ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ପୁଞ୍ଜି ବଜାରରେ ଘରୋଇ ନିବେଶକଙ୍କ ଦବଦବା, ମହାରାଷ୍ଟ୍ରରେ ୩.୩୪ କୋଟି ନିବେଶକ

Image source: Business Today

ନୂଆଦିଲ୍ଲୀ, ୧୦/୦୭ : ଶେୟାର ବଜାରରେ ବଢ଼ୁଛି ଘରୋଇ ନିବେଶକଙ୍କ ଦବ୍‌ଦବା । ଦିଲ୍ଲୀ, ମୁମ୍ବାଇ ଭଳି ବଡ ସହର ବାଦ ଜୟପୁର, ଇନ୍ଦୋର, ରାଜକୋଟ, ପୁନେ, ହାଇଦ୍ରାବାଦ ଭଳି ସହରରୁ ନିବେଶକମାନେ ପୁଞ୍ଜି ବଜାରରେ ନିବେଶ ନେଇ ବେଶ ଆଗ୍ରହ ଦେଖାଉଛନ୍ତି । ଏହି ସହରଗୁଡିକ ଏବେ ନିବେଶର ହଟସ୍ପଟ ପାଲଟିଛି । ବିଏସ୍‌ଇ ଏବଂ ଏନ୍‌ଏସ୍‌ଇ ଡାଟା ମୁତାବକ, ବାର୍ଷିକ ଭିତ୍ତିରେ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଏବଂ ରାଜସ୍ଥାନ ଭଳି ଅଞ୍ଚଳରେ ସବୁଠୁ ବେଶି ରିଟେଲ ନିବେଶକ ବଢ଼ିଛନ୍ତି  । ଏକ୍ଷେତ୍ରରେ ବିହାର ଟପ୍‌ ୧୦କୁ ଆସିଯାଇଛି  । ଏହି ତାଲିକାରେ ମହାରାଷ୍ଟ୍ର ପରେ ୧.୯୬ କୋଟି ନିବେଶକଙ୍କ ସହ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ୨୦୧୯ରୁ ଜୁଲାଇ ୨୦୨୪ରେ ଡିମାଟ ଆକାଉଣ୍ଟ ସଂଖ୍ୟା ୩.୬ କୋଟିରୁ ବୃଦ୍ଧି ହୋଇ ୧୫.୧ କୋଟି ଛୁଇଁଛି । ଏସ୍‌ଆଇପି ମାସିକ ନିବେଶ ୮୧୩୮ କୋଟିରୁ ବୃଦ୍ଧି ହୋଇ ୨୦,୯୦୪ କୋଟିରେ ପହଞ୍ଚିଛି  । 

ମହାରାଷ୍ଟ୍ରରେ ସର୍ବାଧିକ ୩.୩୪ କୋଟି ନିବେଶକ ରହିଛନ୍ତି । ଏହି ରାଜ୍ୟରେ ବାର୍ଷିକ ଅଭିବୃଦ୍ଧି ୨୫.୭୦% । ସେହିଭଳି ଉତ୍ତର ପ୍ରଦେଶରେ ଏହା ୧.୯୬ କୋଟି ନିବେଶ ଏବଂ ଅଭିବୃଦ୍ଧି ୪୭.୮୦% । ଗୁଜରାଟ ୧.୬୭ କୋଟି, ରାଜସ୍ଥାନ ୧.୦୭ କୋଟି, ପଶ୍ଚିମବଙ୍ଗ ୧.୦୧ କୋଟି, କର୍ଣ୍ଣାଟକ ୯୬.୨ ଲକ୍ଷ, ମଧ୍ୟପ୍ରଦେଶ ୯୪ ଲକ୍ଷ, ତାମିଲନାଡୁ ୮୬.୪ ଲକ୍ଷ ଏବଂ ବିହାରରେ ୭୧.୯ ଲକ୍ଷ ନିବେଶକ ରହିଛନ୍ତି । ପ୍ରମୁଖ ସହର ଗୁଡିକରେ ନୂଆ ନିବେଶକଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ୁନାହିଁ । ଏଭଳି ସ୍ଥିତିରେ ବ୍ରୋକରେଜ ଫାର୍ମଗୁଡିକ ଛୋଟଛୋଟ ସହରଗୁଡିକୁ ଟାର୍ଗେଟ କରୁଛନ୍ତି । ଅଧିକାଂଶ ନୂଆ ନିବେଶକ ଫ୍ୟୁଚର ଏଣ୍ଡ ଅପ୍ସନରେ ପଇସା ଲଗାଉଛନ୍ତି । ଏଥିରେ ଟ୍ରେଡିଂ କରିବା ବହୁତ ବିପଦ ଜନକ କାରଣ ଏହାର ଭାଲ୍ୟୁଏସନ ଢ଼େର ଅଧିକ ରହିଥାଏ । ଚଳିତ ମାସରେ ୨ ବଡ ଇଭେଣ୍ଟ ରହିଛି । ବଜେଟ ଏବଂ କମ୍ପାନିଗୁଡିକର ଜୁନ ତ୍ରୈମାସ ଆରମ୍ଭ ହେବାକୁ ଯାଉଛି । ଯଦି କମ୍ପାନିଗୁଡିକର ଆର୍ଥିକ ଫଳାଫଳ ଧିମା ରହେ ଏହା ଦ୍ୱାରା ବଜାର ପ୍ରଭାବିତ ହେବ । 

ସେହିଭଳି ନୂଆ ନିବେଶକ ଯୋଡିବା କ୍ଷେତ୍ରରେ ନୂଆଦିଲ୍ଲୀ ଆଗରେ ରହିଛି । ଏହା ୧.୯୩ ଲକ୍ଷ ନୂଆ ନିବେଶ ଯୋଡିଛି । ସେହିଭଳି ମୁମ୍ବାଇ ୭୧.୫ ହଜାର, ବେଙ୍ଗାଲୁରୁ ୨୫.୮ ହଜାର, ପୁନେ ୨୫.୫ ହଜାର, ସୁରତ ୨୨.୯ ହଜାର, ଅହମ୍ମଦାବାଦ ୨୧.୭ ହଜାର, ଜୟପୁର ୧୯.୯ ହଜାର ଏବଂ ନାଗପୁର ୧୪.୧ ହଜାର ନୂଆ ନିବେଶକ ଯୋଡିଛି । ବ୍ଲୁମବର୍ଗ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ, ଏସିଆ ବଜାର ଗୁଡିକୁ ବିଚାରକୁ ନେଲେ ଭାରତ ସବୁଠୁ ଅଧିକ ରିଟର୍ଣ୍ଣ ଦେବ । ସର୍ଭେରେ ସାମିଲ ୨ ତୃତୀୟାଂଶ ଲୋକ ମାନିଛନ୍ତି ଭାରତ ବଜାର ଉନ୍ନତ ରିଟର୍ଣ୍ଣ ଦେବ । ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ସ୍ଥିତିରେ ଭାରତୀୟ ବଜାର ସବୁଠାରୁ ସୁରକ୍ଷିତ ରହିବ । ଇକ୍ୱିଟି ବଜାର ଚଳିତ ବର୍ଷ ଶେଷ ସୁଦ୍ଧା ଉଦ୍ଧ୍ୱର୍ଗାମୀ ରହିପାରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.