ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୧ଜୁନ୍‌ରୁ ବଦଳୁଛି ଡ୍ରାଇଭିଂ ଲାଇସେନ୍ସର ନିୟମ, ଆଧାର କାର୍ଡକୁ ନେଇ ମଧ୍ୟ ଆସିଲା ସୂଚନା

ନୂଆଦିଲ୍ଲୀ- ଜୁନ୍‌ ମାସ ଆରମ୍ଭ ହେବାକୁ ଯାଉଛି ଏବଂ ଏହାସହ ହିଁ କିଛି ସରକାରୀ କାଗଜପତ୍ର ସଂପର୍କିତ ଅପଡେଟ୍‌ସ ସାମନାକୁ ଆସିଛି। ୧ଜୁନ , ୨୦୨୪ରୁ ଡ୍ରାଇଭିଂ ଲାଇସେନ୍ସ ସହ ଜଡ଼ିତ ଅନେକ ନିୟମରେ ପରିବର୍ତ୍ତନ କରାଯାଉଛି ଏବଂ ଏହାସହ ହିଁ ଆଧାର କାର୍ଡ ସହ ଜଡ଼ିତ ବଡ଼ ପରିବର୍ତ୍ତନ ମଧ୍ୟ ଏହି ମାସରେ ହେବ। ଆଧାର କାର୍ଡ ମାଗଣାରେ ଅପଡେଟ୍‌ କରାଇବାର ଶେଷ ସୁଯୋଗ ଏହି ମାସରେ ମିଳିବାକୁ ଯାଉଛି ଏବଂ ଏହାପରେ ଫିସ୍‌ ଦେବାକୁ ହେବ। ଆସନ୍ତୁ ନିୟମରେ ପରିବର୍ତ୍ତନ ବିଷୟରେ ବିସ୍ତାର ଭାବେ ଜାଣିବା –

ସଡ଼କ ପରିବର୍ତ୍ତନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ତିଆରି ସଂପର୍କିତ ଥିବା ନିୟମରେ ପରିବର୍ତ୍ତନ କରି ୧ ଜୁନ୍‌ରୁ ନୂଆ ନିୟମ ଲାଗୁ କରାଯାଉଛି। ଏବେ ନାଗରିକଙ୍କୁ ସରକାରୀ ଆରଟିଓ ସହ ଜଡ଼ିତ ଘରୋଇ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର (ଡ୍ରାଇଭର୍ସ ଟ୍ରେନିଂ ସେଣ୍ଟର୍ସ )କୁ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ବିକଳ୍ପ ମିଳିବ। ଏବେ ଏହିସବୁ ସେଣ୍ଟରରେ ଟେଷ୍ଟ ନେବାର ବିକଳ୍ପ ଦିଆ ଯାଇଛି ଏବଂ ବାରମ୍ୱାର ଆରଟିଓ ଅଫିସରେ ଚକ୍କର କାଟିବାକୁ ପଡ଼ିବ ନାହିଁ।

ନୂଆ ଡିଏଲ କରିବାକୁ ହେଲେ https ://parivahan.gov.in/parivahan/ରେ ଯିବା ପରେ ଡ୍ରାଇଭିଂ ଲାଇସେନ୍ସ ବିକଳ୍ପ ବାଛିବାକୁ ହେବ। ସ୍କ୍ରିନ୍‌ରେ ଦେଖାଯାଉ ଥିବା ନିର୍ଦ୍ଦେଶର ପାଳନ କରି ଘରେ ବସି ଲାଇସେନ୍ସ ପାଇଁ ଆବେଦନ କରାଯାଇ ପାରିବ। 

୧ ଜୁନ ଠାରୁ ଲାଗୁ ହେବାକୁ ଥିବା ନିୟମ ପରେ ଯଦି କେହି ନାବାଳକ ଡ୍ରାଇଭିଂ କରିବାର ଜଣାଯାଏ ତ, ତାଙ୍କ ଉପରେ ୨୫,୦୦୦ଟଙ୍କାର ଜୋରିମନା ଲଗାଯିବ। ଏହା ବ୍ୟତୀତ ତାର ବାହାନର ରେଜିଷ୍ଟ୍ରେସନକୁ ରଦ୍ଦ କରି ଦିଆ ଯିବ। କୌଣସି ଅଭିଯୋଗ ସ୍ଥିତିରେ ନାବାଳକକୁ ୨୫ ବର୍ଷ ବୟସ ଯାଏ ଡ୍ରାଇଭିଂ ଲାଇସେନ୍ସ ଜାରି କରାଯିବ ନାହିଁ।

ଗତ ଦିନରେ ଗୁଜବ ପ୍ରସାରିତ ହେଉଥିଲା କି ଜୁନ୍ ମାସ ସୁଦ୍ଧା ଆଧାର କାର୍ଡ ଅପଡେଟ୍‌ ନକଲେ , ତାହା ଅମାନ୍ୟ ହୋଇଯିବ, କିନ୍ତୁ ଏମିତି ନୁହେଁ। ପ୍ରକୃତ କଥା ହେଲା , ସରକାର ୧୪ ଜୁନ୍‌ ଯାଏ ମାଗଣାରେ ଅନଲାଇନ୍‌ ଆଧାର କାର୍ଡ ଅପଡେଟ୍‌ କରିବାର ବିକଳ୍ପ ଦେଉଛନ୍ତି। ପ୍ରଥମ ତାରିଖ ୧୪ ମାର୍ଚ୍ଚ ଥିଲା ଏହାକୁ ବଢାଇ ୧୪ ଜୁନ କରାଯାଇଛି। ଯଦି ଆପଣ ୧୪ଜୁନ ସୁଦ୍ଧା ଆଧାର କାର୍ଡ ଅପଡେଟ୍‌ କରି ପାରୁ ନାହାନ୍ତି ତ, ଏହା ପରେ ୫୦ ଟଙ୍କାର ଫିସ୍‌ ଦେଇ ଏହାକୁ ଅପଡେଟ୍‌ କରି ପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.