ନୂଆଦିଲ୍ଲୀ, ୨୮/୦୮ : ଭାରତର ପୂର୍ବତନ ୱିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି) ଖେଳିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଗତ ଆଇପିଏଲ୍ ଶେଷ ହେବା ପରେ ସେ ସମସ୍ତ ପ୍ରକାର ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । କାର୍ତ୍ତିକ କହିଛନ୍ତି, ଅବସର ପରେ ମୁଁ ଏଲ୍ଏଲ୍ସି ଖେଳିବା ନେଇ ମନସ୍ଥ କରିସାରିଥିଲି । ଏବେ ଶାରୀରିକ ଓ ମାନସିକ ଭାବେ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରସ୍ତୁତ ରହିଛି । ମୁଁ ପୁଣିଥରେ ଖେଳ ପଡ଼ିଆରେ ରହି ସମସ୍ତଙ୍କୁ ମନୋରଞ୍ଜନ କରାଇବାକୁ ଚେଷ୍ଟା କରିବି ।’
କାର୍ତ୍ତିକ ଭାରତ ପକ୍ଷରୁ ୧୮୦ଟି ମ୍ୟାଚ୍ (୩ଟି ଯାକ ଫର୍ମାଟ) ଖେଳି ୩,୪୬୩ ରନ୍ ସଂଗ୍ରହ କରିଥିଲେ । ଟେଷ୍ଟରେ ସେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ୱିକେଟ୍ କିପର ଭାବେ ୧୭୨ଟି ସଫଳତା ହାସଲ କରିଥିଲେ । ଆଇପିଏଲ୍ରେ ସେ ୧୭ଟି ସିଜନରେ ୨୬୭ଟି ମ୍ୟାଚ୍ ଖେଳି ୪,୮୪୨ରନ୍ (୨୨ଅର୍ଦ୍ଧଶତକ) ସଂଗ୍ରହ କରିଥିଲେ । ଆସନ୍ତା ୨୯ ତାରିଖ ଏଲ୍ଏଲ୍ସିର ପରବର୍ତ୍ତୀ ସଂସ୍କରଣ ପାଇଁ ନିଲାମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ନିକଟରେ ଅବସର ଘୋଷଣା କରିଥିବା ଶିଖର ଧାୱନ ମଧ୍ୟରେ ଏଲ୍ଏଲ୍ସି ଖେଳିବେ।