ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଦଳିଲା ଦୂରଦର୍ଶନ ଲୋଗର ରଙ୍ଗ; ଲାଲ୍‌ରୁ ଗେରୁଆ ହେବା ପରେ ବର୍ଷିଲେ ବିରୋଧୀ, 'ପ୍ରସାର ଭାରତୀ ନା ପ୍ରଚାର ଭାରତୀ?

ନୂଆଦିଲ୍ଲୀ,୨୦/୦୪: ସରକାରୀ ପ୍ରସାରକ ଦୂରଦର୍ଶନ ଏହାର ଐତିହାସିକ ଲୋଗୋର ରଙ୍ଗକୁ ଲାଲରୁ ଗେରୁଆକୁ ପରିବର୍ତ୍ତନ କରିଛନ୍ତି। ଡିଡି ନ୍ୟୁଜ୍ ର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରୁ ଏ ସମ୍ପର୍କରେ ଏକ ଘୋଷଣା କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ, 'ଯଦିଓ ଆମର ମୂଲ୍ୟ ସମାନ ରହିଛି, କିନ୍ତୁ ଏବେ ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ସାମ୍ନାକୁ ଆସିଛୁ। ଆମେ ଏମିତି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛୁ...ଯାହା ଆଗରୁ କେବେବି ହୋଇନଥିଲା। ଆପଣ ଏକ ନୂଆ ଦୂରଦର୍ଶନ ସମ୍ବାଦକୁ ଅନୁଭବ କରିବେ।' ସେପଟେ କିନ୍ତୁ ବିରୋଧୀ ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ତୃଣମୁଲ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ପ୍ରସାର ଭାରତୀ (ଡିଡି, ଏଆର୍) ର ପୂର୍ବତନ ସିଇଓ ଜବାହର ସରକାର ଏହି ଲୋଗୋ ପରିବର୍ତ୍ତନକୁ ସମାଲୋଚନା କରି ଏହାକୁ 'ଦୂରଦର୍ଶନର ଗରୁଆକରଣ' ବୋଲି କହିଛନ୍ତି। ସେ ଏକ୍ସ ରେ ଲେଖିଛନ୍ତି, 'ଜାତୀୟ ପ୍ରସାରକ ଦୂରଦର୍ଶନ ଏହାର ଐତିହାସିକ ଫ୍ଲାଗସିପ୍ ଲୋଗୋକୁ ଗେରୁଆ ରଙ୍ଗରେ ରଙ୍ଗିନ କରିଛି। ଏହାର ପୂର୍ବତନ ସିଇଓ ଭାବରେ ମୁଁ ଚିନ୍ତାର ସହିତ ଏହାର ଗେରୁଆକରଣକୁ ଦେଖୁଛି ଏବଂ ଅନୁଭବ କରୁଛି ଯେ, ଏହା ଆଉ ପ୍ରସାର ଭାରତୀ ନୁହେଁ, ଏହା ହେଉଛି ପ୍ରଚାର ଭାରତୀ।'

କଂଗ୍ରେସର ମନୀଷ ତିୱାରୀ ଅଭିଯୋଗ କରିଛନ୍ତି ଯେ ଦୂରଦର୍ଶନର ଲୋଗୋର ରଙ୍ଗ ବଦଳାଇବା, ସରକାରୀ ଅନୁଷ୍ଠାନଗୁଡ଼ିକୁ କବ୍‌ଜା କରିବା ପାଇଁ ସରକାରଙ୍କ ଉଦ୍ୟମ ଅଟେ। ଆମେ ଆପଣଙ୍କୁ କହିବୁ ଯେ ୟୁପିଏ ସରକାର ସମୟରେ ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିଲେ। ଆଜ୍‌ ତକ୍‌ ସହିତ ସାକ୍ଷାତକାର ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ମନୀଷ ତିୱାରୀ କହିଛନ୍ତି, 'ସରକାର ଗେରୁଆକରଣ ଏବଂ ସରକାରୀ ଅନୁଷ୍ଠାନକୁ କାବୁ କରିବା ପାଇଁ ଏହା ଏକ ପ୍ରୟାସ। ଏହି ପଦକ୍ଷେପ ଭାରତର ଜନସାଧାରଣ ପ୍ରସାରଣକାରୀଙ୍କ ନିରପେକ୍ଷତା ଏବଂ ବିଶ୍ୱସନୀୟତାକୁ ସ୍ପଷ୍ଟ ଭାବରେ କ୍ଷୁର୍ଣ୍ଣ କରୁଛି।'

କାହିଁକି ହେଲା ଲୋଗୋ ରଙ୍ଗ ପରିବର୍ତ୍ତନ?

ଦୂରଦର୍ଶନ ପଦକ୍ଷେପକୁ ରକ୍ଷା କରି ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ କହିଛନ୍ତି, 'ନୂଆ କମଳା ରଙ୍ଗର ଲୋଗୋ ଦେଖିବାକୁ ଆକର୍ଷଣୀୟ ଏବଂ ଭିଜୁଆଲ୍ ଆଷ୍ଟେଟିକ୍ସକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି। ଲୋଗୋର ରଙ୍ଗ କମଳା ବା ନାରଙ୍ଗି ଗେରୁଆ ନୁହେଁ। ସେ କହିଛନ୍ତି, 'କେବଳ ଲୋଗୋ ବଦଳିନାହିଁ, ବରଂ ଆମେ ଡିଡି ର ସମ୍ପୂର୍ଣ୍ଣ ରୂପ ଏବଂ ଅନୁଭବକୁ ଉନ୍ନତ କରିଛୁ। ଏହା ଦୁର୍ଭାଗ୍ୟଜନକ ଯେ ଲୋକମାନେ ଏ ବିଷୟରେ କଠୋର ମନ୍ତବ୍ୟ ଦେଉଛନ୍ତି। ଆମେ ଗତ ଛଅ-ଆଠ ମାସ ହେଲା ଡିଡି ର ଲୁକ୍ ଏବଂ ଫିଲିଙ୍ଗ୍ସ ବଦଳାଇବା ପାଇଁ କାମ କରୁଥିଲୁ। ଏହାରି ଭିତରେ ପ୍ରସାର ଭାରତୀ ପକ୍ଷରୁ କୁହାଯାଇଛି ଯେ, ନୂଆ ଲୋଗୋର ରଙ୍ଗକୁ ବିଜେପି ସହ ଯୋଡ଼ିବା ଭୁଲ୍‌ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.