ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଐତିହାସିକ ସମଲେଇ ପ୍ରକଳ୍ପକୁ ‌ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୪୦ ଏକର ଜମିରେ କରାଯାଇଛି ଭବ୍ୟ ପ୍ରକଳ୍ପ

Published By : Prameya | January 27, 2024 1:32 PM

ସମ୍ବଲପୁର, ୨୭/୦୧:  ଐତିହାସିକ ସମଲେଇ ପ୍ରକଳ୍ପକୁ ‌ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ୪୦ ଏକର ଜମିରେ ସୁସଜ୍ଜିତ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଛି। ଲୋକାର୍ପଣ ପରେ ସମଲେଇ ପ୍ରକଳ୍ପ  ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଉଦ୍‌ଘାଟନ ଉତ୍ସବରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ‌ସାମିଲ ହୋଇଥିଲେ।

ସମଲେଶ୍ୱରୀ ମନ୍ଦିର ପୂର୍ବରୁ ମାତ୍ର ୪ ଏକର ଜାଗାରେ  ଥିବାବେଳେ ଏବେ ୪୦ ଏକରରେ ପହଞ୍ଚିଛି । ଏହା ଫଳରେ  ନିୟମିତ ଭାବେ ଏବେ ଭକ୍ତଙ୍କ ଆଗମନ ହେବ। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ସମଲେଶ୍ୱରୀ ମନ୍ଦିର ଆସି ମାଆଙ୍କୁ ଦର୍ଶନ  କରୁଛନ୍ତି । ଯାହାକି କେବଳ ମନ୍ଦିର ପୂଜକ ନୁହଁନ୍ତି, ଆଖପାଖ  ଅଞ୍ଚଳରେ ବ୍ୟବସାୟର ନୂଆ ରାସ୍ତା ଖୋଲିଛି ।

ସୂଚନାଥାଉକି, ୪୦ ଏକର ଜମିରେ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚରେ ଐତିହାସିକ ମା' ସମଲେଇ ପୀଠର ବିକାଶ କରାଯାଇଛି । ଭକ୍ତଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଗମଣ୍ଡପ, ପୁରୋହିତଙ୍କ ବିଶ୍ରାମଗୃହ, ମନ୍ଦିରର ୪ପାର୍ଶ୍ୱରେ ଐତିହ୍ୟ ଦ୍ୱାର ରହିଛି । ଶ୍ରଦ୍ଧାଳୁମାନେ ପୀଠର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ସମଲେଇ ମନ୍ଦିର ପରିକ୍ରମା ପାଇଁ ୧ କିଲୋମିଟରର ପରିକ୍ରମା ପଥ ନିର୍ମାଣ ହୋଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ, ଶୌଚାଳୟ ଆଦି ନିର୍ମାଣ ହୋଇଛି । ଏକାସାଙ୍ଗରେ ୬ ହଜାର ଦୀପ ଜଳିବାର ବ୍ୟବସ୍ଥା କରାଯାଇଛି । ଏଥି ସହ ପାର୍କି ବ୍ୟବସ୍ଥା, ମହାନଦୀ ଆଳତୀ ପାଇଁ ବ୍ୟବସ୍ଥା ରହିଛି । ମା' ସମଲେଇଙ୍କ ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭୂତି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।



  • prameyanews
  • PrameyaOdia
  • prameya
  • Samalei Project
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.