ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଲିଙ୍ଗରାଜଙ୍କ ଦୋଳଯାତ୍ରା ନୀତି ନିର୍ଘଣ୍ଟ, ଦ୍ୱିପ୍ରହରରେ ଦୋଳବେଦୀକୁ ବିଜେ କରିବେ ଶ୍ରୀଜିଉ

ଭୁବନେଶ୍ୱର,୧୯/୦୩: ଦୋଳ  ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଠିକ୍‌ ଭୋଗ ମଣ୍ଡପ ନୀତି ସମୟରେ ଦୋଳ ବେଦୀକୁ ଅର୍ଥାତ୍‌ ଦ୍ୱିପ୍ରହର ଦୁଇଟା ମଧ୍ୟରେ ଦୋଳ ବେଦୀକୁ ବିଜେ କରିବେ । ସକାଳ ୬ଟାରୁ ସାଢେ ୬ଟା ମଧ୍ୟରେ ମଙ୍ଗଳ  ଆଳତି ଓ ଅବକାଶ ନୀତି କରାଯାଇ ସାହାଣମେଲା ସାଢେ ୯ଟା ଯାଏ ଅନୁଷ୍ଠିତ ହେବ । ରୋଷ ହୋମ ୭ଟାରୁ ସାଢେ  ୭, ଛାମୁ ପରିସ୍କାର ସାଢେ ୯ରୁ ୧୦ଟା ଓ  ସୂର୍ଯ୍ୟପୂଜା ସାଢେ ୧୦ଟା ମଧ୍ୟରେ ସମ୍ପନ୍ନ  ହେବ । ଏହା ପରେ ବହ୍ଲଭ ଓ ସକାଳଧୂପ  ସାଢେ ୧୨ଟାରେ କରାଯାଇ ଭୋଗମଣ୍ଡପ  ନୀତି ବେଳେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା  ସମେତ ଦୋଳଗୋବିନ୍ଦ ପାଲିଙ୍କିରେ ଦୋଳ  ବେଦୀ ଅଭିମୁଖେ ବାହାରିବେ । ସେଠାରେ  ଶିବତୀର୍ଥ ମଠରୁ ଆସିଥିବା ଫଳମୂଳ ଓ  ଉଖୁଡା, ମୁଆଁ, ମାଣ୍ଡୁଅ ଓ କାକରା ଲାଗି  କରାଯିବ । 

ଦୋଳ ବେଦୀ ଉପରେ ଦ୍ୱିପ୍ରହର  ଧୂପ ଓ ସନ୍ଧ୍ୟା ଧୂପ ନୀତି ଆଦି ଶେଷ ହୋଇ  ରାତି ୧୧ଟା ମଧ୍ୟରେ ଦେଉଳକୁ ଦେବଗଣ  ପ୍ରତ୍ୟାବର୍ତ୍ତନ କରିବେ । ସେବାୟତ ମାନଙ୍କ  ମଧ୍ୟରେ ଦେବନୀତି ମୁତାବକ ମନ୍ଦିରରେ  ବଚନିକା ହେବ । ବଚନିକାରେ ଦୋଳ  ଗୋବିନ୍ଦଙ୍କ ତରଫରୁ ମନ୍ଦିର କାର୍ଯ୍ୟନିର୍ବାହୀ  ଅଧିକାରୀ ରଥଯାତ୍ରା ଆୟୋଜନ କରିବା ନେଇ ମହାପ୍ରଭୁଙ୍କୁ ପ୍ରତିଶ୍ରୁତି ଦେବା ପରେ ବଡ ସିଂହାର ନୀତି ହୋଇ ପହୁଡ ପଡିବ ବୋଲି ‌ସୋମବାର ଦୋଳ ଯାତ୍ରା ନୀତି ନିର୍ଘଣ୍ଟ  ପ୍ରସ୍ତୁତି ବୈଠକରେ ଚୁଡାନ୍ତ ହୋଇଛି । 

ମନ୍ଦିର  କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ  ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ  ପତି,ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ  ବଡୁ, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା,ସଭାପତି ପ୍ରସନ୍ନ ପୂଜାପଣ୍ଡା,ମନ୍ଦିର  ଜ୍ୟୋତିଷ ନାରାୟଣ ଆଚାର୍ଯ୍ୟ,ନୀତି ଚପରାସୀ ଶିଶିର ସମର୍ଥା ଓ ଅନ୍ୟାନ୍ୟ  ଦେଉଳ କର୍ମଚାରୀନ ଉପସ୍ଥିତ ଥିଲେ ।

ଋକୁଣା ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତି ହୋଇପାରିଲାନି

ଦୋଳ ଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତି ବୈଠକରେ ଶ୍ରୀଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା  ନୀତି ନିର୍ଘଣ୍ଟ ମଧ୍ୟ ପ୍ରସ୍ତାବ ରଖିବା ଲାଗି ଯୋଜନା ଥିଲା । କିନ୍ତୁ ବ୍ରାହ୍ମଣ,ପୂଜାପଣ୍ଡା  ଓ ବଡୁ ନିଯୋଗର ପ୍ରତିନିଧି ମାନେ କହିଥିଲେ ଯେ, ରଥ ହସ୍ତାନ୍ତର କରିବା  ସମୟ ଉପରେ ରଥଯାତ୍ରାର ନୀତି ନିର୍ଘଣ୍ଟ ନିର୍ଭର କରେ । ତେଣୁ ପ୍ରଥମେ ଆମକୁ  ମହାରଣା ସେବାୟତ ମାନେ କେତେବେଳେ ରଥ ହସ୍ତାନ୍ତର କରିବେ ତାହା ସୁନିଶ୍ଚିତ କରିଲେ ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିବୁ ବୋଲି ୩ ପ୍ରମୁଖ ସେବାୟତ  କହିଥିଲେ । ଫଳରେ ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତାବ ମହାରଣା ଓ ଭୋଇ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.