ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେଣ୍ଠକଟାରେ ବିପୁଳ ମତଦାନ ପାଇଁ ତେଲୁଗୁ ଭାଷାରେ ଅନୁରୋଧ କଲେ ଜିଲ୍ଲାପାଳ

ପୁରୀ, ୧୦/୫ : ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏହି ମହାପର୍ବରେ ପ୍ରତ୍ୟେକ ଭୋଟର ସାମିଲ ହୋଇ ନିଜର ବିବେକାନୁମୋଦିତ ମୂଲ୍ୟବାନ ଭୋଟକୁ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି। ମେ ମାସ ୨୫ ତାରିଖରେ ଆଗାମୀ ନିର୍ବାଚନ ପାଇଁ ପେଣ୍ଠକଟା ଅଞ୍ଚଳରେ ରହୁଥିବା ସମସ୍ତ ଭୋଟରମାନେ ନିଶ୍ଚିତ ମତଦାନ କରିବାକୁ ତେଲୁଗୁ ଭାଷାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି।

ଗତକାଲି ଅପରାହ୍ନରେ ପେଣ୍ଠକଟା ସ୍ଥିତ ମତ୍ସ୍ୟଜୀବୀ ସଭାଗୃହ ଠାରେ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ପୂର୍ବ ନିର୍ବାଚନମାନଙ୍କରେ ପେଣ୍ଠକଟା ଅଞ୍ଚଳରେ ମତଦାନ ହାର କମ୍ ରହିଥିବାରୁ ଚଳିତ ନିର୍ବାଚନରେ ଯେପରି ଅଧିକ ମତଦାନ ହୁଏ ସେଥିପାଇଁ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରିଥିଲେ। ନିଜ ଭାଷା ଜିଲ୍ଲାପାଳଙ୍କ ମୁହଁରେ ଶୁଣି ଭୋଟରମାନେ ଖୁସି ବ୍ୟକ୍ତ କରିବା ସହ ନିଶ୍ଚିତ ମତଦାନ କରିବେ ବୋଲି କହିଥିଲେ। 

ଏହି କାର୍ଯ୍ୟକ୍ରମରେ ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପର୍ଯ୍ୟବେକ୍ଷକଙ୍କ ଲିଆସନିଙ୍ଗ ଅଫିସର ହିମାଂଶୁ ଭୂଷଣ ସମର୍ଥା, ସମାଜସେବୀ ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ବାଲି ନୋଳିଆ ସାହି ଓ ନିକଟବର୍ତୀ ଅଞ୍ଚଳରେ କିପରି ଅଧିକ ସଂଖ୍ୟାରେ ଭୋଟ ଦାନ ହୋଇପାରିବ ସେଥିପାଇଁ ପୁରୀ ବିଚ୍ ଲାଇଫ ଗାର୍ଡ ମହସଂଘ ସହିତ ମଧ୍ୟ ଗୁରୁବାର ଦିନ ସମୁଦ୍ର କୂଳରେ ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀ ବୈଠକ କରି ଭୋଟ ଦାନ ସମ୍ପର୍କିତ ସଚେତନତାର ବାର୍ତ୍ତା ଦେଇଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ମତଦାନ ହାର ବଢାଇବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଏହାକୁ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.