ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡ୍ରୋନ୍ ତିଆରି କରୁଥିବା କମ୍ପାନୀର ବ୍ୟବସାୟରେ ଦ୍ରୁତ ବୃଦ୍ଧି , ବର୍ଷକରେ ରକେଟ୍ ବେଗରେ ସେୟାରର ଗତି

ନୂଆଦିଲ୍ଲୀ : ଡ୍ରୋନ୍ ନିର୍ମାତା କମ୍ପାନୀ ମାଲମାଲ । ବର୍ଷକ ଭିତରେ ରକେଟ୍‌ ବେଗରେ ଚାଲିଛି ସେୟାର। କମ୍ପାନୀର ବ୍ୟବସାୟ ବୃଦ୍ଧି ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ। ସୂଚନା ଆଧାରରେ ,ସପ୍ତାହର ଶେଷ ବ୍ୟବସାୟ ଦିନ ଅର୍ଥାତ୍ ଗୁରୁବାର ଡ୍ରୋନ୍‌ ନିର୍ମାତା କମ୍ପାନୀ ଜେନ୍‌ଟେକ୍‌ର ସେୟାରରେ ଜବରଦସ୍ତ ବୃଦ୍ଧି ଘଟିଥିଲା।  ଟ୍ରେଣ୍ଡିଂ ବେଳେ ସେୟାର ୩ ପ୍ରତିଶତ ବୃଦ୍ଧି ଘଟି ୭୨୯ଟଙ୍କାର ମୂଲ୍ୟରେ ପହଞ୍ଚିଛି। ଏହି ଦ୍ରୁତ ବୃଦ୍ଧି କମ୍ପାନୀର ଡିସେମ୍ୱର ସୁଦ୍ଧା ତ୍ରୟମାସିକ ଫଳାଫଳ ପୂର୍ବରୁ ଆସିଥିଲା। କହି ରଖୁଛୁ କି , ଜେନ୍‌ ଟେକ୍ନୋଲଜି ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜକୁ ଶନିବାର ଡିସେମ୍ୱର ତିନିମାସର ଫଳାଫଳ ବିଷୟରେ ସୂଚନା ଦେଇଛି। ସେଠାରେ ଶୁକ୍ରବାର ଗଣତନ୍ତ୍ର ଦିବସର କାରଣରୁ ସେୟାର ବଜାର ବନ୍ଦ ରହିଥିଲା। ଏହି ସ୍ଥିତିରେ ବଜାର ପାଇଁ ଗୁରୁବାର ଶେଷ ବ୍ୟବସାୟ ଦିନ ଥିଲା। 

ଡିସେମ୍ୱରରେ ତିନି ମାସରେ କମ୍ପାନୀର ନେଟ୍‌ ଲାଭ ୩୦.୬ କୋଟି ଟଙ୍କା ରହିଛି, ଯାହା ତିନି ମାସ ପୂର୍ବରୁ ଅର୍ଥାତ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ୧୫.୨ କୋଟି ଟଙ୍କା ରହିଥିଲା। ତ୍ରୟମାସିକ ଆଧାରରେ ରେଭେନ୍ୟୁ ୫୦ ପ୍ରତିଶତ ବୃଦ୍ଧିପାଇଁ ୯୯.୫ କୋଟି ଟଙ୍କା ହୋଇଛି। ସେପ୍ଟେମ୍ୱ ତିନିମାସରେ ଏହା ୬୬.୫ କୋଟି ଟଙ୍କା ଥିଲା। ଏବିଟାର କଥା ଯଦି କହିବା ତ ୪୨.୪ କୋଟି ଟଙ୍କା। ସେପ୍ଟେମ୍ୱର ତିନି ମାସରେ ଏହା ୧୯.୭ କୋଟି ଟଙ୍କା ଥିଲା। ମାର୍ଜିନ୍‌ର କଥା ଯଦି କହିବା ତ ୪୩ ପ୍ରତିଶତ ହୋଇଛି , ଯାହା ସେପ୍ଟମ୍ୱର ତିନି ମାସରେ ୩୦ ପ୍ରତିଶତ ଥିଲା। 

ସେପଟେ କମ୍ପାନୀ ନିଜ ମ୍ୟାନେଜମେଣ୍ଟରେ ପରିବର୍ତ୍ତନ କରିଛି। କମ୍ପାନୀର ବୋର୍ଡ ସଞ୍ଜୟ ବିଜୟ ସିଂହ ଜେସରାନୀଙ୍କୁ ଆଡିସନାଲ ଡାଇରେକ୍ଟର ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ସେ ତିନି ବର୍ଷ ପାଇଁ ଏହି ପଦରେ ରହିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.