ପ୍ରମୂଖ ଖବର

ରାତିରେ ହାତୀଙ୍କୁ ଜଗୁଛି ଡ୍ରୋନ୍

ବଣାଇ, ୨୨/୦୩ : ରାତିରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ୍ କ୍ୟାମେରା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳରେ ହାତୀପଲ ରାତିରେ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା କରାଯାଇଛି। 

ଏହି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ହାତୀଙ୍କ ଗତିବିଧି ଉପରେ ନଜର ରଖୁଛି ହାତୀ ସ୍କ୍ଵାର୍ଡ। ହାତୀମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହେଲେ ସେମାନଙ୍କୁ ପୁନର୍ବାର ଜଙ୍ଗଲକୁ ଘଉଡାଇବାରେ ସଫଳ ହେଉଛି ବନ ବିଭାଗ। ସେପଟେ କୋଇଡାରେ ଏକ ମାସ ମଧ୍ୟରେ ଦୁଇଟି ହାତୀ ଶାବକଙ୍କ ମୃତ୍ୟୁ ହେବା ପରେ ଏବେ ଶାବକମାନଙ୍କ ଉପରେ ମଧ୍ୟ ନଜର ରଖୁଛି ଡ୍ରୋନ୍। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.