ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ରାଜଧାନୀରେ ବଢୁଛି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଟ୍ରେଣ୍ଡ; ବ୍ଲକିଂ ଚେକିଂ ବେଳେ ସିଜ୍ ହେଲା ଗାଡ଼ି, ଜବତ ହେଲା ମଦ ପେଟି

ଭୁବନେଶ୍ୱର,୨୫/୦୮: ଅମାନିଆଙ୍କୁ କାବୁ କରିବାକୁ କମିଶସନରେଟ ପୋଲିସର ପ୍ରୟାସ । ଶନିବାର ରାତିରେ ବ୍ଲକିଂଚେକିଂ ବେଳେ ପୁଣି ସିଜ୍ ହେଲା ଗାଡ଼ି । ନିଶାଶକ୍ତ ହେବା ସହ ଗାଡ଼ିରେ ମଦ ନେଇ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ । ଗାଡ଼ିରୁ ଜବତ ହେଲା ଏକ ପେଟି ମଦ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ସୁଚନା ଅନୁଯାୟୀ, ରାଜଧାନୀରେ ବଢୁଛି ଡ୍ରଙ୍କ ଆଣ୍ଡ ଡ୍ରାଇଭ ଟ୍ରେଣ୍ଡ । ଖାସ କରି ଶନିବାର ରାତିରେ ଏହି ଭଳି ଭାବରେ ନିୟମ ଭାଙ୍ଗୁଛନ୍ତି ଅମାନିଆ । ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇ ରିଭର୍ସ ରାଇଡ କରୁଛନ୍ତି । ଏହାକୁ ନଜରରେ ରଖି ୨ଟି ଟ୍ରାଫିକ ଥାନା ସହ ଜୋନ୫ ଏବଂ ୬ର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ସହ ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଚଳାଇଛି କମିଶନରେଟ ପୋଲିସ । ତେବେ ଶନିବାର ରାତିରେ ବ୍ଲକିଂଚେକିଂ କରିଥିଲା କମିଶନରେଟ ପୋଲିସ ।  ପୋଲିସ କମିଶନର ସଂଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ଏହାର ତଦାରଖ କରିଥିଲେ । ଅମାନିଆଙ୍କ ଲାଗି ରାସ୍ତାରେ ସ୍ପାଇକ୍ ପ୍ଲେଟ୍ ପକାଯାଇଥିଲା । ଏହାକୁ ଖାତିର ନକରି ନିଶାସକ୍ତ ହେବା ସହ ଗାଡ଼ିରେ ମଦ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ ଦୁର୍ବୃତ୍ତ । ଗାଡିର ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ । ଏଥି ସହିତ ଉକ୍ତ ଗାଡ଼ିରୁ ଏକ ପେଟି ମଦ ମଧ୍ୟ ଜବତ କରିଛି ପୋଲିସ । ଏଭଳି ପରିସ୍ଥିତିରେ ଦୁର୍ବୃତ୍ତଙ୍କ ପ୍ରତି କଡା କର୍ଯ୍ୟନୁଷ୍ଠାନ ନେବା ସହ ଆଗକୁ ମଧ୍ୟ ପ୍ରତ୍ୟେକ ଶନିବାର ରାତିରେ ଏହି ପରି କଡ଼ା ବ୍ଲକିଂଚେକିଂ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.