ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ଓ ପୋଷଣ ମେଳା ଅନୁଷ୍ଠିତ

ମାଲକାନଗିରି, ୨୭/୯ : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ମାଲ୍ୟବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ, ପୋଷଣ ମେଳା ଆଜି ଅନୁଷ୍ଠିତ ହୋଇ ଯାଇଛି । ସେହିପରି କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।   

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ, ମନମୋହନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନାରାୟଣ ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ବାଇଁ, କାର୍ଯ୍ୟକ୍ରମ ଅଧିକାରୀ, ଇନ୍ଦିରା ପ୍ରଧାନ ଓ କିଶୋର ନ୍ୟାୟ ପରିଷଦ ସଦସ୍ୟ, ସନ୍ତୋଷ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। 

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ମହିଳା ଓ ଶିଶୁଙ୍କ ପୁଷ୍ଟିସାଧନ ଏବଂ ସ୍ବାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆହ୍ଵାନ ଦେଇଥିଲେ। ତା’ସହିତ ଏକ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପୋଷଣ ବାଟିକା କେବଳ ଅଙ୍ଗନୱାଡ଼ି କେନ୍ଦ୍ରରେ ସୀମିତ ନ ରହି ନିଜ ଘରେ ମଧ୍ୟ ସୃଷ୍ଟି କରିବା ପାଇଁ ମାଆମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ଦୁର୍ଗମ ଅଞ୍ଚଳରେ, ଆଦିବାସୀ ଏବଂ ଅଣସଂରକ୍ଷିତ ଅଞ୍ଚଳରେ ଗ୍ରାମ୍ୟ ସ୍ବାସ୍ଥ୍ୟ, ପୁଷ୍ଟି ସାଧନ ଏବଂ ପରିମଳ ଦିବସ ଏବଂ ଜାତୀୟ ଟୀକାକରଣ ଦିବସ ଜରିଆରେ ସ୍ବାସ୍ଥ୍ୟ ଏବଂ ପୁଷ୍ଟି ସାଧନ ସେବାରେ ଉନ୍ନତି ଆଣିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।  ଉତ୍ତମ ପୋଷଣ ଦ୍ବାରା ସୁସ୍ଥ ଜୀବନ ଗଠନ ନେଇ ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପୋଷଣ ମାସ ପାଳନ କରାଯିବ। 

ସେହିପରି କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ-୨୦୧୩ ନେଇ ଆଲୋଚନା କରାଯାଇଛି । ସମ୍ବିଧାନର ଧାରା-୧୪ ରେ ପ୍ରଦାନ  କରାଯାଇଥିବା ସମାନତା ଅଧିକାର ବଳରେ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। 

ବିଶେଷ ଭାବେ ଏହା ସମ୍ପର୍କିତ ଆଇନ ବିଷୟରେ ଗାଁ ଗହଳିର ମହିଳାମାନଙ୍କୁ ଅଧିକ ସଚେତନତା କରିବାର ଆବଶ୍ୟକତା ରହିଛି ବୋଲି ମଧ୍ଯ ମତ ପ୍ରକାଶ ହୋଇଥିଲା। ଏହି ଅବସରରେ ଜିଲ୍ଲାର ସମସ୍ତ ସିଡିପିଓ, ମହା ବିଦ୍ୟାଳୟର ଅଧ୍ୟାପିକା, ଗୋଷ୍ଠୀ ପୋଷଣ ସଂଯୋଜକ, କିଶୋରୀ ବାଳିକା, ୟୁନିସେଫ ଏକ୍ସନ୍ ଏଡ୍ ସଦସ୍ୟ ଓ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.