହାଯାଉଥିଲା । କିନ୍ତୁ ବିପିନ ପ୍ରଧାନ  ଘରେ ନ ପଶୁଣୁ ଚାଳ ବାଜିଲାଣି । ସେ ବିଜେପିରେ ସାମିଲ  ହେବା ପରେ ବିରୋଧର ସ୍ୱର ଦେଖିବାକୁ ମିଳିଛି । ଦିଗପହଣ୍ଡି  ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିରରେ ବିଜେପିର କିଛି ନେତା ଗୁପ୍ତ ବୈଠକ  କରି ବିପିନଙ୍କ ବିରୋଧୀଙ୍କୁ ଏକାଠି କରିବାକୁ ଆହ୍ୱାନ କରିଛନ୍ତି ।  

ଏହି ଦୁଇ ଜଣଙ୍କ ପାଇଁ ନିର୍ବାଚନମଣ୍ଡଳୀରେ ଅଡ଼ୁଆ ବଢ଼ୁଥିବା  ବେଳେ କଂଗ୍ରେସ ଫାଇଦା ନେବ ବୋଲି ଆଶା କରାଯାଉଥିଲା ।  ହେଲେ କଂଗ୍ରେସ ସମ୍ପୂର୍ଣ୍ଣ ସୁପ୍ତ ଅବସ୍ଥାରେ  ରହିଛି । କଂଗ୍ରେସର ଦୁଇଟି ସାଂଗଠନିକ  ଜିଲ୍ଲା କରି ଏବେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଘର ସଜାଡ଼ିବା ପୂର୍ବରୁ ଏବେ ନିର୍ବାଚନ  ତାରିଖ ଘୋଷଣା ହୋଇସାରିଛି । ଯଦିଓ ଦିଗପହଣ୍ଡି ଏନ୍‌ଏସି  କଂଗ୍ରେସ ହାତରେ ରହିଛି ବିଶେଷ ଦଳୀୟ କାର‌୍ୟ୍ୟକ୍ରମ ଏଠାରେ  ଦେଖିବାକୁ ମିଳୁ ନାହିଁ । ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ  କଂଗ୍ରେସ ଦିଗପହଣ୍ଡି ନଗର ସଭାପତି ଦାୟିତ୍ୱ ଦେଇଥିଲେ  ନୂତନ ସଭାପତି । ସେ ନଗର କଂଗ୍ରେସ ସଭାପତି ଦାୟିତ୍ୱକୁ  ପ୍ରତ୍ୟାଖ୍ୟାନ କରିଥିଲେ । ଦିଗପହଣ୍ଡି ସହ ଜଡ଼ିତ ଥିବା ନୂଆ  ନେତୃତ୍ୱଙ୍କୁ ସୁଯୋଗ ମିଳିପାରେ । 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.