ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଣସ ଖାଇବା ପରେ ଖାଆନ୍ତୁନି ଏ ସବୁ ଖାଦ୍ୟ, ହୋଇଥାଏ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର ୩୧/୦୫: କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ପରେ ଅନେକ ଖାଦ୍ୟ ନ ଖାଇବାକୁ ବାରଣ କରାଯାଇଥାଏ । ଯେମିତିକି ପଣସ । ଖରାଦିନେ ବଜାରରେ ପଣସର ଭିଡ଼ ଲାଗିଥାଏ । ବହୁ ଲୋକଙ୍କର ଏହା ଖୁବ୍‌ ଆଦରର ପରିବା । ପିଲାରୁ ଆରମ୍ଭ କରି ବୁଢାଯାଏ ସମସ୍ତଙ୍କର ପସନ୍ଦ ପଣସ । କାରଣ ଏହା କେବଳ ସ୍ୱାଦ ଦୃଷ୍ଟିରୁ ନୁହେଁ, ବରଂ ପୋଷକ ତତ୍ତ୍ୱ ଦିଗରୁ ମଧ୍ୟ ବେଶ୍‌ ଆଗରେ । ଏହା ଭିଟାମିନ୍‌-ସି, ଭିଟାମିନ୍‌-ଏ, ଆଇରନ୍‌, ପୋଟାସିୟମ୍‌ ଓ ଜିଙ୍କ୍‌ରେ ଭରା । କିନ୍ତୁ ଏହାକୁ ଖାଇବା ପରେ କେତେକ ଖାଦ୍ୟଠାରୁ ଦୂରେଇ ରହିବା ଜରୁରି । ନଚେତ୍‌ ଶରୀରର ପାଚନ ତନ୍ତ୍ରରେ ସମସ୍ୟା ଦେଖା ଦେଇଥାଏ । ଯେପରିକି:- 

ଭେଣ୍ଡି ଖାଆନ୍ତୁନି:

ପଣସ ଖାଇବା ପରେ ଭେଣ୍ଡି ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍‌ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ପଣସରେ ଥିବା ଅକ୍ସାଲେଟସ୍‌ ଭେଣ୍ଡିରେ ଥିବା ଯୌଗିକ ସହ ମିଶି ତ୍ୱଚାରେ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଯଦି ଆପଣଙ୍କ ତ୍ୱଚାରେ ରାସେସ୍‌, ଦାନା ଓ ଜ୍ୱଳନରୁ ରକ୍ଷା ପାଇବାକୁ ଚାହାନ୍ତି, ତେବେ ଏହି ଉଭୟ ଖାଦ୍ୟକୁ ଏକାଠି ଖାଆନ୍ତୁନି । 

ପାନ ଖାଇବାଠାରୁ ଦୂରେଇ ରୁହନ୍ତୁ :

ପଣସ ଖାଇବା ପରେ ପାନ ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍‌ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ପଣସରେ ଥିବା ଅକ୍ସାଲେଟସ୍‌ ପାନ ସହ ମିଶି ପ୍ରତିକ୍ରିୟା ସୃଷ୍ଟି କରିଥାଏ । ତେଣୁ ପଣସ ଖାଇବାର ୨/୩ ଘଣ୍ଟା ପରେ ପାନ ଖାଇପାରିବେ । 

କ୍ଷୀର ପିଅନ୍ତୁନି:

ପଣସ ଖାଇବା ପରେ ତୁରନ୍ତ କ୍ଷୀର ପିଅନ୍ତୁନାହିଁ । ଏପରି ଖାଇବା ଦ୍ୱାରା ଏସିଡିଟି, ବଦ୍‌ହଜମୀ ପରି ସମସ୍ୟା ଦେଖାଦେଇଥାଏ । ସେହିପରି କିଛି ଲୋକଙ୍କ ତ୍ୱଚାରେ ଧଳା ଦାଗର ସମସ୍ୟା ସୃଷ୍ଟି ହୋଇଥାଏ । କ୍ଷୀରରେ ଥିବା କ୍ୟାଲସିୟମ୍‌ ପଣସର ଅକ୍ସାଲେଟ୍‌ସ ସହ ମିଶି ପ୍ରତିକ୍ରିୟା ସୃଷ୍ଟି କରିଥାଏ । ତେଣୁ ପଣସ ଖାଇବାର କିଛି ସମୟ ପରେ କ୍ଷୀର ପିଇପାରିବେ । 

ଅମୃତଭଣ୍ଡା ଖାଆନ୍ତୁନି:

ପଣସ ଖାଇବା ପରେ ତୁରନ୍ତ ଅମୃତଭଣ୍ଡା ମଧ୍ୟ ଖାଆନ୍ତୁ ନାହିଁ । ଅମୃତଭଣ୍ଡାରେ ଥିବା କ୍ୟାଲସିୟମ୍‌ ପଣସର ଅକ୍ସାଲେଟସ୍‌ ନାମକ ରାସାୟନିକ ସହ ମିଶି ପ୍ରତିକ୍ରିୟା ସୃଷ୍ଟି କରିଥାଏ, ଯାହା କ୍ୟାଲସିୟମ୍‌ ଅବଶୋଷଣ କ୍ଷମତାକୁ କମ୍‌ କରି ହାଡ଼ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.